ନର୍ଲା ବ୍ଲକ ଉପାଧ୍ୟକ୍ଷ ଙ୍କ ଚେତାବନୀ;ଏପ୍ରିଲ ୧୦ ରେ ହେବ ଜନ ଆନ୍ଦୋଳନ I

ନର୍ଲା ବ୍ଲକ ଉପାଧ୍ୟକ୍ଷ ଙ୍କ ଚେତାବନୀ;ଏପ୍ରିଲ ୧୦ ରେ ହେବ ଜନ ଆନ୍ଦୋଳନ I

ଫୋକସ ପ୍ଲସ 1/4 (କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ନର୍ଲା ଓ ରୁପ୍ରାରୋଡ ରେ ଚଳାଚଳ କରୁଥିବା ବିଭିନ୍ନ ଏକ୍ସପ୍ରେସ ତଥା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ଗତ ଦୁଇ ବର୍ଷ ଧରି ଉକ୍ତ ଷ୍ଟେସନ ମାନଙ୍କରେ କୋରୋନା ପର ଠାରୁ ଆଉ ରହୁ ନାହିଁ l ଅନେକ ଦାବି ସତ୍ୱେ କେନ୍ଦୀୟ କତୃପକ୍ଷ ଙ୍କ ନୀରବଦ୍ରଷ୍ଟା କୁ ସାଧାରଣ ରେ ଆହୁରି ଚିନ୍ତା ବଢ଼ାଉଛି l ନର୍ଲାରୋଡ଼ ଓ ରୁପ୍ରାରୋଡ ରେଳ ଷ୍ଟେସନ ରେ ଅଞ୍ଚଳ ର ପାଖାପାଖି ୨୦୦ ରୁ ଉର୍ଦ୍ଧ୍ବ ଗାଁ ଲୋକେ ନିର୍ଭର କରିଥାନ୍ତି l ନିକଟରେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ବିଶାଖାପାଟଣା ଯିବା ଆସିବା କରନ୍ତି ତ ଅଞ୍ଚଳ ର ଛୋଟ ରୁ ନେଇ ବଡ଼ ବଡ଼ ବ୍ୟବସାୟୀ ମାନେ ରାୟପୁର ଏକ ବଡ଼ ବ୍ୟବସାୟିକ ମାର୍କେଟ ହୋଇ ଥିବାରୁ ପ୍ରତିଦିନ ଏହି ଦୁଇ ସ୍ଥାନକୁ ଯିବାକୁ ହେଲେ ରୁପ୍ରାରୋଡ ଏବଂ ନର୍ଲାରୋଡ ଷ୍ଟେସନ କୁ ହଜାର ହଜାର ସଂଖ୍ୟା ରେ ଲୋକେ ଯିବା ଆସିବା କରିଥାନ୍ତି l ତତ୍ ସଙ୍ଗେ ସଙ୍ଗେ କେସିଙ୍ଗା,ଟିଟିଲାଗଡ, କଣ୍ଟାବାଞ୍ଜି ,ରାୟଗଡ଼ା,ବଲାଙ୍ଗୀର,ବରଗଡ, ସମ୍ବଲପୁର କୁ ମଧ୍ୟ ଛାତ୍ର ଛାତ୍ରୀ ସମେତ ଯାତ୍ରୀ ଙ୍କ ଲମ୍ବା ଭିଡ଼ ଦେଖିବା କୁ ମିଳିଥାଏ l ଉକ୍ତ ଷ୍ଟେସନ ମାନଙ୍କ ମଧ୍ୟରେ ପୂର୍ବରୁ ଦୁର୍ଗ – ଜବଦଳପୂର୍ ଏକ୍ସପ୍ରେସ, ନିଜାମୁଦ୍ଦିନ – ବିଶାଖାପାଟନମ (ସମତା ଏକ୍ସପ୍ରେସ), କୋର୍ବା – ବିଶାଖାପାଟନମ(ଲିଙ୍କ ଏକ୍ସପ୍ରେସ),ହାୱଡା – କୋରାପୁଟ (ସମଲେଶ୍ଵରୀ ଏକ୍ସପ୍ରେସ), ଧାନବାଦ – ଏଲେପି (ବୋକାରୋ ଏକ୍ସପ୍ରେସ) ଭଳି ବିଭିନ୍ନ ଟ୍ରେନ ଚଳା ଚଳ କରୁଥିଲା l କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ,ରାଜ୍ୟ ସଭା ସାଂସଦ ସୁଜିତ୍ ସେଠ, ନର୍ଲା ବିଧାୟକ ଭୂପିନ୍ଦର ସିଂହ ତଥା ଜିଲ୍ଲାପାଳଙ୍କ ଜରିଆରେ ଜିଏମ୍ (ଭୁବନେଶ୍ୱର), ଡିଆରଏମ (ସମ୍ବଲପୁର) ତଥା ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ମଧ୍ୟ ଅନେକ ଦାବି ପତ୍ର ଦିଆ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ l ଏଣୁ ଗତ କାଲି ବୁଧବାର ନର୍ଲା ବ୍ଲକ ଉପାଧ୍ୟକ୍ଷ ତଥା ରେଳ ଯାତ୍ରୀ କମିଟି ର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ବରିଷ୍ଠ ଆଇନ ଯିବି ଶ୍ରୀ ସୁବାସ ଅଗ୍ରୱାଲ,ରାଧେଶ୍ୟାମ ଖେତନ୍ , ସୁମି ତ ଶର୍ମା,ରତନ ଅଗ୍ରୱାଲ ଙ୍କ ସମେତ ଗାଁ ର କିଛି ସମାଜ ସେବୀ ରୁପ୍ରାରୋଡ ଷ୍ଟେସନ ମାଷ୍ଟର ଜରିଆରେ ଆଜି ଜି ଏମ ଭୁବନେଶ୍ୱର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଏବଂ ଶ୍ରୀ ମିହାନ୍ତୁ କହିଛନ୍ତି ଇତି ମଧ୍ୟରେ ଯଦି ରେଳ ରହଣି ପୂର୍ବପରି ନ କରାଯାଏ ତା ହେଲେ ଏପ୍ରିଲ ୧୦ ତାରିଖରେ ୧୦ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ରେଳ ରୋକ୍ କରାଯିବ ବୋଲି କହିଛନ୍ତି l

Related post

Leave a Reply

Your email address will not be published. Required fields are marked *