ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା କର୍ମଚାରୀ ଙ୍କ ର ମୃତ୍ୟୁ ।

ନାଲକୋ ରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଉଦ୍ୟାନ ବିଭାଗର ଠିକା କର୍ମଚାରୀ ଙ୍କ ର ମୃତ୍ୟୁ ।

ଅନୁଗୋଳ ଜିଲ୍ଲା ନାଲକୋ ର ମାରଣ ନୀତି ପାଇଁ ଆଜି ପୁଣି ଜଣେ ନିରୀହ ବ୍ୟକ୍ତି ର ଜୀବନ ଯାଇଛି।ଗଛ କାଟିବାକୁ ଚଢାଇ ଦେଇ ସୁରକ୍ଷା କୁ ଭୁଲି ଦେଲେ ନାଲୋକ କତ୍ତୃପକ୍ଷ । ତେବେ ଇଲେକ୍ଟ୍ରିକ କରେଣ୍ଟ ନାଲକୋ କର୍ମଚାରୀ ଙ୍କ କାର୍ଯ୍ୟରେ ଅବହେଳା ପାଇଁ ଜଣେ ଠିକା କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି।ବାରମ୍ବାର ଘଟୁଛି ଦୁର୍ଘଟଣା କିନ୍ତୁ ନାଲକୋ ର ବ୍ୟକ୍ତି ସୁରକ୍ଷା ବିଭାଗର ବ୍ୟତିକ୍ରମ ଯେମିତି ଶୋଇ ରହିଛି । ଅନୁଗୋଳ ଜିଲ୍ଲା ର ନବରତ୍ନ କମ୍ପାନୀ ନାଲକୋ ରେ ଆଜି ସକାଳ 10 ଘଟିକା ସମୟରେ କଲ୍ୟାଣୀ ମଣ୍ଡପ ସମ୍ମୁଖରେ ଏକ ଗଛକୁ କାଟିବା ସମୟରେ ନାଲକୋ ର ବିଦ୍ୟୁତ ବିଭାଗ , ଉଦ୍ୟାନ ବିଭାଗ ଓ ସୁରକ୍ଷା ବିଭାଗ ର ତ୍ରୁଟି ଯୋଗୁ ମୋହନ ପଦୀଲୀ ଙ୍କ ର ମୃତ୍ୟୁ ଘଟିଛି । ଏହାର କ୍ଷତିପୂରଣ ପାଇଁ ଠୀକ କର୍ମଚାରୀ ସଂଘ ଏବଂ ତାଙ୍କ ପରିବାର ପକ୍ଷରୁ ବିଭିନ୍ନ ଦାବି ନେଇ ନାଲକୋ ପ୍ରଶାସନ ସହିତ ଆଲୋଚନା ଜାରି ରଖିଛନ୍ତି । ମୋହନ ପଦିଲୀ ନାଲକୋର ଠିକାଦାର ଯୁଧିଷ୍ଠିର ସାହୁ ଙ୍କ ଅଧୀନରେ ରହି ଉଦ୍ୟାନ ବିଭାଗ ରେ ଠିକା କର୍ମଚାରୀ ଭାବରର କାର୍ଯ୍ୟ କରୁଥିଲେ । ଏଠି ପ୍ରଶ୍ନ ଉଠେ କି ଏଭଳି ବାରମ୍ବାର ଦୁର୍ଘଟଣା ପଛରେ ଦାୟୀ କିଏ ଏହାର ଠିକା କର୍ମଚାରୀ ମାନଙ୍କ ର ମୃତ୍ୟୁ ଯେମିତି ନାଲକୋ ରେ ଏକ ସାଧାରଣ ଘଟଣା ହୋଇଥିଲା ବେଳେ କେବେ ଏଥିରେ ଲାଗିବ ବ୍ରେକ , ସୁରକ୍ଷାକୁ କଡାକଡି ନକରିବା ଓ କିଛି ଅଫିସର ଙ୍କ କାର୍ଯ୍ୟ ରେ ଅବହେଳାରେ ନିରୀହ ଲୋକଙ୍କୁ ମୃତ୍ୟୁ କୁ ଟାଣି ନେଉଛି ।

ଅନୁଗୋଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

240 ଟି ଅଣ୍ଡା ଦାନ କଲେ ଓଲିଭ ରିଡଲ I

240 ଟି ଅଣ୍ଡା ଦାନ କଲେ ଓଲିଭ ରିଡଲ I

୨୪୦ ଅଣ୍ଡା ଦାନ କଲେ ଦୁଇଟି ଓଲିଭ ରିଡଲେ! ଉଦୟପୁର ଓ ତାଳସାରୀ ବେଳାଭୂମି ଦ୍ଵୟର ଗାରିମାକୁ ବୃଦ୍ଧି କରୁଛନ୍ତି ଓଲିଭ ରିଡଲେ! ୨ଟି ବିଶାଳକାୟ ଓଲିଭ ରିଡଲେ…

Leave a Reply

Your email address will not be published. Required fields are marked *