ରାମନବମୀ ରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି;ରେଳ ମନ୍ତ୍ରୀ କଲେ ଘୋଷଣା I

ରାମନବମୀ ରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି;ରେଳ ମନ୍ତ୍ରୀ କଲେ ଘୋଷଣା I

ଫୋକସ ପ୍ଲସ 4/4 (ଅନୁଗୁଳ): ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି, ରେଳ ମନ୍ତ୍ରୀ କଲେ ଘୋଷଣା ,ଅନୁଗୁଳ ଓ ତାଳଚେର ଲୋକ ସହଜରେ କରି ପାରିବେ ଯାତାୟାତ ।ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି। ଏ ନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ। ଏହି ଟ୍ରେନ ଚଳାଚଳ କଲେ ପୁରୀ, ଭୁବନେଶ୍ୱର ଓ କଟକର ଲୋକ ସହଜରେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିପାରିବେ। ଶନିବାର ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
କରୋନା ସଂକ୍ରମଣ ଯୋଗୁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ ଗଡୁଛି। ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ବର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବା ପାଇଁ ଏ ଅବସରରେ ଦାବି କରାଯାଇଛି। ଏବେ ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନି ଦିନ ଚାଲୁଛି। ଏହି ଟ୍ରେନ୍‌କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି। ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ନେଇ ସମ୍ବଲପୁର ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।

ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ଫୋକସ ପ୍ଲସ 16/4 (ଅନୁଗୁଳ):ରାଜମିସ୍ତ୍ରୀ ରୁ ଆଜି ସଫଳ ଚାଷୀ l ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପରାଛାଟ ପଂଚାୟତ କଣ୍ଟିଆପଶି ଗ୍ରାମରେ ବାସ କରନ୍ତି ଛତୁ ଚାଷୀ…
ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଫୋକସ ପ୍ଲସ :07/04(ତାଳଚେର ):    ରାଜ୍ୟସରକାର ବାରମ୍ବାର ନିର୍ଦେଶ ଦେବାସହ CBSE ତରଫ ରୁ ମଧ୍ୟ NCERT ବହିଛଡା ଅନ୍ୟ ବେଆଇନ ବହି ନଦେବାକୁ କୁହାଯାଇଥିଲେ ମଧ୍ୟ…
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ ।

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ…

ଫୋକସ ପ୍ଲସ:06/04( ଅନୁଗୁଳ) ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା…

Leave a Reply

Your email address will not be published. Required fields are marked *