ନର୍ଲା ରାଜ ରାସ୍ତା ଉପରେ ଘଟି ଚାଲିଛି ଦୁର୍ଘଟଣା ଉପରେ ଦୁର୍ଘଟଣା
- Breaking newsଦେଶ ବିଦେଶରାଜ୍ୟ
- April 2, 2022
- No Comment
- 74
ନର୍ଲା/୦୨/୦୪:- (କଳାହାଣ୍ଡି) ନର୍ଲା ବ୍ଲକ ଅନ୍ତର୍ଗତ ବଡ଼ଧାରପୁର ନିକଟରେ ତିନୋଟି ଟ୍ରକ୍ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା l ଠିକ୍ ତାର ଦିନକ ପରେ ଗୋହିରାପଦର ନିକଟ ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସ୍ଥଳରେ ହେଲପରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ଦ୍ର ପଟୁ ଆସୁଥିବା ଏକ ଟ୍ରକ୍ ଯାହାର ଗାଡ଼ି ନମ୍ୱର ଏପି ୩୯ ୯୬୬୬ ଭୋର ସକାଳୁ ମ.ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ଦୁର୍ଘଟଣା ସ୍ଥଳରେ ନର୍ଲା ପୁଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।
ପ୍ରକାଶ ଯୋଗ୍ୟଯେ ଛତିଶଗଡ଼ ରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍ (ସିଜି ୦୪ ଏମ୍ଜି ୪୬୭୭) ବିଶାଖାପାଟଣା ଯାଉଥିଲା। ଏହି ସମୟରେ ବିଶାଖାପାଟଣାରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ପରେ ଧକ୍କା ହୋଇଥିବା ଦୁଇଟି ଟ୍ରକ୍ ମଧ୍ୟରୁ ଏକ ଟ୍ରକ ରେ ଆଉ ଏକ ଟ୍ରକ୍ ପଛ ପଟୁ ବାଡେଇ ହୋଇଥିଲା। ଏଥିରେ ଟ୍ରକ୍ର ଚାଳକଙ୍କ ମୃତୁ ହୋଇଥିବା ବେଳେ ଦୁଇଜଣ ଗୁଋତର ଭାବେ ଆହତ ହେଇଥିବା ସୂଚନା ମିଳିଛି l ମୃତକ ଟ୍ରକ ଚାଳକଙ୍କ ନାଁ ହରେକୃଷ୍ଣ ବିଶି ଏବଂ ଉକ୍ତ ଡ଼୍ରାଇଭରଙ୍କ ଘର ନୂଆପଡ଼ା ଜିଲ୍ଲା ର ଖରୀଆର ବୋଲି ଜଣା ପଡିଛି l ଆହତ ହୋଇଥିବା ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା। ଘଟଣାସ୍ଥଳରେ ନର୍ଲା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିଲେ l
ନର୍ଲା ରୁ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ