ନର୍ଲା ରାତ୍ରି କାଳୀନ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କେସିଙ୍ଗା ପପୁ ବ୍ରଦର୍ସ ଚାମ୍ପିଅନ

ନର୍ଲା ରାତ୍ରି କାଳୀନ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କେସିଙ୍ଗା ପପୁ ବ୍ରଦର୍ସ ଚାମ୍ପିଅନ

ନର୍ଲା/୦୪/୦୪:- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ପ୍ରଥମ ଥର ପାଇଁ ରାତ୍ରୀକାଳୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ନର୍ଲା ଫୁଟବଲ୍ କ୍ଲବ ର ସଭାପତି ଦିପୁ ପାତ୍ରଙ୍କ ନେତୃତ୍ୱ ରେ ଏହି ରାତ୍ରୀକାଳୀନ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ ମଣ୍ଟୁ ପୁଝାରୀ,ଭକ୍ତ ମଝି, ଭୁଗୁଲ ମାଝୀ, ଦେବା ବିଶି, ଡୋଲାମଣି ସାହୁ ଏବଂ ଅନ୍ୟ ମାନଙ୍କ ସହୋଜୋଗ କରିଥିଲେ l ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ନର୍ଲା ହାଇସ୍କୁଲ ପଡ଼ିଆରେ ଉଦ୍ଘାଟନ ହୋଇଥିଲା l ଉଦ୍ଘାଟନ ସମାରୋହ ରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ ଦେଇ ଫିତା କାଟି ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ l ଅନ୍ୟ ସମ୍ମାନିତ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ଶା,ବାଗପୂର୍ ସରପଞ୍ଚ ଗୋପାଳ ହାତୀ, ସର୍ଗୀଗୁଡ଼ା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ ଆଦି ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ନର୍ଲା ରୁ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Related post

Leave a Reply

Your email address will not be published.