ନିମ୍ନ ମାନର କାମ ପାଇଁ ପିସି ନେଉଛି କିଏ l ପାୱାର ଲେସ ଜେଇ ଙ୍କୁ ନେଇ ଚର୍ଚ୍ଚା l

ନିମ୍ନ ମାନର କାମ ପାଇଁ ପିସି ନେଉଛି କିଏ l ପାୱାର ଲେସ ଜେଇ ଙ୍କୁ ନେଇ ଚର୍ଚ୍ଚା l

କେନ୍ଦ୍ରାପଡ଼ା ରେ ଚାଲିଛି ଠିକାଦାର ପୋଷଣ l ଜଳସମ୍ପଦ ବିଭାଗ ହେଉ କି ଗ୍ରାମୀଣ ଉନୟନ ବିଭାଗ l ନିମ୍ନ ମାନର କାମ କରି ଯୋଜନା ର ଅର୍ଥ ଲୁଟୁଛନ୍ତି ଠିକାଦାର ଓ ଜେଇ l ବଳି ପଡୁଛି ସାଧାରଣ ଲୋକଙ୍କ ସ୍ୱାର୍ଥ l ଏଠି ରାସ୍ତା ପ୍ରଶସ୍ତି କାରଣ କାମ ହେଉଛି ଅତି ନିମ୍ନ ମାନର l ରହୁ ନାହାନ୍ତି ବିଭାଗୀୟ ଅଧିକାରୀ କି ଜେଇ l ଆମେ କହୁଚୁ ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣ ପୁର ରୁ ଭାୟା ଜାଗୁଳେଇ ପଡା ଦେଇ ତିଲଙ୍ଗ କୁ ସଂଯୋଗ କରୁଥିବା ରାସ୍ତା ପ୍ରଶସ୍ତି କରଣ କଥା l ଏହି ରାସ୍ତା ପ୍ରଶସ୍ତି କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ l ଠିକାଦାର ଙ୍କ ମନମୁଖୀ କାମ କୁ ନେଇ ଅଭିଯୋଗ ହେଉଛି l ତଳେ ଖତୁଆ ମାଟି ଏବଂ ନିମ୍ନ ମାନର ମାଟି ମିଶା ଡଷ୍ଟ ପକାଉ ଛନ୍ତି ଠିକାଦାର ଏହି ରାସ୍ତାର ସ୍ଥାଇତ୍ୱ କେତେ ଦିନ ବୋଲି ଅଭିଯୋଗ କରିଛନ୍ତି ଲୋକେ lଏପରି ନିମ୍ନ ମାନ ରାସ୍ତା କାମ ହେଉଥିବା ନେଇ ଆମେ ଯୋଗାଯୋଗ କରିଥିଲୁ ବିଭାଗୀୟ ଜେଇ ଙ୍କ ସହ lଚର୍ଚ୍ଚା ହେଉଛି କେଉଁ କାମ କୁ ଜେଇ ଅଛନ୍ତି l ଜେଇଙ୍କ ପାୱାର କୁ ନେଲା କିଏ l ଏପରି ନିମ୍ନ ମାନର କାମ ପଛରେ କିଏ ନେଉଛି ମୋଟା ଅଙ୍କର ପିସି l କାହା ଇଙ୍ଗିତ ରେ ହେଉଛି ଏପରି କାର୍ଯ୍ୟ ପତିକ୍ରିୟା ରଖିବାକୁ ମନା ହୋଇଛି l କାମ ଚାଲୁଥିବା ଜାଗାରେ ଜେଇ ଉପସ୍ଥିତ ନ ରହି ମନମୁଖୀ ନିମ୍ନ ମାନର କାମ କରୁଥିବା ଠିକାଦାର କଣ ବାହୁବଳୀ ନା ପଛରେ ରହିଛନ୍ତି କେଉଁ ନେତା ମନ୍ତ୍ରୀ lତାହା ତ ସମୟ କହିବ l କିନ୍ତୁ ଖବର ପ୍ରସାରଣ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହାହିଁ ଦେଖିବାକୁ ବାକିରହିଲା l

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଦୈନିକ କୋଭିଡ-19 ମାମଲା ଭାରତରେ 1000 ରୁ କମ୍, 715 ଦିନରେ ପ୍ରଥମ ଥର |

ଦୈନିକ କୋଭିଡ-19 ମାମଲା ଭାରତରେ 1000 ରୁ କମ୍, 715 ଦିନରେ…

ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତ 715 ଦିନ ମଧ୍ୟରେ ପ୍ରଥମ ଥର ପାଇଁ 1000 ରୁ କମ୍ ନୂତନ କୋଭିଡ -19 ମାମଲା…
ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍ I

ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍ I

ଚିଲିକା: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି । କୃଷି ଋଣ ଟଙ୍କା ଆଦାୟ…
ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ।

ଗ୍ରାହାକ ସାଜି ଅଳଙ୍କାର ଦୋକାନରୁ ଚୋରୀ ,ଚାରି ଗିରଫ।

ପାତ୍ରପୁର- ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପାତ୍ରପୁର ଗ୍ରାମର ଗୋଟିଏ ଅଳଙ୍କାର ଦୋକାନରୁ ଚୋରୀ ଘଟଣାରେ ଜରଡା ପୋଲିସ ଚୋରି ଜିନିଷ ଜବତ କରିବା ସହ ତିନି ମହିଳା…

Leave a Reply

Your email address will not be published. Required fields are marked *