
ଜାତୀୟ ରାଜପଥ ଠାରେ ଏକ ଟ୍ରକ ଚାପାରେ ଦେହାନ୍ତ
- Breaking newsଅପରାଧମହାନଗରମୁଖ୍ୟ ଖବରରାଜ୍ୟ
- April 5, 2022
- No Comment
- 17
ବରମୁଣ୍ଡଳୀ ପଞ୍ଚାୟତ ବରମୁଣ୍ଡଳୀ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ସାହୁ( ୮୦ )ଙ୍କ ଭୁବନେଶ୍ୱର ପଳାଶୁଣି ଛକଠାରେ ଥିବା ହୋଇ ଯାଇଛି।ସୂଚନା ଅନୁଯାୟୀ ଶ୍ରୀ ଶତପଥୀ ଗତକାଲି ନିଜର ଜ୍ୟେଷ୍ଠ ପୁତ୍ର ଯିଏକି ଭୁବନେଶ୍ୱରର ପଳାଶୁଣି ଠାରେ ନିଜର ବ୍ୟବସାୟ କରେ ତା ନିକଟକୁ କୌଣସି ଏକ କାର୍ଯ୍ୟରେ ଯାଇଥିଲେ।ପୁତ୍ର ମଧ୍ୟ ପିତାଙ୍କ ସହ କଥା ହୋଇ ନିଜ ବ୍ୟବସାୟ କାର୍ଯ୍ୟରେ କଲିକତା ଗ୍ରସ୍ତ କରିଥିଲେ।ଆଜି ସକାଳୁ ନିଜ ଗ୍ରାମକୁ ଫେରିବା ପାଇଁ ନିଜ ବୋହୁ ସହ ପଳାଶୁଣି ଠାରେ ଥିବା ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଭାରତ ପେଟ୍ରୋଲିୟମ ର ପେଟ୍ରୋଲ ଟ୍ୟାଙ୍କର ଦ୍ରୁତ ଗତିରେ ଆସି ସିଧା ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଅଲେଖଙ୍କ ମୃତ୍ୟୁ ହୋଇଥିବା ବେଳେ ଛିଟିକି ପଡି ବୋହୁ ଆହତ ହୋଇଥିଲେ ମଧ୍ୟ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।ଘଟଣା ସ୍ଥଳରେ ପୋଲିସ ପହଁଚି ଆହତ ବୋହୂକୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ଉକ୍ତ ଟ୍ରକ ଟିକୁ ଜବତ କରିଛି।ମେଡିକାଲ ଯାଇ ଚିକିତ୍ସା ପରେ ବୋହୁ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।ଏପଟେ ମୃତ ଶିକ୍ଷକଙ୍କ ପ୍ରାଥିବ ଶରୀର ନିଜ ଗ୍ରାମକୁ ଆସିଥିବା ବେଳେ ଗ୍ରାମରେ ଏକ ପ୍ରକାର ଶୋକର ବାତାବରଣ ସୃଷ୍ଟି ହୋଇଛି।ସେ କେବଳ ବରମୁଣ୍ଡଳୀ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରିଥିଲେ ତାହା ନୁହେଁ ସେ ଅଞ୍ଚଳରେ ଜଣେ ଶ୍ରେଷ୍ଠ ପୂଜକ ପଣ୍ଡିତ ହିସାବରେ ବେଶ ଲୋକପ୍ରିୟ ଥିଲେ।ଜ୍ୟେଷ୍ଠ ପୁତ୍ର ଯୋଗେନ୍ଦ୍ର ଶତପଥୀ ଖବର ପାଇ କଲିକତାରୁ ଘରେ ପହଁଚିବା ପରେ ଗ୍ରାମ୍ୟ ସ୍ମଶାନରେ ଶେଷକୃତ୍ୟ ସମ୍ପାଦନ ହୋଇଛି।ଅନ୍ତିମ ଶୋଭାଯାତ୍ରାରେ ବରମୁଣ୍ଡଳୀ ପଞ୍ଚାୟତର ଅନେକ ରାଜନେତା, ବୁଦ୍ଧିଜୀବୀ ଙ୍କ ସମେତ ବରମୁଣ୍ଡଳୀ ଗ୍ରାମର ଗ୍ରାମବାସୀ ଓ କନିଷ୍ଠ ପୁତ୍ର ବପୀନା ଉପସ୍ଥିତ ଥିଲେ।ବାଲିକୁଦା ରୁ ବିରୁପାକ୍ଷ ରାୟ ଫୋକସ ପ୍ଲସ୍