
ବିଦ୍ୟାଳୟ କାମକୁ ନେଇ ଘରେ ପଶି ୱର୍ଡ ମେମ୍ବର ମହିଳା କୁ ଆକ୍ରମଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି I
- Breaking newsଅପରାଧଦେଶ ବିଦେଶରାଜ୍ୟ
- April 3, 2022
- No Comment
- 135
ଫୋକସ ପ୍ଲସ 3/4 (କେନ୍ଧୁଝର):ବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟ କୁ ବିରୋଧ କରିବାରୁ ବିଦ୍ୟାଳୟ କମିଟି ସଦସ୍ୟ ଙ୍କ ଘରେ ପଶି ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ। ମହିଳା ଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା କୁ ନେଇ ସ୍ଥାନିୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆନନ୍ଦପୁର ବ୍ଲକ କଣ୍ଟିପାଳ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଠିକାଦାର ବିଦ୍ୟାଳୟ ପରିସର ରେ ଥିବା ଗଛ ଗୁଡିକ ବିନାନୁମତି ରେ କାଟି ଦେଇଥିଲେ ଯାହାକୁ ବିରୋଧ କରିଥିଲେ ବିଦ୍ୟାଳୟ କମିଟି ର ମେମ୍ବର ରଞ୍ଜିତ ବେହେରା। ଯାହାକୁ ନେଇ ଅନ୍ୟ ମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଘଟଣା ପରେ ରାତିରେ ରଞ୍ଜିତ ଘରେ ଥିବା ସମୟରେ ଠିକାଦାର ଙ୍କ ସମେତ ଅନ୍ୟ କିଛି ଲୋକେ ଘରେ ପଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କ ପତ୍ନୀ ନମିତା ନାୟକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନମିତା ଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଆନନ୍ଦପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସ୍ଡିପିଓ।