ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ।

ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ।

ପାତ୍ରପୁର- ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ଗ୍ରାମର ଗୋଟିଏ ଅଳଙ୍କାର ଦୋକାନରୁ ଚୋରୀ ଘଟଣାରେ ଜରଡା ପୋଲିସ ଚୋରି ଜିନିଷ ଜବତ କରିବା ସହ ତିନି ମହିଳା ସମେତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ରୁ ପ୍ରକାଶ ଯେ,ପାତ୍ରପୁର ବଜାର ରେ ଥିବା ବାଣୀଶ୍ରୀ ଜୁଏଲର ଦୋକାନ ରୁ ଗତ ୨୬ ତାରିଖରେ ଗ୍ରାହକ ସାଜି ଚାରିଜଣ ପ୍ରାୟ ଦୁଇ କିଲୋଗ୍ରାମ ପାଉଁଜି ମୁଦି( ରୁପା ଅଳଙ୍କାର) ଚୋରୀ କରି ନେଇଥିଲେ।ଦୋକାନୀ ଚୋରୀ ସମ୍ପର୍କରେ ଜାଣିବା ପରେ ଜରଡା ଥାନା ରେ ଅଭିଯୋଗ କରିଥିଲେ।ପୋଲିସ ତୁରନ୍ତ ଦୋକାନରେ ପହଂଚି ସି ସି ଟିଭି ଯାଞ୍ଚ କରିଥିଲେ।ଏହାକୁ ଭିତି କରି ବ୍ରହ୍ମପୁର ହରଡା ଖଣ୍ଡି ଅଂଚଳର ତିନିଜଣ ମହିଳା ଝୁନୁ ଦାଶ,ସୁଶିଳା ଦାଶ,ଝୁମୁରି ଦାଶ ଏବଂ ଜଣେ ପୁରୁଷ କୋରାମଣି ଗୌଡ଼ ଙ୍କୁ ଗିରଫ କରି ଥିଲେ। ଗିରଫ ବ୍ୟକ୍ତିଙ୍କ ପାଖରୁ ଚୋରୀ ରୁପା ପାଉଁଜୁ ସହିତ କେତେକ ପାଉଞ୍ଜି ବିକ୍ରୀ କରି ରଖିଥିବା ୧୨ହଜାର ୨୦୦ଟଙ୍କା ଜବତ କରିଥିବା ଏସଆଇ ସତ୍ୟ ନାରାୟଣ ପାଢ଼ୀ କହିଛନ୍ତି। ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published.