
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବଡ଼ମ୍ବା ଖଣ୍ଡର ଖଣ୍ଡ ସମ୍ମିଳନୀ ସରସ୍ଵତୀ ଶିଶୁ ମନ୍ଦିରରେ ଉଦଯାପିତ:
- Breaking newsଦେଶ ବିଦେଶମନୋରଞ୍ଜନରାଜ୍ୟ
- April 3, 2022
- No Comment
- 151
ଫୋକସ ପ୍ଲସ 4/4 (କଟକ):ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ,କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ଅଦ୍ୟ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ହିନ୍ଦୁ ନବବର୍ଷରେ ବଡ଼ମ୍ବା ଥାନା ସମ୍ମୁଖ ସରସ୍ଵତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ବଡ଼ମ୍ବା ଖଣ୍ଡ କାର୍ଯ୍ୟଵାହ ମାନସ ରଞ୍ଜନ ଘଡେ଼ଇଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କଟକ ଜିଲ୍ଲା ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ବଡ଼ମ୍ବାଖଣ୍ଡର ବିଭିନ୍ନ ମଣ୍ଡଳରୁ ଆସିଥିବା ସ୍ୱୟଂସେବକମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଆଗାମୀ ୨୦୨୪ ମସିହାରେ ସଂଘର ଏକଶତ ବର୍ଷ ପୂର୍ତ୍ତି ଉପଲକ୍ଷେ ବଡ଼ମ୍ବାର ୩୮ ପଞ୍ଚାୟତ କିପରି କାର୍ଯ୍ୟଯୁକ୍ତ ହେବ ସେ ଉପରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଡ଼ମ୍ବା ଖଣ୍ଡ ବ୍ୟବସ୍ଥା ପ୍ରମୁଖ ନିଗମାନନ୍ଦ ନାୟକ,,ଖଣ୍ଡ ବୈ।ଦ୍ଧିକ ପ୍ରମୁଖ ପ୍ରହଲ୍ଲାଦ ମଲ୍ଲିକ, ବଡ଼ମ୍ବା ମଣ୍ଡଳ କାର୍ଯ୍ୟବାହ ପ୍ରମୋଦ କୁମାର ଧଳ, ବଡ଼ମ୍ବା ଖଣ୍ଡ ଗ୍ରାମବିକାଶ ପ୍ରମୁଖ ସୁଧାକର ରାଉତ,ମାଧବ ଚନ୍ଦ୍ର ଦଳେଇ, ଆଲୋକ ଚନ୍ଦ୍ର ରାଉତ,ବିଜୟ କୁମାର ନାୟକ, ସନ୍ତୋଷ କୁମାର ମଲ୍ଲିକ, ବସନ୍ତ କୁମାର ସୁବୁଦ୍ଧି,ବାଲ୍ ସ୍ୱୟଂସେବକ ବିଭୁପ୍ରସାଦ ବେହେରା,ରତ୍ନେଶ ମହାନ୍ତି, ସିପୁନ ସାହୁ, ବଳଭଦ୍ର ବେହେରା ପ୍ରଭୁତି ଉପସ୍ଥିତ ଥିଲେ । ପରେପରେ ବଡ଼ମ୍ବା ଖଣ୍ଡ ତରଫରୁ ରାଷ୍ଟ୍ରୀୟ ନବବର୍ଷ ସ୍ଥାନୀୟ ଆଡିଆ ମହାଦେବ ପୀଠରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲା । ପ୍ରାରମ୍ଭରେ ଠିକ୍ ଅପରାହ୍ନ ୫.୩୦ ସମୟରେ ଆଦ୍ୟ ସରସଂଘଚାଳକ ପ୍ରଣାମ ଦିଆଯାଇ ଉତ୍ସବ ପାଳନ କାର୍ଯ୍ୟକ୍ରମ ଆଗକୁ ନିଆଯାଇଥିଲା । ସଂଘର ପଦ୍ଧତି ଅନୁସାରେ ଆରମ୍ଭରେ ସାଙ୍ଗିକ ଗୀତ ବୋଲାଯାଇଥିଲା ପରେ ପରେ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କଟକ ଜିଲ୍ଲା ମୁଖ୍ୟ ମାର୍ଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ବୈ।ଦ୍ଧିକ ପ୍ରଦାନ କରିଥିଲେ । ପରେପରେ ଯୋଜନା ଅନୁସାରେ ସ୍ୱୟଂସେବକମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ଗାୟନ କରାଯାଇଥିଲା । ସର୍ବଶେଷରେ ସଂଘର ପ୍ରାର୍ଥନା ଗାନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ହିସାବରେ ହାଟ ବଣିକ ସଂଘ ସଭାପତି ଶିବ ନାରାୟଣ ମିଶ୍ର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭରତ ନାରାୟଣ ସାହୁ, ଶିକ୍ଷକ ଅଶୋକ କୁମାର ଧଳ, ଅଧିବକ୍ତା ଅଖିଳ କୁମାର ଦାସ,ଗୁରୁଡିପାଳ ଆଶ୍ରମର ସଂସ୍ଥାପକ ବିଷ୍ଣୁ ବାବା ଏବଂ ବହୁତ ବୁଦ୍ଧିଜୀବୀ ଉପସ୍ଥିତ ରହି ରାଷ୍ଟ୍ରୀୟ ନବବର୍ଷକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ ।