240 ଟି ଅଣ୍ଡା ଦାନ କଲେ ଓଲିଭ ରିଡଲ I

240 ଟି ଅଣ୍ଡା ଦାନ କଲେ ଓଲିଭ ରିଡଲ I

୨୪୦ ଅଣ୍ଡା ଦାନ କଲେ ଦୁଇଟି ଓଲିଭ ରିଡଲେ! ଉଦୟପୁର ଓ ତାଳସାରୀ ବେଳାଭୂମି ଦ୍ଵୟର ଗାରିମାକୁ ବୃଦ୍ଧି କରୁଛନ୍ତି ଓଲିଭ ରିଡଲେ! ୨ଟି ବିଶାଳକାୟ ଓଲିଭ ରିଡଲେ ୨୪୦ଟି ଅଣ୍ଡା ଦାନ କରିଛନ୍ତି । ବନ ବିଭାଗ ପକ୍ଷରୁ ଅଣ୍ଡାର ସୁରକ୍ଷା ବ୍ୟବସ୍ଥା କରା ଯାଇଥିବା ବେଳେ ୨୪ଘଂଟିଆ ସତର୍କ ଦୃଷ୍ଟି ରଖା ଯାଇଥିବା ଉଦୟପୁର ବନପାଳ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି । ବିବରଣୀରୁ ପ୍ରକାଶ , ରାଜ୍ୟର ଅନ୍ୟତମ ପ୍ରମୁଖ ମନରୋମ ବେଳାଭୂମି ଉଦୟପୁର ଓ ତାଳସାରୀ । ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ବେଳାଭୂମିକୁ ପ୍ରତିଦିନ ବହୁ ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ତେବେ ଓଲିଭ ରିଡଲେଙ୍କ ଆଗମନକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବହୁ ସତର୍କ ପଦକ୍ଷେପ ମାନ ଗ୍ରହଣ କରା ଯାଇଛି । ଓଲିଭ ରିଡଲେ କିପରି ସିରକ୍ଷିତ ଭାବେ ବେଳାଭୂମିରେ ଅଣ୍ଡାଦେଇ ପୁଣି ଫେରିବେ ତାହା ବନ ବିଭାଗ ନଜର ରଖିଛନ୍ତି । ଉଦୟପୁର ବେଳାଭୂମିର ପଥର ବନ୍ଧ କଢେ କଢେ ୨ଟି କଇଁଛ ଅଣ୍ଡାଦାନ କରିଛନ୍ତି । ଗୋଟିଏ ୧୩୦ଟି ଓ ଅନ୍ୟଟି ୧୧୦ଟି ଅଣ୍ଡା ଦେଇଛି । କଇଁଛ ଗୁଡିକ ୨କ୍ୟୁଇଟାଲରୁ ଅଧିକ ହେବାର ଆକଳନ କରାଯାଏ ।

Related post

ଡିୟୁଟି ଅବହେଳା ପାଇଁ ଶିକ୍ଷକ ହେଲେ ହଟହଟା I

ଡିୟୁଟି ଅବହେଳା ପାଇଁ ଶିକ୍ଷକ ହେଲେ ହଟହଟା I

ଶିକ୍ଷକ ମାନଙ୍କ ଅବହେଳା କୁ କେନ୍ଦ୍ରକରି ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ। ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇରହିଲେ ଛାତ୍ରଛାତ୍ରୀ। ଆନନ୍ଦପୁର ଉପଖଣ୍ଡ…
ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା କର୍ମଚାରୀ ଙ୍କ ର ମୃତ୍ୟୁ ।

ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା…

ଅନୁଗୋଳ ଜିଲ୍ଲା ନାଲକୋ ର ମାରଣ ନୀତି ପାଇଁ ଆଜି ପୁଣି ଜଣେ ନିରୀହ ବ୍ୟକ୍ତି ର ଜୀବନ ଯାଇଛି।ଗଛ କାଟିବାକୁ ଚଢାଇ ଦେଇ ସୁରକ୍ଷା କୁ ଭୁଲି…

Leave a Reply

Your email address will not be published. Required fields are marked *