କଇଁଛ ସୁରକ୍ଷା ସଚେତନତା ଶିବିର I

କଇଁଛ ସୁରକ୍ଷା ସଚେତନତା ଶିବିର I

ରମ୍ଭା ବନାଞ୍ଚଳ ଅଧିକାରୀ ନୃସିଂହ ବେହେରାଙ୍କ ନେତୃତ୍ବରେ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଶିବିରକୁ ରାମଲେଙ୍କା ପଞ୍ଚାୟତ ନବନିର୍ବାଚିତ ସରପଞ୍ଚ ସବିତା ବିଶ୍ବାଳ ସୁରକ୍ଷା ଶିବିରକୁ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ପିଟିସାଳ ବନପାଳ ରଶ୍ମିରଂଜନ ନାୟକଙ୍କ ନେତୃତ୍ବରେ ନନ୍ଦଳା, ପାଇକରାପୁର, ବ୍ରାହ୍ମଣଦେଓ ଓ ସମୁଦ୍ର ନିକଟରେ ଥିବା ସାମୁଦ୍ରିକ ମସ୍ଚ୍ୟଜୀବୀଙ୍କ ସମେତ ରାମଲେଙ୍କା ଗାଁ ଲୋକେ ଶିବିରରେ ଯୋଗ ଦେଇଥିଲେ | ଶିବିରରେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ ବିଶ୍ବାଳ ଯୋଗ ଦେଇ ସମୁଦ୍ର କୁଳକୁ ଆସୁଥିବା ଅଲିଭ୍ ରିଡ୍ଲେ କଇଁଛ ଓ କଇଁଛ ମାନେ ଦେଇଥିବା ଅଣ୍ଡା ଓ ଅଣ୍ଡାରୁ ଜାତ ହେଉଥିବା ପ୍ରଜନନ ଛୁଆର ସଚେତନତା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇଥିଲେ | ବନ ସୁରକ୍ଷା ସମିତି ସଭାପତି କଲ୍ୟାଣ ରଣସିଂ କଇଁଛ ମାନଙ୍କ ଚଳପ୍ରଚଳ ଓ ସେମାନଙ୍କ ରକ୍ଷଣାବେକ୍ଷଣ ନେଇ ଲୋକ ମାନଙ୍କୁ ବୁଝାଇଥିଲେ | କଇଁଛ ବିସାରଦ ମାଇକେଲ୍ ପିଟର୍ ଅସୁସ୍ଥ ମାନଙ୍କର କିଭଳି ଯତ୍ନ ନିଆଯିବ ସେ ସମ୍ପର୍କରେ ସଚେତନ କରାଇଥିଲେ | ବୈଠକରେ ସିଆରସିସି ପ୍ରଶାନ୍ତ ନାୟକ ପ୍ରମୁଖ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଞ୍ଚଳର ସମାଜସେବୀ ମାନେ ଯୋଗ ଦେଇଥିଲେ | ସୁରକ୍ଷା ଶିବିରରେ ପିଟିସାଳ ବନବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ |

Related post

ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ଫୋକସ ପ୍ଲସ 15/4 (ଅନୁଗୁଳ):ଅନୁଗୁଳ ଜିଲ୍ଲାରେ ପ୍ରତି ପଂଚାୟତକୁ ଓଡିଶା ସରକାର ତଥା ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗ୍ରାମୀଣ ପାର୍କ ତିଆରି କରିବାରେ ଆଦେଶ ମିଳି ସାରିବାପରେ…
HAPPY BIRTHDAY RASHMIKA MANDANNA !

HAPPY BIRTHDAY RASHMIKA MANDANNA !

ଆଲୁ ଅର୍ଜୁନ-ଷ୍ଟାର ଙ୍କ ଫିଲ୍ମ ରିଲିଜ ହେବା ପରଠାରୁ ପୁଷ୍ପା ର ଅଭିନେତ୍ରୀ ରଶ୍ମିକା ମନ୍ଦନା ବହୁ ଚର୍ଚ୍ଚିତରେ ଅଛନ୍ତି। ଗତ ସନ୍ଧ୍ୟାରେ ମୁମ୍ବାଇ ଛାଡୁଥିବା ନଜର ଆସିଥିବା…

Leave a Reply

Your email address will not be published. Required fields are marked *