ଜଙ୍ଗଲ ନିଆଁ ରେ ଓଡିଶା ପ୍ରଥମ

ଜଙ୍ଗଲ ନିଆଁ ରେ ଓଡିଶା ପ୍ରଥମ

ପ୍ରକୃତି ରେ ଆରମ୍ଭ ହୁଏ ସୃଷ୍ଟି ଶେଷ ହୁଏ ସେ ପ୍ରକୃତି ରେ l ବଞ୍ଚିବା ପାଇଁ ଯେପରି ଖାଦ୍ୟ ,ବସ୍ତ୍ର ,ବାସଗୃହ ଦରକାର ସେପରି ବଞ୍ଚିବାକୁ ହେଲେ ସୁସ୍ଥ ବାୟୁ ମଧ୍ୟ ଦରକାର l ଏହି ପ୍ରକୃତି କେତେବେଳେ ମଣିଷ ଅତ୍ୟାଚାରରେ ନାଶ ହୁଏତ ଆଉ କେତେବେଳେ ପ୍ରାକୃତିକ ଦୁର୍ବିପାକ ଦ୍ୱାରା l ଅସମୟରେ ଚାଲିଯାଏ ଲକ୍ଷ ଲକ୍ଷ ଜୀବନ l ଓଡିଶା ଜଙ୍ଗଲର ନିଆଁ ଲାଗିବା କଥା ଆମ ପାଇଁ ନୂଆ କଥା ହୋଇନପାରେ କିନ୍ତୁ ଏହା ଯେତେବେଳେ ଭୟଙ୍କର ରୂପ ଧାରଣା କରେ ସେତେବେଳେ ସମସ୍ତଙ୍କୁ ପାଉଁଶ କରିଦିଏl କେନ୍ଦ୍ର ପରିବେଶ ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନ କୁମାର ଏହି ସୂଚନା ଦେଇଛନ୍ତି ଯେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଜଙ୍ଗଲ ର ଅଧିକବାର ଲାଗିଥାଏ l

ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଫଏସଆଇ )ରିପୋର୍ଟ ଅନୁଯାଇ ଓଡିଶା ପଛକୁ ମଧ୍ୟପ୍ରଦେଶ ରହିଛି ଏହା ପଛ କୁ ଛତିଶଗଡ଼ ତୃତୀୟ ସ୍ଥାନ ଅଧିକାର କରିଛି l ଜଙ୍ଗଲୀ ନିଆଁ ଦ୍ୱାରା କେବଳ ଯେ ପ୍ରକୃତି କୁ ନଷ୍ଟ କରିନଥାଏ l ଜୀବଜନ୍ତୁ ଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ l ଆକଳନ ଅନୁଯାଇ ଜଙ୍ଗଲ ଅଗ୍ନିକାଣ୍ଡ ଯୋଗୁ ବାୟୁମଣ୍ଡଳ ରେ ଅଙ୍ଗାରକାମ୍ଳ ପରିମାଣ 6.34 ନିୟୁତ ଟନ ରୁ 123.84 ନିୟତ ଟନ ବୁଦ୍ଧି ହୋଇଛି l ଜଙ୍ଗଲ ରେ ଲାଗୁଥିବା ନିଆଁ କୁ ରୋକିବା ପ୍ରାଥମିକ ଦାଇତ୍ୱ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର l 2018-19 ରୁ 2020-21 ମଧ୍ୟରେ ରାଜ୍ୟ କୁ 125 କୋଟି ଟଙ୍କାର ସହାୟତା ଯୋଗାଇ

ଦିଆଯାଇଛି l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *