ଶିକ୍ଷକ ଦାବିରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ପ୍ରଧାନ ଶିକ୍ଷକଙ୍କ

ଶିକ୍ଷକ ଦାବିରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ, ପ୍ରଧାନ ଶିକ୍ଷକଙ୍କ

ଫୋକସ ପ୍ଲସ 30/3(ଆନନ୍ଦପୁର):କରୋନା ମହାମାରୀ ଯୋଗୁଁ ୨ବର୍ଷରୁ ଅଧିକ ସମୟ ଧରି ପିଲାଙ୍କ ପାଠପଢାରେ ଲାଗିଥିଲା ଡୋରୀ । ଏବେ ମହାମାରୀ ଥମିବାପରେ ଖୋଲିଥିଲା ସ୍କୁଲ୍ । ହେଲେ ସ୍କୁଲ ଖୋଲିବା ପରେ ଶିକ୍ଷକ ଅଭାବ ଜନିତ ସମସ୍ୟା ନେଇ ପିଲାଙ୍କ ପାଠପଢା ପୁଣିଥରେ ଲାଗିଛି ବ୍ରେକ୍ ।ଆନନ୍ଦପୁର ବ୍ଲକ୍ ଶିକ୍ଷାଅଧିକାରୀଙ୍କ ଅଧିନ ପଣସଡିହା ପଞ୍ଚାୟତ ଜଞ୍ଜାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଏଭଳି ସମସ୍ୟା ନେଇ ଚିନ୍ତାରେ ପଡିଥିବା ଶତାଧିକ ଗ୍ରାମବାସୀ ଆଜି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଦ୍ୟାଳୟରେ ୬୦ ଅଧିକ ଛାତ୍ରଛାତ୍ରୀ ପଢୁଥିବାବେଳେ ୨ଜଣ ଶିକ୍ଷକ ରହିଥିଲେ । ହେଲେ କିଛିଦିନ ତଳେ ପ୍ରଧାନଶିକ୍ଷକଙ୍କ ଚାକିରୀରୁ ଅବସର ହୋଥିବାରୁ ଏବେ ଶିକ୍ଷାଦାନରେ ବ୍ୟାହତ ଦେଖାଦେଇଛି ।ଗ୍ରାମବାସୀ ମାନେ ଆଜି ଏକତ୍ରୀତ ହୋଇ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ତୁତନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି । ସେପଟେ ଏନେଇ ବ୍ଲକ୍ ଶିକ୍ଷାଅଧିକାରୀଙ୍କ ଅନୁପସ୍ଥିତିରେ ସହ ଶିକ୍ଷାଅଧିକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।ସଂପୃକ୍ତ ସ୍କୁଲ୍ ଟି ଏକ ଅନୁଦାନ ପ୍ରାପ୍ତ ସ୍କୁଲ୍ ହୋଇଥିବାରୁ ସରକାର ତାକୁ ବିଲୋପନ କରିଥିବା କହିଛନ୍ତି । ତେବେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଖୁବ୍ ସିଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଥିବା କହିଛନ୍ତି ସହଶିକ୍ଷାଧିକାରୀ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *