
ଭତ୍ତାରୁ ବଞ୍ଚିତ ଆଦିବାସୀ ବୃଦ୍ଧ ଦମ୍ପତ୍ତି। ମରୀଚିକା ପାଲଟିଛି ସରକାରୀ ଯୋଜନା।
- ରାଜ୍ୟ
- April 4, 2022
- No Comment
- 131
ଥୁଆମୂଳ ରାମପୁର, ୪/୪
ସରକାର ଗରିବଙ୍କ ପାଇଁ ଅନେକ ଯୋଜନା କରିଛନ୍ତି।ସାମାଜିକ ସୁରକ୍ଷା ଯୋଜନା ଭଳି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏସବୁ ଯୋଜନା ଗୁଡିକରେ ସମାଜରେ ଅବହେଳିତ ଅସହାୟ ଲୋକଙ୍କୁ ପ୍ରାଥମିକତା ଦିଆଯାଉଥିବା ଡିଣ୍ଡିମ ପିଟାଯାଉଛି।ଏସବୁ ଯୋଜନା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଆର୍ଥିକ ଅନଗ୍ରସର ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରକୃତ ହିତାଧିକାରୀ ଏସବୁ ଯୋଜନା ଗୁଡିକରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ।ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ତଲାମପଦର ଗ୍ରାମ ପଞ୍ଚାୟତ ଅଧିନ ଦୁର୍ଗମ ତାରାପଦର ଗ୍ରାମରେ।ଏହି ଗ୍ରାମର ବୃଦ୍ଧ ଆଦିବାସୀ ଦମ୍ପତ୍ତି ଖୁଜା ମାଝୀ ଓ ଘାସେନ ମାଝୀ ଭତ୍ତା ପାଇଁ ଯୋଗ୍ୟତା ଥିଲେ ମାଝୀ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ।ଉଭୟଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇଥିବା ବେଳେ ଭତ୍ତା ଖଣ୍ଡିକ ପାଇବା ପାଇଁ ଜନପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କୁ ବାରମ୍ବାର ଆବଶ୍ୟକୀୟ କାଗଜପତ୍ର ଦେଇ ନୟାନ୍ତ ହେଲେଣି। ଏପରିକି ଅନେକଙ୍କୁ ହାତଗୁଞ୍ଜା ମଧ୍ୟ ଦେଇଥିବା ପ୍ରକାଶ କରିଛନ୍ତି ଏହି ଅସହାୟ ଆଦିବାସୀ ବୃଦ୍ଧ ଦମ୍ପତ୍ତି।ହେଲେ ଏହି ଅସହାୟ ଗରିବ ଆଦିବାସୀ ଦମ୍ପତ୍ତିଙ୍କୁ ପ୍ରଶାସନ କେବେ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରି ସାମାଜିକ ସୁରକ୍ଷା ଦେବେ ତାହା ଦେଖିବା ବାକି ରହିଲା। ଥୁଆମୂଳ ରାମପୁର ବ୍ଲକ ରୁବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍
।