ଚିକିଟି ବ୍ଳକରେ ଉତ୍କଳ ଦିବସ ପାଳିତ।

ଚିକିଟି ବ୍ଳକରେ ଉତ୍କଳ ଦିବସ ପାଳିତ।


ଚିକିଟି-ଚିକିଟି ବ୍ଲକ ଧାନଘର ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳନ ହୋଇଯାଇଛି।ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ବ୍ଲକ ଅଧ୍ୟକ୍ଷ ଆପନା ସେଠି, ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପାରାଣୀ ସାହୁ, ସରପଞ୍ଚ ଜି. ଜ୍ୟୋତି ରେଡ଼ି, କାଉନସିଲର ଅନିତା ସାହୁ, ମିତାଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏ ଅବସରରେ ବିଦ୍ୟାଳୟର ଇକୋ. କ୍ଲବ ଓ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ଶିଶୁ ପତ୍ରିକା ” ଶିଶୁ ସୁରଭି” ଯାହାକି ବିଦ୍ୟାଳୟର ବିଦ୍ୟାର୍ଥୀ ଙ୍କ ଦ୍ଵାରା ଲିଖିତ କବିତା, ଗଳ୍ପ, ଚିତ୍ରାଙ୍କନ ଉନ୍ମୋଚିତ ହୋଇଯାଇଛି।ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଯୁବ ସମାଜସେବୀ ରଘୁନନ୍ଦନ ସାହୁ( ବାପି ଭାଇ) ଉମା ରେଡ଼୍ଡୀଙ୍କ ସହ ସମସ୍ତ ଶିକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।ସେହିଭଳି ଵାଲାଜୀ ଠାକୁର ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ମଧ୍ୟ ଏହି ଦିବସ ପାଳନ କରିଛି।ସଭାପତି ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ପି ସି ସାହୁ, ସମ୍ମାନିତ ଅତିଥି ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୂର୍ଯ୍ୟକାନ୍ତ ପାତ୍ର, ସଂପାଦକ ସୀମାଞ୍ଚଳ ବିଷୋୟୀ, ମୁଖ୍ୟ ବକ୍ତା ଡ଼ଃ ଅଲେଖ ଚନ୍ଦ୍ର ପ୍ରଧାନ, ସ୍ୱତନ୍ତ୍ର ଅତିଥି ରୂପେ ଚିକିଟି ଏନ ଏ ସି ଅଧ୍ୟକ୍ଷା ଦୀପାରାଣୀ ସାହୁ,ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରମୁଖ ଦିବସ ର ମହତ୍ୱ ଆଲୋକପାତ କରିଥିଲେ।ଏ ଅବସରରେ ଏମ ଭି ଆଇ ଶିବ ଶଙ୍କର ଚୌଧୁରୀ, ଅବସର ପ୍ରାପ୍ତ ଡି ଆଇ ବୃନ୍ଦାବନ ପ୍ରଧାନ, ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ଡ଼ଃ ଦୀପକ ରଞ୍ଜନ ଦାଶ ପ୍ରମୁଖ ଆୟୋଜକ ଙ୍କ ଦ୍ଵାରା ସମ୍ମାନିତ କରାଯାଇଛି।ଶେଷ ରେ ଅବସର ପ୍ରାପ୍ତ ଅଧ୍ୟାପକ ହରିଶ୍ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସେହିଭଳି ଚିକିଟି ବିଡ଼ିଓ ଙ୍କ ଅଧକ୍ଷତା ରେ ବ୍ଲକରେ ଉତ୍କଳ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବ୍ଲକ ଅଧକ୍ଷ ଆପନା ସେଠୀ ମୁଖ୍ୟ ଅତିଥି, ଦିଗପହଣ୍ଡି ବିଡ଼ିଓ ହଳଧର ଶବର ସ୍ୱତନ୍ତ୍ର ଅତିଥି ଭାବେ, ସହକାରୀ ଯନ୍ତ୍ରୀ ଗଙ୍ଗା ଧର ଲେଙ୍କା ଓ ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦୀପ୍ତ କୁମାର ପଟନାୟକ ପ୍ରମୁଖ ଯୋଗ ଦେଇ ଆଜିର ଦିବସର ଅlଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *