୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ ।

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ ।

ଫୋକସ ପ୍ଲସ:06/04( ଅନୁଗୁଳ)

ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସାନହୁଲ୍ଲା କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ସାହୁଙ୍କୁ ଧରିଛି ଭିଜିଲାନ୍ସ।
ମିଳିଥିବା ସୂଚନାନୁଯାୟୀ, କୋଅପରେଟିଭ ସୋସାଇଟି ସମ୍ପାଦକ ପଦ୍ମଲୋଚନ ଜଣେ ଚାଷୀଙ୍କ ଧାନ କିଣା ପାଇଁ ଟୋକନ କରାଇଦେବାକୁ ୪୦ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଚାଷୀ ଜଣକ ଏତେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ, ସୋମବାର ଚାଷୀ ଜଣକ ପଦ୍ମଲୋଚନଙ୍କୁ ୪୦ ହଜାର ଟଙ୍କା ଦେଉଥିବା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ କର୍ମଚାରୀ।
ଏବେ ଭିଜିଲାନ୍ସ ପକ୍ଷରୁ ପଦ୍ମଲୋଚନ ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି। ଠାକୁରଗଡ଼ ସାନହୁଲ୍ଲାରେ ଥିବା ପଦ୍ମଲୋଚନଙ୍କ ଘରେ ଚଢ଼ାଉ କରି ତଦନ୍ତ ଚଳାଇଛି ଭିଜିଲାନ୍ସ । ଅନୁଗୁଳ ରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…
ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…

Leave a Reply

Your email address will not be published. Required fields are marked *