ଛଟେନପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ଛଟେନପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ

 ଫୋକସ ପ୍ଲସ :07/04(ସୁନ୍ଦରଗଡ଼ ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଛଟେନପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି ।ସକାଳ ୮ ଟା ରେ ଆଜି ସପ୍ତବିଂଶ ତମ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଦର୍ଶନୀ ମେଳା ରେ ମୁଖ୍ୟ ଅତିଥି ଭାବେ ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ନରେଶ ପ୍ରତାପ ସିଂ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ , ଲେଫ୍ରିପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ମହେନ୍ଦ୍ର ସରୋନିଆ ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀବତ୍ସ ଚୌଧୁରୀ ,ଏ ବି ଇ ଓ କିଶୋର ଅର୍କ ଙ୍କ ସମେତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ବନମାଳୀ ବାଗ ପ୍ରମୁଖ ଉପସ୍ଥିତ ରହି ସର୍ବ ପ୍ରଥମେ ଶ୍ରୀ ଗଣେଶ ଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ।ସୂଚନା ଅନୁଯାୟୀ କରୋନା କଟକଣା ରେ ଗତ ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହି ମେଳା ଅନୁଷ୍ଠିତ ହୋଇଥିବା ହେତୁ ଛାତ୍ରଛାତ୍ରୀ,ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ନେଇ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ସୁନ୍ଦର ସୁନ୍ଦର ପ୍ରକଳ୍ପ ଗୁଡ଼ିକ ଆଣି ପ୍ରଦର୍ଶନ କରିଥିଲେ ।ଅତିଥି ଓ ଜନସାଧାରଣ ଙ୍କୁ ଛାତ୍ରଛାତ୍ରୀ ମାନେ ନିଜ ନିଜ ପ୍ରକଳ୍ପ ବିଷୟରେ ବୁଝାଉ ଥିବା ଦେଖିବାକୁ ମିଳିଥିଲା।ଏହି ମେଳାରେ ଜୁନିଅର ବିଭାଗର ୧୪୭ ଓ ସିନିୟର୍ ବିଭାଗର ୭୧ ଓ ସେମିନାର ରୁ ୨ ଟି ଏହିପରି ମୋଟ ୨୨୦ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।ଏହି ପ୍ରକଳ୍ପ ଦେଖିବାକୁ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ସମେତ ଅନେକ ଜନସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ମୋଟ ୨୨୦ ପ୍ରକଳ୍ପ ମଧ୍ୟରୁ ୬ ଟି ପ୍ରକଳ୍ପ ରୁ ମୋଟ ୧୮ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରଥମ,ଦ୍ଵିତୀୟ, ତୃତୀୟ ସ୍ଥାନ ଗ୍ରହଣ କରି ଥିବା ବେଳେ ଆସନ୍ତା ୮ ତାରିଖ ଦିନ ସୁନ୍ଦରଗଡ଼ ରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଭାଗ ନେବେ । ବିଚାରକ ମଣ୍ଡଳୀଙ୍କ କହିବାନୁଯାୟୀ ଏହି ମେଳାରେ ଛାତ୍ରଛାତ୍ରୀ ମାନେ କରିଥିବା ପ୍ରକଳ୍ପ କୁ ଦେଖିଲେ ଏହି ବ୍ଲକର ପିଲା ମାନ ଙ୍କୁ ଉଚିତ୍ ସୁଯୋଗ ମିଳିଲେ ଏନ୍ ଆଇ ଟି ପାଠ ପଢ଼ି ନିଶ୍ଚୟ ଗୌରବ ଆଣି ନିଜ ବ୍ଲକ ତଥା ଜିଲ୍ଲାର ନାଁ ରଖିବେ ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Related post

ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଫୋକସ ପ୍ଲସ :07/04(ତାଳଚେର ):    ରାଜ୍ୟସରକାର ବାରମ୍ବାର ନିର୍ଦେଶ ଦେବାସହ CBSE ତରଫ ରୁ ମଧ୍ୟ NCERT ବହିଛଡା ଅନ୍ୟ ବେଆଇନ ବହି ନଦେବାକୁ କୁହାଯାଇଥିଲେ ମଧ୍ୟ…
ଚର୍ଚ୍ଚାରେ ବଡସାହି ବ୍ଳକ ଶିକ୍ଷାଧିକାରୀ ।

ଚର୍ଚ୍ଚାରେ ବଡସାହି ବ୍ଳକ ଶିକ୍ଷାଧିକାରୀ ।

ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ପ୍ରଚଳନ କରୁ ଥିବାର ଡିଡିମ୍ବ ପିଟି ଚାଲିଛନ୍ତି । ସରକାରଙ୍କର ନିୟମ ଅନୁସାରେ ବିଭାଗୀୟ କତ୍ତୃପକ୍ଷ କାର୍ଯ୍ୟ କରିବା…

Leave a Reply

Your email address will not be published. Required fields are marked *