ଉପରିସ୍ଥ ଅଧିକାରୀଙ୍କ ଚାପ ବଶବର୍ତ୍ତୀ ହୋଇ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ । 

ଉପରିସ୍ଥ ଅଧିକାରୀଙ୍କ ଚାପ ବଶବର୍ତ୍ତୀ ହୋଇ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ । 

ଫୋକସ ପ୍ଲସ 30/3(ଭଦ୍ରକ):ପୋଲିସ ସାଜିଲା ପୋଲିସର ଶତ୍ରୁ। ଏସପି ଙ୍କ ସୁରକ୍ଷା କର୍ମୀଙ୍କ ପ୍ରତି ଭଦ୍ରକ ଥାନାର ଏତେ ଆନ୍ତରିକତା କଣ ପାଇଁ? ଥାନା ଅଧିକାରୀଙ୍କ ଚାପ ସହି ନପାରି ହାବିଲଦାର ଙ୍କଆତ୍ମହତ୍ୟା ଉଦ୍ୟମ । ମାତ୍ରାଧିକ ପରିମାଣର ମୁଷା ମରା ବିଷ ଖାଇ ଗୁରୁତର ଅବସ୍ଥାରେ ପ୍ରଥମ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି  । ପରେ ଅବସ୍ଥା ଜଟିଳ ହେଵାରୁ ଭଦ୍ରକ ମେଡ଼ିକାଲ ଫେରାଇବା ପରେ କଟକ ର ଏକ ଘରୋଇ ହସ୍ପିଟାଲ ର ଆୟୁସୁ ରେ ଚିକିତ୍ସା ଧିନ । ଏବେ ତାଙ୍କ ଅବସ୍ଥା ବହୁ ଖରାପ ଥିବା ତାଙ୍କ ଝିଅ କହିଛନ୍ତି । ଲୁଗା ଶୁଖେଇବାକୁ କେନ୍ଦ୍ର କରି ହାଵିଲଦାର ବୈକୁଣ୍ଠ ଦାସ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଵଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଭଦ୍ରକ ଟାଉନ ଥାନାରେ ଉଭୟଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା। ଏ ନେଇ ଟାଉନଥାନା ମଧ୍ୟସ୍ଥିଙ୍କ ଉପସ୍ଥିତରେ ଲିଖିତ ଭାବେ ବୁଝାମଣା ହୋଇଥିଲା। ମାତ୍ର ବୈକୁଣ୍ଠଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଗୁରୁତ୍ୱ ଦିଆ ନଯିବା ସହ ଥାନାରେ ଉଭୟ ବୈକୁଣ୍ଠ ଏବଂ ତାଙ୍କ ପରିବାରକୁ ଅନେକ ମାନସିକ ଚାପ ଦିଆଯାଇଛି ବୋଲି ବୈକୁଣ୍ଠଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏପରିକି ଥାନାରେ ବୈକୁଣ୍ଠଙ୍କୁ ତୁ ତା ବ୍ୟବହାର କରାଯିବା ସହ ତଳେ ବସିବାକୁ କୁହାଯାଇଥିଲା। ଥାନା ଅଧିକାରୀ ଏବଂ ଆଉକିଛି କର୍ମଚାରୀଙ୍କ ମାନସିକ ଚାପ ସହି ନପାରି ହାବିଲଦାର ବୈକୁଣ୍ଠ ଦାସ ଗତ କାଲି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ଏସବୁ ପଛରେ ଭଦ୍ରକ ଏସପିଙ୍କର ଜଣେ ସୁରକ୍ଷା କର୍ମୀଙ୍କ ସମ୍ପୃକ୍ତି ଏବଂ ବିଜୁ ନାମକ ଉକ୍ତ ବ୍ୟକ୍ତିଙ୍କୁ ଭଦ୍ରକ ଥାନା ମାତ୍ରାଧିକ ଆନ୍ତରିକତା ଦେଖାଇବା ସହ କ୍ୱାଟର ଛାଡିବାକୁ ମଧ୍ୟ ଥାନା ପକ୍ଷରୁ ବୈକୁଣ୍ଠ ଏବଂ ପରିବାର ଉପରେ ଚାପ ପ୍ରୟୋଗ କରାଯାଇଛି ବୋଲି ଅଭିଯୋଗ ଉଠୁଛି। କ୍ୱାଟର ଛାତ ଉପରେ ଲୁଗା ସୁଖେଇବା ନେଇ ଏଭଳି ଘଟଣା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବୈକୁଣ୍ଠଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ଏବଂ ଆଇସିୟୁରେ ଚିକିତ୍ସା ଧିନ। ପରିବାର ଲୋକଙ୍କ କହିବା ଅନୁଯାୟୀ ଡାକ୍ତର କହୁଛନ୍ତି ଆସନ୍ତା ୭୨ଘଣ୍ଟା ଯାଏ ବୈକୁଣ୍ଠଙ୍କ ସଙ୍ଗିନ ସ୍ଥିତି ବିଷୟରେ କିଛି କହି ହେବନି। ବିସର ମାତ୍ରାଧିକ ପ୍ରଭାବ ବୈକୁଣ୍ଠ ଙ୍କ ଶରୀର ଉପରେ ରହିଛି। ଏଥିପାଇଁ ବୈକୁଣ୍ଠଙ୍କ ପରିବାର ଲୋକେ  ଏସପିଙ୍କ ସୁରକ୍ଷା କର୍ମୀ ଏବଂ ଥାନା ଅଧିକାରୀ ଏବଂ ଆଉ କିଛି କର୍ମଚାରୀଙ୍କୁ ଦାୟୀ କରିଛନ୍ତି। ଜଦି ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ପୀଡିତଙ୍କ ପରିବାର ନ୍ୟାୟ ପାଇଁ ଡିଜିପିଙ୍କୁ ଭେଟିବ ବୋଲି କୁହାଯାଇଛି।

 

Related post

ଅଶାନ୍ତି ମଧ୍ୟରେ ଇସ୍ତପା ଦେଲେ ପାକିସ୍ତାନ NSA I

ଅଶାନ୍ତି ମଧ୍ୟରେ ଇସ୍ତପା ଦେଲେ ପାକିସ୍ତାନ NSA I

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବହିଷ୍କାରକୁ ରୋକିବା ପାଇଁ ବିରୋଧୀଙ୍କ ଆବେଦନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିବେ। ସେପଟେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ଜାତୀୟ…
ପ୍ରତିଶୃତିକୁ ହେଇଗଲା ଚାଳିଶି ବର୍ଷ I

ପ୍ରତିଶୃତିକୁ ହେଇଗଲା ଚାଳିଶି ବର୍ଷ I

ଫୋକସ ପ୍ଲସ 1/4 (ପାରାଦ୍ୱୀପ):ଚାଳିଶି ବର୍ଷ ହେଲା ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ୍ କମ୍ପାନୀ କୁ ଜମିଦେଇ, ଆଜି ପର୍ଯ୍ୟନ୍ତ ଜମିହରା କାରୀ ଙ୍କୁ ଜମିର ବର୍ଦ୍ଧିତ…

Leave a Reply

Your email address will not be published. Required fields are marked *