ରଙ୍ଗିଲା ପ୍ରେମିକ ପ୍ରେମିକାକୁ ରାତିଅଧରେ ଦେଖାକରିବାକୁ  ଯାଇ  ପଡୋଶୀ ଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହ ଗଛରେ  ବାନ୍ଧି  ସାତବେଣ୍ଟିଆ କରି ଗାଁରେ ବୁଲାଇଲେ ।

ରଙ୍ଗିଲା ପ୍ରେମିକ ପ୍ରେମିକାକୁ ରାତିଅଧରେ ଦେଖାକରିବାକୁ ଯାଇ ପଡୋଶୀ ଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହ ଗଛରେ ବାନ୍ଧି ସାତବେଣ୍ଟିଆ କରି ଗାଁରେ ବୁଲାଇଲେ ।

 

ଫୋକସ ପ୍ଲସ( ମହାକାଳପଡ଼ା):04/04/22

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ପେଟଛେଲା ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା କୋଚିଳା ଗ୍ରାମର ଧୁର୍ବ ପାଇଟାଳ ଙ୍କ ପୁଅ ବିକ୍ରମ ପାଇଟାଳ ଗତକାଲି ବିଳମ୍ବିତ ରାତିରେ କେନ୍ତିଆ ଗ୍ରାମରେ ମା ଓ ଝିଅ ଘରେ ଶୋଇଥିବା ସମୟରେ ଘର ଭିତରକୁ ପଶି ରସିକ ପ୍ରେମିକ ଝିଅକୁ ଦେଖାକରିବା ସହ ଅସଦାଚରଣ କରିବା କୁ ଛେଷ୍ଟା କରିଥିଲା ଏହି ସମୟ ରେ ଝିଅ ର ମା, ମହିଳା ଙ୍କ ନିଦ ଭାଙ୍ଗିଯିବାରୁ ଘରେ କିଏ ଚୋରପଶିଛି ବୋଲି ଡାକପକାଇବାରୁ ବିକ୍ରମ ଦୌଡ଼ି ପଳାଇବା କୁ ଛେଷ୍ଟା କରୁଥିବା ସମୟରେ ଘରପାଖ ପଡୋଶୀ ଙ୍କ ହାବୁଡ଼ରେ ପଡିଜାଇଥିଲା ରାତିରେ ବିକ୍ରମ କୁ ଗ୍ରାମବାସୀ ମାନେ ମିଶି ମାଡ ମାରିବା ସହ ରାତିସାରା ଗଛରେ ବାନ୍ଦୀ ପକାଇଥିଲେ ଓ ସକାଳୁ ସକାଳୁ ବିକ୍ରମ କୁ ସର୍ବ ସମୁଖରେ ସାତବେଣ୍ଟିଆ କରିଥିଲେ ଓ ଏଣେ କେଚିଳା ଗ୍ରାମର ଧୁର୍ବ ପାଇଟାଳ ଙ୍କ ଘରେ ଖବର ପହଞ୍ଚି ଲା ତୁମପୁଅ ଗଛରେ ବନ୍ଧା ହୋଇଛି ଖବର ପାଇଁ ବିକ୍ରମ ଭୋଉଣି ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି ଯେ ମୋ ଭାଇକି କେନ୍ତିଆ ଗ୍ରାମର କିଛି ଲୋକ ଗଛରେ ବାନ୍ଧି ଅଟକ ରଖିଛନ୍ତି ତେଣୁ ମୋ ଭାଇକି ଉଧାର କରନ୍ତୁ ଏଣେ ଖବର ପାଇଁ ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ବିକ୍ରମ କୁ ଉଧାର କରିବା ସହ ତଦନ୍ତ ଜାରିରଖିଛନ୍ତୀ –ମହାକାଳପଡ଼ା ରୁ ସମୀର ପ୍ରସାଦ ଙ୍କ ରିପୋର୍ଟ ଫୋକସ ପ୍ଲସ।

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published. Required fields are marked *