ଏପ୍ରିଲ ଆରମ୍ଭ ରୁ ଫୁଟିଲାଣି ଟିଟିଲାଗଡ

ଏପ୍ରିଲ ଆରମ୍ଭ ରୁ ଫୁଟିଲାଣି ଟିଟିଲାଗଡ

ଏପ୍ରିଲ ଆରମ୍ଭ ରୁ ଫୁଟିଲାଣି ଟିଟିଲାଗଡ l ଗତକାଲି ସମସ୍ତ ରେକର୍ଡ ଭାଙ୍ଗିଛି ଟିଟିଲାଗଡ ତାପମାତ୍ରା l ଟିଟିଲାଗଡ ସହରର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି l ଗତ କାଲି ଟିଟିଲାଗଡ ତାପମାତ୍ରା 43.4 ରହିଥିଲା l ଏହା ଏପ୍ରିଲ ମାସରେ ସର୍ବାଧିକ ତାପମାତ୍ରା ବୋଲି କୁହାଯାଇପାରେ l 2016 ଏପ୍ରିଲ 24 ରେ ଟିଟିଲାଗଡ ରେ ପାରଦ ସର୍ବାଧିକ 48.5 ଡିଗ୍ରୀ ଛୁଇଁଥିଲା l ଟିଟିଲାଗଡ଼ ପରେ ବଲାଙ୍ଗୀର ଥିଲା ଦ୍ୱିତୀୟ ଉତ୍ତପ୍ତ ସହର l ଏଠି ତାପମାତ୍ରା 42.4 ଡିଗ୍ରୀ ସେଲସିୟସ ଥିଲା l ଝାରସୁଗଡା ,ସୁନ୍ଦରଗଡ ,ତାଳଚେର ,ସୋନପୁର ,ବୌଦ୍ଧ ,ଭବାନୀପାଟଣା ,ଆଦି 8 ଟି ସହର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି l ଏନେଇ ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

ଗତକାଲି ରେକର୍ଡ କରାଯାଇଥିବା ତାପମାତ୍ରା ମଧ୍ୟରୁ ଝାରସୁଗଡା ରେ 41.2, ଭବାନୀପାଟଣା 41.2, ବଲାଙ୍ଗୀରି ରେ 41.2, ବୌଦ୍ଧ 41, ସମ୍ବଲପୁର ରେ 40.1 ସୁନ୍ଦରଗଡ ରେ 40 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି l ଆଗକୁ ଏପରି ତାପମାତ୍ରା ବୁଦ୍ଧି ପାଇବ ବୋଲି ପାଣିପାଗ ଭିଭାଗରୁ ସୂଚନା ମିଳିଛି l ତାପମାତ୍ରା ବୁଦ୍ଧି ଯୋଗୁ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ଆଖି ଆଗରରେ ରଖି ଆଜି ଠାରୁ ସକାଳୁଆ ସ୍କୁଲ ଆରମ୍ଭ କରାଯାଇଛି l

Related post

Leave a Reply

Your email address will not be published. Required fields are marked *