କଣ୍ଡକ୍ଟରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ 49ଜଣ ଯାତ୍ରୀଙ୍କ ଜୀବନ ବଂଚିଗଲା। ଚଳନ୍ତା ଗାଡ଼ିର ଷ୍ଟେରିଙ୍ଗ ଉପରେ ଜୀବନ ଗଲା ଡ୍ରାଇଭରଙ୍କ ।

କଣ୍ଡକ୍ଟରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ 49ଜଣ ଯାତ୍ରୀଙ୍କ ଜୀବନ ବଂଚିଗଲା। ଚଳନ୍ତା ଗାଡ଼ିର ଷ୍ଟେରିଙ୍ଗ ଉପରେ ଜୀବନ ଗଲା ଡ୍ରାଇଭରଙ୍କ ।

ଫୋକସ ପ୍ଲସ (କୋଣାର୍କ)   04/04/22

ଯାତ୍ରୀବାହୀ ଚଳନ୍ତା ବସ ଷ୍ଟେରିଇଂ ଉପରେ ଘଟିଛି ଡ୍ରାଇଭର ଙ୍କ ମୃତ୍ୟୁ,ଘଟଣା ସ୍ଥଳରେ କଣ୍ଡକ୍ଟର ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ ବର୍ତିଲେ 49 ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ । ଗାଡି ଚଳାଇ ଆସୁଥିବା ବେଳେ ଯାତ୍ରୀବାହୀ ବସ୍ ଡ୍ରାଇଭର ସୁଦର୍ଶନ ସାହୁ ଙ୍କ ହୃଦ୍ ଘାତ ରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଘଟଣା ଘଟିଛି ଗୋପ-ଚାରିଛକ ରାସ୍ତା ର ଗୋପ ବଜାର ନିକଟରେ, ଯାତ୍ରୀବାହୀ ବସ୍ ଟି କଟକ ଅଭିମୁଖେ ଯାଉଥିବା ସମୟରେ ବସ୍ ଡ୍ରାଇଭର ସୁଦର୍ଶନ ସାହୁଙ୍କ ହୃଦ୍ ଘାତ ଯୋଗୁଁ ଗାଡିଚଳାଇବା ସମୟରେ ଟଳି ପଡିଥିଲେ। ତେବେ କଣ୍ତକ୍ଟର ଙ୍କ ନଜର ଡ୍ରାଇଭର ଙ୍କ ଉପରେ ପଡିଯିବାରୁ ଯାତ୍ରୀମାନଙ୍କ ସାହାର୍ଯ୍ୟ ରେ ଡ୍ରାଇଭର ଙ୍କୁ ତାଙ୍କ ସିଟିରୁ ଓଲ୍ହାଇ ଗାଡିଟିକୁ ଠିଆ କରିଥିଲେ। ପରେ ଡ୍ରାଇଭର ଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ଡ୍ରାଇଭର ର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।ଯାତ୍ରୀ ଓ କଣ୍ଡକ୍ଟରଙ୍କ କହିବା ମୁତାବକ କିଛି ସମୟ ପୂର୍ବରୁ ଗୋପ ବଜାରରେ ଚା ମଧ୍ୟ ଡ୍ରାଇଭର ପିଇବା ପରେ ଗାଡି ବାହାରିବାର ଦୁଇଶହ ମିଟର ଯିବାପରେ ଏଭଳି ଘଟଣା ଘଟିଲା। ବର୍ତ୍ତମାନ ଯାତ୍ରୀଙ୍କ ସହ ଗାଡି ଗୋପ ବଜାରରେ ଥିବା ଦେଖିବାକୁ ମିଳୁଛି।
କୋଣାର୍କ ରୁ ଆଶିଷ ରଂଜନ ମିଶ୍ର ଫୋକସ୍ ପ୍ଲସ

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published. Required fields are marked *