ପ୍ରତିଶୃତିକୁ ହେଇଗଲା ଚାଳିଶି ବର୍ଷ I

ପ୍ରତିଶୃତିକୁ ହେଇଗଲା ଚାଳିଶି ବର୍ଷ I

ଫୋକସ ପ୍ଲସ 1/4 (ପାରାଦ୍ୱୀପ):ଚାଳିଶି ବର୍ଷ ହେଲା ପାରାଦ୍ବୀପ ବୃହତ୍ ସାର କାରଖାନା ପିପିଏଲ୍ କମ୍ପାନୀ କୁ ଜମିଦେଇ, ଆଜି ପର୍ଯ୍ୟନ୍ତ ଜମିହରା କାରୀ ଙ୍କୁ ଜମିର ବର୍ଦ୍ଧିତ ମୂଲ୍ୟ ମିଳିନଥିବା ଅଭିଯୋଗ କରିଛି ପିପିଏଲ୍ ଓଏଲ୍ଫେୟାର କମିଟି, ଜମାହରାକାରୀଙ୍କୁ ପିପିଏଲ୍ କମ୍ପାନୀ ଦେଇଥିବା ପ୍ରତିଶୃତି, ପ୍ରତିଶୃତି ରେ ହିଁ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ଜମୀହରା କାରୀମାନେ | ଲୋକ ମାନଙ୍କର ଏବେ ବି 186 ଏକର ରୁ ଉର୍ଦ୍ଧ ଜମି କମ୍ପାନୀ ଜବର ଦଖଲ ରେ ରଖିଛି, ଏହାକୁ ଜବର ଦଖଲ ମୁକ୍ତ କରିବା ପାଇଁ ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ପିପିଏଲ୍ କମ୍ପାନୀ କର୍ତ୍ତୁପକ୍ଷ କର୍ଣ୍ଣପାତ କରୁନାହାନ୍ତି | କମ୍ପାନୀ ନିର୍ମାଣ କରିବା ପୂର୍ବରୁ ଜମୀହରା ପରିବାରକୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ,ଜମିର ବର୍ଦ୍ଧିତ ମୂଲ୍ୟ ଏକକାଳୀନ ଡିପୋଜିଟ୍ କରିବା,ଜମିହରା ପକ୍ଷ୍ୟରୁ ପଞ୍ଜୀକରଣ ହୋଇଥିବା ସମିତି କୁ ଠିକା କାମ ଯୋଗାଇ ଦେବା ଓ ବିଶେଷ କରି ପାରିପାର୍ଶ୍ୱିକ କାର୍ଯ୍ୟ କୁ ତ୍ଵରାନ୍ଵିତ କରିବା ପାଇଁ କମ୍ପାନୀ ଦେଇଥିବା ପ୍ରତିଶୃତିକୁ ପିପିଏଲ୍ ପୁରଣ କରିବାକୁ କମିଟି ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରାଯାଇ ଦାବି କରାଯାଇଛି | ସାମ୍ବାଦିକ ସମ୍ମିଳନୀ ରେ ସିଜୁ, ବଗଦିଆ, ମଙ୍ଗରାଜପୁର୍, ଜିଲ୍ଲାନାସି , କୋଠି ପ୍ରାୟ 16ଟି ଗ୍ରାମର ଲୋକମାନେ ଆସିଥିବା ଦେଖାଯାଇଥିଲା | ଯଦି କମ୍ପାନୀ ଦେଇଥିବା ପ୍ରତିଶୃତି ପୁରଣ ନକରେ, ଆଗାମୀ ଦିନ ରେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ଓଏଲ୍ଫେୟାର କମିଟିର ସଭାପତି ବାଳକୃଷ୍ଣ ଜେନା ଓ ସାଧାରଣ ସମ୍ପାଦକ ସୁବାଷ ମହାପାତ୍ର ପିପିଏଲ୍ କର୍ତ୍ତୁପକ୍ଷଙ୍କୁ ଚେତାବନୀ ଦେଇଛନ୍ତି |

(ପାରାଦ୍ବୀପରୁ ମନୋଜ ସାହୁ, ଫୋକସ ପ୍ଲସ)

Related post

୨୫ କିଲୋଗ୍ରାମ ହରିଣ ମାଂସ ଜବତ ।

୨୫ କିଲୋଗ୍ରାମ ହରିଣ ମାଂସ ଜବତ ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର): ହରିଣ ମାଂସ ଚୋର ଚାଲାଣ ବେଳେ ଜବତ କଲା ବନ ବିଭାଗ। କେନ୍ଦ୍ରାପଡ଼ା ରୁ ପାରାଦ୍ବିପକୁ ହରିଣ ମାଂସ ଚାଲଣ ହେଉଥିବା ବେଳେ…
ଅଶାନ୍ତି ମଧ୍ୟରେ ଇସ୍ତପା ଦେଲେ ପାକିସ୍ତାନ NSA I

ଅଶାନ୍ତି ମଧ୍ୟରେ ଇସ୍ତପା ଦେଲେ ପାକିସ୍ତାନ NSA I

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବହିଷ୍କାରକୁ ରୋକିବା ପାଇଁ ବିରୋଧୀଙ୍କ ଆବେଦନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟ ଶୁଣାଣି ଜାରି ରଖିବେ। ସେପଟେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ଜାତୀୟ…
ଉପରିସ୍ଥ ଅଧିକାରୀଙ୍କ ଚାପ ବଶବର୍ତ୍ତୀ ହୋଇ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ । 

ଉପରିସ୍ଥ ଅଧିକାରୀଙ୍କ ଚାପ ବଶବର୍ତ୍ତୀ ହୋଇ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ । 

ଫୋକସ ପ୍ଲସ 30/3(ଭଦ୍ରକ):ପୋଲିସ ସାଜିଲା ପୋଲିସର ଶତ୍ରୁ। ଏସପି ଙ୍କ ସୁରକ୍ଷା କର୍ମୀଙ୍କ ପ୍ରତି ଭଦ୍ରକ ଥାନାର ଏତେ ଆନ୍ତରିକତା କଣ ପାଇଁ? ଥାନା ଅଧିକାରୀଙ୍କ ଚାପ ସହି…

Leave a Reply

Your email address will not be published. Required fields are marked *