ନଳକୂଅ ଅଚଳ ମରାମତି ପାଇଁ ଚକବନ୍ଦୀ ପଡା ବାସୀ ଙ୍କ ଦାବି ।

ନଳକୂଅ ଅଚଳ ମରାମତି ପାଇଁ ଚକବନ୍ଦୀ ପଡା ବାସୀ ଙ୍କ ଦାବି ।

 

ଫୋକସ ପ୍ଲସ( ଥୁଆମୂଳ ରାମପୁର) ୭/୪:     କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର      ଗ୍ରାମପଞ୍ଚାୟତ ଅଧିନସ୍ଥ ଡ଼ାକ କୋଟା ଗ୍ରାମ ର ଚକବନ୍ଦି ପଡା ଠାରେ ଆଜି କୁ ପ୍ରାୟ ଅନେକ ଦିନ ବିତିଗଲାଣି ଏକ ନଳକୂଅ ଅଚଳ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ପଡ଼ା ବାସୀ ପାନୀୟଜଳ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ପଡ଼ା ବାସୀ । ଏହି ପଡ଼ାରେ ୩ ଟି ନଳକୂଅ ଥିବା ବେଳେ ଗୋଟିଏ ନଳକୂପ ଅଚଳ ଅବସ୍ଥାରେ ପଡ଼ିରହିଥିବା ହେତୁ ୨ ଟି ନଳକୂଅ ଉପରେ ନିର୍ଭର କରୁଛନ୍ତି ପଡା ବାସୀ। ୩୦/୪୦ ପରିବାର ଏହି ୨ଟି ନଳକୂଅ ଉପରେ ଭରସା କରୁଥିବା ବେଳେ ପାନୀୟଜଳ ଅଣ୍ଟୁ ନ ଥିବା ପ୍ରକାଶ କରିଛନ୍ତି ଚକବନ୍ଦୀ ପଡା ବାସୀ ଦିନ କୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ପାଣି ପାଇଁ ଡୋହକ ବିକଳ ହେଲେଣି ଲୋକେ ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଅଚଳ ଅବସ୍ଥାରେ ପଡ଼ିରହିଥିବା ନଳକୂଅ ଟିକୁ ମରାମତି କରିବା ପାଇଁ ଏହି ପଡାର ସାନତନ ମାଝୀ, ଶ୍ରୀକୃଷ୍ଣଗଉଡ, ଭରତ ଗଉଡ, ମନଧରଗଉଡ, ବାସୁଦେବଗଉଡ, ରୁପାସିଂମାଝୀ,ଙ୍କ ସମେତ ପଡ଼ା ବାସୀ ଦାବି ହେଉଛି ।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ   ଫୋକସ ପ୍ଲସ

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
କଂଗ୍ରେସର ଧାରଣା ଦ୍ୱିତୀୟ ଦିନରେ , ବିଡ଼ିଓ ଓ ତାରାଙ୍କ ମଧ୍ୟରେ କଥା କଟାକଟି

କଂଗ୍ରେସର ଧାରଣା ଦ୍ୱିତୀୟ ଦିନରେ , ବିଡ଼ିଓ ଓ ତାରାଙ୍କ ମଧ୍ୟରେ…

 ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିଲା କଂଗ୍ରେସ ର ଧାରଣା । ୧୬ ଦଫା ନେଇ ଚାଲିଥିଲା ଏହି ଧାରଣା । ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଡ଼ଃ ଲିପିକା…
ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I

ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର…

ଫୋକସ ପ୍ଲସ 14/4 (ସୁନ୍ଦରଗଡ଼): ସୁନ୍ଦରଗଡ଼ ଓଡ଼ିଶା ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I ରାଜ୍ୟବ୍ୟାପୀ ସଂଘର୍ଷ କରୁଥିବା ଗାଡ଼ି ଡ୍ରାଇଭର…

Leave a Reply

Your email address will not be published. Required fields are marked *