ଗ୍ରାମ ବିକାଶ ଶିକ୍ଷା ନିକେତନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ I

ଗ୍ରାମ ବିକାଶ ଶିକ୍ଷା ନିକେତନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ I

ଫୋକସ ପ୍ଲସ 7/4(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମୁଡାବାହାଲ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା।ବୁଧବାର ଅନୁଷ୍ଠିତ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଏହି ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ଅରବିନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଥୁଆମୂଳ ରାମପୁର ବିଡିଓ ସୁଭକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଥୁଆମୂଳ ରାମପୁର ଏମ୍.ଏମ୍.ପି.ଏସ୍.ଯୁକ୍ତ ଦୁଇ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ଅନୁଷ୍ଠିତ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୩୦ ଗୋଟି ବିଜ୍ଞାନ ପ୍ରକଳ୍ପ ନେଇ ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ଉପସ୍ଥାପନ ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ବ୍ଲକ ଶିକ୍ଷାଧିକାରୀ ଲୋକନାଥ ବେହେରା,ଡବ୍ଲ୍ୟୁ.ଇ.ଓ ଗଙ୍ଗାଧର ବେହେରା,ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ଟିପୁନ୍ ମହାଲିକ,ସି.ଆର୍.ସି.ସି ତପନ କୁମାର ବେହେରା ଏମ୍.ଏମ୍.ପି.ଏସ୍ ଯୁକ୍ତ ଦୁଇ ବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ପଟ୍ଟନାୟକ ଏବଂ ଗୋପାଳପୁର ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।୩୦ ଗୋଟି ବିଜ୍ଞାନ ପ୍ରକଳ୍ପ ଗୁଡିକୁ ମୁଖ୍ୟ ଅତିଥିଙ୍କ ସମେତ ଆମନ୍ତ୍ରିତ ସମସ୍ତ ସମ୍ମାନିତ ଅତିଥି ଗଣ ବୁଲିବୁଲି ଦେଖିବା ସହିତ ପ୍ରକଳ୍ପର ବିଶେଷତ୍ବ ଜାଣିବାକୁ ଚାହିଥିଲେ। ଜୁନିୟର ଏବଂ ସିନିୟର ସ୍ତରରେ ଏହି ପ୍ରକଳ୍ପ ଗୁଡିକର ପ୍ରତିଯୋଗିତା ହୋଇଥିଲା।ଜୁନିୟର ବିଭାଗରେ ଶ୍ରେଷ୍ଠ ତିନୋଟି ପ୍ରକଳ୍ପ ମଧ୍ୟରୁ ଅବ୍ୟବହୃତ ନଡାର ସଦୁପଯୋଗ କରି ଏଥିରେ ଛତୁ ଚାଷ ଏବଂ ଏହାକୁ ପରବର୍ତ୍ତୀ ସମୟରେ ଉତ୍କୃଷ୍ଟ ଖତ ଭାବରେ ବ୍ୟବହାର ପ୍ରଣାଳୀ ପ୍ରକଳ୍ପ ପ୍ରଥମ ପୁରସ୍କାର ପାଇଁ ଯୋଗ୍ୟ ହୋଇଥିଲା।ପ୍ରକଳ୍ପର ପ୍ରତିଯୋଗୀ ଗ୍ରାମବିକାଶ ଶିକ୍ଷା ନିକେତନର ଦୁଇ ଛାତ୍ରଛତ୍ରୀ ଜ୍ୟୋତି ଏବଂ ପ୍ରମୋଦଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ମେଥ୍ ମଡେଲ ପ୍ରକଳ୍ପ ପାଇଁ ଲୋହରାଯୋର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ର ଅନନ୍ତ ଗଉଡ ଏବଂ କୃଷ୍ଣ ଚନ୍ଦ୍ର ମାଝୀ ଦ୍ବିତୀୟ ପୁରସ୍କାର ଏବଂ ତୃତୀୟ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ଗ୍ରାମବିକାଶ ଶିକ୍ଷା ନିକେତନର ତିନି ଛାତ୍ରଛାତ୍ରୀ ଦୁଷ୍ମନ୍ତ ନାଏକ,ଇନ୍ଦୁମତୀ ନାଏକ, ଦିଲେଶ୍ବର ନାଏକ ପୁରସ୍କୃତ ହୋଇଛନ୍ତି।ସେହିଭଳି ସିନିୟର ସ୍ତରରେ ଭୂମିକମ୍ପ ସତର୍କ ସୂଚନା ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସୁଭମ୍ ଲୁହାର୍ ପ୍ରଥମ ପୁରସ୍କାର ପାଇଥିବା ବେଳେ ଗୋପାଳପୁର ଏସ୍.ଏସ୍.ଡି ବାଳକ ଉଚ୍ଚ ବିଦ୍ୟାଳୟର ରିକି ନାଏକ ଏବଂ ଅଜିତ ନାଏକ ଦ୍ୱିତୀୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରୀ ପ୍ରିୟଦର୍ଶିନୀ ନାଏକ ଓ ଧରିତ୍ରୀ ନାଏକ ତୃତୀୟ ପୁରସ୍କାର ପାଇଛନ୍ତି।ଏହି ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ହେବାକୁଥିବା ବିଜ୍ଞାନ ପ୍ରଦର୍ଶନୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇପାରିବେ।ଗ୍ରାମବିକାଶ ଶିକ୍ଷା ନିକେତନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଏ.ବି.ଇ.ଓ ଦି ଲ୍ଲୀପ କୁମାର ଦାଶ।ଏବଂ ଏଥିରେ ସହଯୋଗ କରିଥିଲେ ଗ୍ରାମବିକାଶ ଶିକ୍ଷା ନିକେତନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କାର୍ଯ୍ୟକର୍ତ୍ତା।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

 

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *