ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତ କୁ ବଡ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ସଙ୍କଟ ସମୟରେ ସାହା ହୋଇଥିବାରୁ ଭାରତ କୁ ବଡ ଭାଇ କହିବା ସହ ପ୍ରଶଂସା କଲେ ସନଥ ଜୟସୁରିୟା

ଶ୍ରୀଲଙ୍କା ରେ ଯେଉଁ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ତାହା ଶ୍ରୀଲଙ୍କାବାସୀ ଙ୍କ ପାଇଁ ଏକ ବଡ ବିପତ୍ତି କହିଲେ କିଛି ବି ଭୁଲ ହେବ ନାହିଁ l ଖାଦ୍ୟଭାବ ହେଉ କିମ୍ବା ଦରଦାମ କଥା ହେଉ ସବୁଥିରେ ହାହାକାର ସ୍ଥିତି l ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ ଭାରତ ନିଜର କ୍ଷମତା ବଳରେ ଅଦ୍ୟାବଧି 250 କୋଟି ଟଙ୍କା ର ଆର୍ଥିକ କ୍ଷମତା ପ୍ରଦାନ କରିଛି l ଯାହା ପାଇଁ ଶ୍ରୀଲଙ୍କା ର ପୂର୍ବତନ କ୍ରିକେଟରସନଥ ଜୟସୁରିୟା ଭାରତ କୁ ପ୍ରଶଂସା କରିବା ସହ ବଡ ଭାଇ ବୋଲି କହିଛନ୍ତି l ଗତକାଲି ଭାରତ 76 ଟନ ଡିଜେଲ ପେଟ୍ରୋଲ ପଠାଇଛି l ଶ୍ରୀଲଙ୍କା ରେ ଯେଉଁ ତେଲ ପାଇଁ ଅଞ୍ଚଳବାସୀ ଯେଉଁ ସମସ୍ୟାରେ ପଡୁଥିଲେ ଏପରିକି ତେଲ ବଜାରରେ ଆଣିବାକୁ ହେଲେ ଲମ୍ବାଧାଡ଼ି କରିବାକୁ ପଡୁଥିଲା l ଆକାଶଛୁଆଁ ଦର ଯୋଗୁ ସାଧାରଣଜନତା ଯେଉଁ ଅସୁବିଧା ରେ ସମୁଖୀନ ହେଉଛନ୍ତି ତାହା କହିବା ଅତି କଷ୍ଟଦାୟକ l ମୁଠାଏ ଦାନା ପାଇଁ ସଂଘର୍ଷ କରୁଥିବା ସାଧାରଣ ଲୋକମାନେ ଏବେ ରାସ୍ତାରୋଧ କରିଛନ୍ତି l ଏପରିକି ସ୍ଥିତି ଅଣଆୟତ ହୋଇଥିବାରୁ ଶ୍ରୀଲଙ୍କା ରାଷ୍ଟ୍ରପତି 36 ଘଣ୍ଟା କର୍ଫ୍ୟୁ ଜାରିକରିଥିଲେ l

ଶ୍ରୀଲଙ୍କା ରେ ଦରଦାମ ଆକାଶ ଛୁଆଁ

ଶ୍ରୀଲଙ୍କା ରେ ଯେଉଁ ପରିସ୍ଥିତି ଉପୁଜିଛି ତାହା କହିବା ବହୁତ କଷ୍ଟକର ଚାଉଳ କିଲୋଗ୍ରାମ ପ୍ରତି 220 ଟଙ୍କା ,ଏବେ ଚା କପ ର ମୂଲ୍ୟ 100ଟଙ୍କା ଆଉ ଗୋଟିଏ ଅଣ୍ଡା ର ଦାମ 30 ଟଙ୍କା ଗହମ କିଲୋପିଛା 190 ,ଚିନି 240,କ୍ଷୀର ଲିଟର ପିଛା 1900 ଟଙ୍କା ପାର କରିଛି l

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *