
୨ବର୍ଷର ବ୍ୟବଧାନ ପରେ ଆରମ୍ଭ ହେଲା ଦଣ୍ଡ ନାଚ I
- Breaking newsଦେଶ ବିଦେଶମନୋରଞ୍ଜନରାଜ୍ୟ
- April 1, 2022
- No Comment
- 332
ଫୋକସ ପ୍ଲସ 1/4 (ଅନୁଗୁଳ): ୨ବର୍ଷର ବ୍ୟବଧାନ ପରେ ଆରମ୍ଭ ହୋଇଛି ଦଣ୍ଡ ନାଚ। ଗାଁକୁ ଗାଁ ବୁଲୁଛନ୍ତି ଦଣ୍ଡ ପାଟୁଆ।ଦୁଇ ବର୍ଷ ପରେ ଆରମ୍ଭ ହୋଇଛି ଓଡ଼ିଶାର ଲୋକପର୍ବ ଦଣ୍ଡ ନାଚ।ଦୁଲୁକୁଛି ଗାଁ ଦାଣ୍ଡ..।ଦଣ୍ଡ କାଳୀଙ୍କ ମହିମା ପ୍ରଚାର ପାଇଁ ଆରମ୍ଭ ହୋଇଥିବା ଏହି ଯାତ୍ରା ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ରେ ଉଦଯାପିତ ହେବ ।ଏଥିପାଇଁ ଗାଁ ରୁ ସହର ସବୁଆଡେ ଢୋଲ ଓ ଝାଞ୍ଜ ବିନାଦିତ ହେବ ସହିତ ରୁଦ୍ରକାଳୀ ଙ୍କ ପୂଜା ଆରାଧନା ଆଉ ଝୁଣା ଧୂଆଁର ମହକରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଠାକୁରଙ୍କ ସହିତ ବାନା ଛତ୍ର ଧରି ପୂଜକ ଏବଂ ଦଣ୍ଡ କଳାକାର ମାନେ ଶାଢ଼ି ପିନ୍ଧି, ସାତ ଶୃଙ୍ଗାର କରି, ଲୋକବାଦ୍ୟ ବଜାଇ, ଗୀତ ଗାଇ ଗାଁ ଗାଁ ବୁଲି ଲୋକଙ୍କ ମନରଞ୍ଜ କରିବା ସହ ଦଣ୍ଡ ନାଚ ପରିବେଷଣ କରୁଛନ୍ତି। ସାଙ୍ଗକୁ ଠାକୁରଙ୍କ ସେବା କରୁଛନ୍ତି ଦଣ୍ଡନାଚ କଳାକାର..ଓ ମାନସିକ ଧାରୀ । କିଶୋରନଗର ବ୍ଲକ ଅଞ୍ଚଳର ଆଖ ପାଖ ଗାଁ ଗୁଡିକରେ ମା ଦଣ୍ଡକାଳୀ ଦର୍ଶନ ଦେବା ସହ ଦଣ୍ଡନୃତ୍ୟ ପରିବେଷଣ ହୋଉଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରୁ ଓଡ଼ିଶାର ସଂସ୍କୃତି ଦଣ୍ଡ ନୃତ୍ୟର କିଛି ଝଲକ.. ।
ବ୍ୟୁର ଇନପୁଟ ସହ ….କିଶୋରନଗର ରୁ ଅନୀଲ କୁମାର ଧଳଙ୍କ ରିପୋର୍ଟ (focus plus)