
ଉତ୍କଳ ଦିବସ ଓ ନବଉତ୍କଳର ନିର୍ମାତା ମଧୁବାବୁ।
- Breaking newsଦେଶ ବିଦେଶମନୋରଞ୍ଜନରାଜ୍ୟ
- April 1, 2022
- No Comment
- 268
ଫୋକସ ପ୍ଲସ 1/4 (ସାଲେପୁର ):ଆଜି ଉତ୍କଳ ଦିବସ ଆଜିର ମହାନ ଦିବସ କୁ ସମଗ୍ର ରାଜ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି. ଏହି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଯେଉଁ ପ୍ରମୁଖ ବିନ୍ଧାଣି ମାନେଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମାହାରାଜା କୃଷ୍ଣଚନ୍ଦ୍ର ଗଜପତି,ବ୍ୟାସକବି ଫକୀରମୋହନ ସେନାପତି,ଉତ୍କଳ ମଣିଗୋପବନ୍ଧୁ ଦାସ,ସ୍ୱଭାବ କବି ଗଙ୍ଗାଧର ମେହେର,ରାଧାନାଥ ରାୟ,ବିଜୁ ପଟ୍ଟନାୟକ।ପ୍ରମୁଖ ଙ୍କ ଅବଦାନ ଅବିସ୍ମରନିୟ।ପୂର୍ବେ ବଙ୍ଗ ,ବିହାର ,ଓଡିଶା ଏକତ୍ର ଥିଲା।ବଙ୍ଗୀୟ ମାନେ ଓଡିଶା ରେ ରାଜୁତି କରୁଥିଲେ ଓ ଓଡିଶା ର ଲୋକମାନଙ୍କୁ ନୀଚ ଓ ହୀନଦୃଷ୍ଟିରେ ଦେଖୁଥିଲେ।ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି କୁ ଉଜ୍ଜୀବିତ କରିବାପାଇଁ ଓଡିଶା କୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ରେ ପରିଣତ କରିବାରେ ଆମ ବରପୁତ୍ର ମାନଙ୍କ ଅବଦାନ ଚିର ସ୍ମରଣୀୟ।ଓଡିଶା ୧୯୩୬ ମସିହା ଏପ୍ରିଲ ମାସ ୧ତାରିଖରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହୋଇଥିଲା।ସେ ସମୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ସମ୍ପାଦନା ରେ ଓଡିଶା ର ପ୍ରଥମ ସମ୍ବାଦପତ୍ର Iଉତ୍କଳ ଦୀପିକା ମାଧ୍ୟମରେ ବଙ୍ଗୀୟ ମାନଙ୍କୁ କଟୁ ସମାଲୋଚନା ମଧ୍ୟ କରୁଥିଲେ।ବାସ୍ତବ କ୍ଷେତ୍ରରେ ଆମ ରାଜ୍ୟ ଓଡିଶା ଆଜି ବହୁ ପ୍ରଗତିପଥରେ ଅଗ୍ରସର ହୋଇଛି ।କିନ୍ତୁ ବିଡ଼ମ୍ବନା ର ବିଷୟ ଯେ ଓଡିଶା ର ଯେଉଁ ଵୀର ଓ ବରପୁତ୍ର ମାନେ ସେମାନଙ୍କ ତ୍ୟାଗ ନିଷ୍ଠା ଓ ଏକାଗ୍ରତା ବଳରେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି, ସେମାନଙ୍କୁ ଆମେ କେତେ ମନେରଖିଛୁ ? ଆଜିର ଯୁଗରେ ମଣିଷ ସମାଜ ପ୍ରତ୍ୟେକ ନିଜନିଜ କାର୍ଯ୍ୟସମ୍ପାଦନ ରେ ବ୍ୟସ୍ତ।ପ୍ରତ୍ୟକ ମଣିଷ ଅର୍ଥ ଓ ସ୍ୱାର୍ଥ ପଛରେ ଧାଉଁଥିବା ଦେଖିକୁମିଲୁଛି।କିନ୍ତୁ ଏ ଵୀର ଓ ବର ପୁତ୍ର ମାନଙ୍କୁ ମନେରଖୁଛି କିଏ ? ଯଦି ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାନ୍ତା, ତେବେ ଓଡ଼ିଆ ଭାଷା କୁ ପ୍ରତ୍ୟକ କାର୍ଯ୍ୟାଳୟ ରେ ବାଧ୍ୟତାମୂଳକ କରାଯିବା ସହିତ ପ୍ରତ୍ୟକ ସରକାରୀ ଅଫିସ ପରିସରରେ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଆନ୍ତା, ତେବେ ଆଗାମୀ ପିଢ଼ୀ ହୁଏତ ମନେରଖିନ୍ତେ।ଉତ୍କଳଗୌରବ ମଧୁସୂଦନ ଙ୍କ ଜନ୍ମମାଟି ସାଲେପୁର ର ସତ୍ୟଭାମାପୁର ରେ ଆବଶ୍ୟକୀୟ ବିକାଶ ହୋଇପାରିନାହିଁ।କେବଳ ସରକାରୀ ଅନୁଦାନରେ ପ୍ରାଚୀର ଭିତରେ କାମ ଚାଲିଥିଲେ ହେଁ ତାହା ସମ୍ପୂର୍ଣ ହୋଇପାରିନାହିଁ।ଯଦି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତି ।ଏହି ସ୍ଥାନ ଆହୁରି ବିକଶିତ ହୋଇପାରିବା ସହିତ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ବତନ୍ତ୍ର ଅଧିକାର କରିପାରନ୍ତାବୋଲି ବୁଦ୍ଧିଜୀବୀ ମହଲ ରେ ମତପ୍ରକାଶ ପାଉଛି ।ଆଜି ଏହି ଅବସରେ ଜନ୍ମମାଟିରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ବହୁବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାର କରିଛନ୍ତି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଭାସମିତି ଅନୁଷ୍ଠିତ ହେଉଛି।
କଟକ ଜିଲ୍ଲାର ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।