ଆନ୍ଧ୍ର ର ନୂଆ ଜିଲ୍ଲାରେ କୋଟିଆ

ଆନ୍ଧ୍ର ର ନୂଆ ଜିଲ୍ଲାରେ କୋଟିଆ

ଫୋକସ ପ୍ଲସ (ବ୍ୟୁରୋ ) 4.04.22 : ପଡୋଶୀ ଆନ୍ଧ୍ରପ୍ରଦେଶ ର 13 ଜିଲ୍ଲା କୁ ଭାଗ କରାଯାଇ 26 ଜିଲ୍ଲା ଗଠନ କରାଯାଇଛି l ତେବେ ଓଡିଶା -ଆନ୍ଧ୍ର ସୀମାନ୍ତ କୋଟିଆ ପଂଚାୟତ କୁ ନବଗଠିତ ‘ପାର୍ବତୀପୁରମ ମାନ୍ୟମ ‘ ଜିଲାରେ ରଖାଯାଇଛି l କୋଟିଆ କୁ ନେଇ ଦୁଇ ରାଜ୍ୟରେ ମଧ୍ୟରେ ସୀମା ବିବାଦ ଦୀର୍ଘ ବର୍ଷ ଧରି ଲାଗିରହିଛି l ଓଡିଶା ର କୋରାପୁଟ ଜିଲା ପଟାଙ୍ଗୀ ବ୍ଳକରେ କୋଟିଆ ପଂଚାୟତ ରହିଥିବା ବେଳେ ଆନ୍ଧ୍ର ତାହାକୁ ପଂଚାୟତ ଭାବେ ପୂର୍ବ ରୁ ବିଜୟନଗରମ ଜିଲା ପାର୍ବତୀ ପୁରମ ଉପଖଣ୍ଡ ର ସାଲୁର ମଣ୍ଡଳମ (ବ୍ଲକ )ରଖିଥିଲା l

ସୂଚନାଯୋଗ୍ୟ ,2014 ଜୁନ 2 ରେ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟରେ ବିଭକ୍ତି ହୋଇଥିଲା l 33 ଜିଲା କୁ ନେଇ ତେଲେଙ୍ଗାନା ରାଜ୍ୟ ଘୋଷଣା କରାଯାଇ ହାଇଦ୍ରାବାଦ କୁ ରାଜଧାନୀ କରାଯାଇଥିଲା l ସେପରି ଆନ୍ଧ୍ରପ୍ରଦେଶ ରେ 13 ଜିଲା କୁ ଅନ୍ତର୍ଭୂକ୍ତ କରାଯାଇ ଅମରବର୍ତୀ କୁ ରାଜଧାନୀ କରାଯାଇଥିଲା l ଏହାପରେ ଆନ୍ଧ୍ର ଏକ ଛୋଟ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିଲା l ଏବେ ଆନ୍ଦ୍ରପ୍ରଦେଶ 13 ଟି ଜିଲା ନୂଆ ଗଠନ କରି ରାଜ୍ୟରେ ଜିଲା ସଂଖ୍ୟାକୁ ବୁଦ୍ଧି ଘଟାଇ 26 ରେ ପରିଣତ କରାଇଛନ୍ତି l

ଓଡିଶା ସୀମାନ୍ତ ପାର୍ବତୀପୁରମ ଉପଖଣ୍ଡ କୁ ପାର୍ବତୀପୁରମ ମାନ୍ୟମ ରେ ପରିଣତ କରାଯାଇଛି l ତେଲୁଗୁ ଭାଷା ରେ ମାନ୍ୟମ ର ଅର୍ଥ( ପଛୁଆ )ନୂତନ ଜିଲା ସୃଷ୍ଟି ସମ୍ପର୍କ ରେ ଆନ୍ଧ୍ରପ୍ରଦେଶ ଗେଜେଟ ରେ ପ୍ରକାଶ ପାଇଛି l ପାର୍ବତ୍ୟପୁରମ ମାନ୍ୟମ ରେ ନୂତନ ଜିଲାପାଳ ଭାବରେ ନିଶାନ୍ତ କୁମାର ଙ୍କୁ ନିଯୁକ୍ତି କରାଯାଇଛି l

ପୂର୍ବରୁ ଆନ୍ଧ୍ରପ୍ରଦେଶ କୋଟିଆ କୁ ନିଜର ଅକ୍ତିଆର କୁ ଆଣିଥିଲେ ମଧ୍ୟ କୌଣସି ଜିଲା ରେ ବିଭକ୍ତ କରିନଥିଲା l ଆନ୍ଧ୍ର ମଧ୍ୟ ନିଜର ସମସ୍ତ କ୍ଷମତା ପ୍ରୟୋଗ କରି ଗୋଟିଏ ପରେ ଗୋଟିଏ କାର୍ଯ୍ୟ କରିଚାଲିଛି ଏପରିକି କୋଟିଆ ବାସୀ ଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ପ୍ରଦାନ କରିଛି l

 

 

 

 

 

Related post

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ l

ସାଧାରଣ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ବିଳନୀ…

କୋରାପୁଟ୧୭/୦୩/୨୦୨୪; ଏହି ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜ଼ିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ବିଳନୀ l ଓଡ଼ିଶାରେ ଲୋକସଭା ନିର୍ବାଚନ ସମେତ ଓଡିଶା ବିଧାନସଭା…
ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ଦୀର୍ଘ ତିନି ବର୍ଷର ସମସ୍ୟା ଓ ସଙ୍ଘର୍ଷର ଅନ୍ତ ଘଟିଲା।

ପାଟକୁରା୧୭/୦୩/୨୦୨୪; ପଦ୍ମପୁର ପଞ୍ଚାୟତର ବିଚଣା ଗ୍ରାମର ପାନୀୟ ଜଳର ଉତ୍କଟ ସମସ୍ୟାର ସମାଧାନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଦାଇତ୍ୱ ତଥା ବେଦୁ ବାବୁଙ୍କର ଅଧୁରା ସ୍ୱପ୍ନକୁ…

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି…

ଫୋକସ ପ୍ଲସ(breaking news୧୭/୦୩/୨୦୨୪); 1. ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ଫୁଣି ସମାନ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ…

Leave a Reply

Your email address will not be published. Required fields are marked *