
ପଞ୍ଚାୟତ ଅଫିସ୍ ରେ ସ୍କୁଲ୍ ଶିକ୍ଷକ ଦାୟିତ୍ଵ ଗ୍ରହଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ I
- Breaking newsଅପରାଧଦେଶ ବିଦେଶମହାନଗରରାଜନୀତିରାଜ୍ୟ
- March 30, 2022
- No Comment
- 2346
ଫୋକସ ପ୍ଲସ 30/3(କେନ୍ଦ୍ରାପଡା): ପଞ୍ଚାୟତ ଅଫିସ୍ ରେ ସ୍ତ୍ରୀ ସରପଞ୍ଚ ହେଲେ ସ୍ବାମୀ ଚଳାଉଛନ୍ତି ରାଜ୍ । ଆଉ ଯଦି ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବେ ତେବେ ଡବଲ୍ ଫାଇଦା ପାଇଁ ରାଜନୀତି କୁ ଆପଣାଉଁଥିବା ଦେଖିବାକୁ ମିଳୁଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ର ଥିବା ମଙ୍ଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିମାଇଁ ଚନ୍ଦ୍ର ବେହେରା ପିଲାଙ୍କ ପାଠପଢ଼ା ଛାଡ଼ି ସ୍କଲ ସମୟରେ ବାବୁ ମାତିଥିଲେ ପଞ୍ଚାୟତ ଅଫିସ୍ ରେ ଦାୟିତ୍ଵ ଗ୍ରହଣ ପାଇଁ । ଗୋଟେ ପରେ ଗୋଟେ ଫାଇଲ୍ ଆଡେଇ ନେଉଥିଲେ ଟିକ ନିକ୍ ହିସାବ ସ୍ତ୍ରୀ ଅନୁଶୟା ବେହେରା ପଦ୍ମପୁର ପଞ୍ଚାୟତର ନୂତନ ସରପଞ୍ଚ ହୋଇଥିବାରୁ ପୂର୍ବତନ ସରପଞ୍ଚ ସୋର୍ଣ୍ଣଲତା ରାଉତ ରହିଥିଲେ ଉପସ୍ଥିତ କିନ୍ତୁ ମହିଳା ସରପଞ୍ଚ ଅନୂଷୟା ବେହେରା ଥିଲେ ମଧ୍ୟ ତାଙ୍କ ସ୍ବାମୀ ତଥା ସରକାରୀ ପ୍ରଧାନ ଶିକ୍ଷକ ସ୍କୁଲ୍ କର୍ମଚାରୀଙ୍କୁ ସ୍କୁଲ୍ ସମ୍ବଢୀୟ ଜମିଯୁମା କୁ ନେଇ ଆର୍ ଆଇ ଅଫିସ୍ ରେ କାମ ଅଛି କହି ବାବୁ ତିନି ତିନି ଘଣ୍ଟା ଧରି ପଞ୍ଚାୟତ ଅଫିସ୍ ରେ ଡେରା ପକାଇଥିଲେ । ଏକଥା ଆମେ କହୁନୁ ସେହି ସମୟରେ ଭିଜୁଆଲ କଏଦେ ହୋଇଥିବା ଦୃଶ୍ୟ ହି କହୁଛି ଖାଲି ସେତିକି ନୁହେଁ ସ୍କୁଲ୍ କର୍ମଚାରୀ ଙ୍କୁ ପଚାରିବାରୁ ମଧ୍ୟ ସାର୍ ଯାଇଛନ୍ତି ଆର୍ ଆଇ ଅଫିସ୍ ବୋଲି କହିଛନ୍ତି । ଯାହାକୁ ନେଇ ପୂର୍ବତନ ସରପଞ୍ଚ ଙ୍କ ସମେତ କିଛି ଲୋକେ ଗତ ୨୧ ତାରିଖରେ ବ୍ଲକ୍ ଶିକ୍ଷା ଅଧିକାରୀ ମାର୍ଶାଘାଇ ଜିଲ୍ଲା ଶିକ୍ଷାଧିକାରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମେତ ୫ ଟି ସଚିବଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ । ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ଅପଦାର୍ଥ ଅଧିକାରୀ ବୋଲି କହିଛନ୍ତି ବରିଷ୍ଟ ଆଇନଜୀବି ବିଦୁଭୁଷଣ ମହାପାତ୍ର । ଏହି ବାବଦରେ ମାର୍ଶାଘାଇ ର ଥିବା ବ୍ଲକ୍ ଶିକ୍ଷାଧିକାରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ତ ଦୂରର କଥା ଆମ ଫୋନ୍ ମଧ୍ୟ ରିସିଭ୍ କରୁନାହାନ୍ତି ।ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ଙ୍କ ଉପରେ ଉଚିତ୍ ପଦକ୍ଷେପ ନେବାକୁ ଡରୁଛନ୍ତି କି ଉଚ୍ଚକତୃପକ୍ଷ ନା ଏଥିରେ ରହିଛି ରାଜନୀତିୟା ବାବୁ ଙ୍କ ହାତ।
ମାର୍ଶାଘାଇ ରୁ ସରୋଜ ପରିଡ଼ା ଙ୍କ ସହ କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ focus plus