ମାନବିକତାର ନିଚ୍ଛକ ଉଦାହରଣ।ମୁମୂର୍ଷୁ ଅବସ୍ଥାରେ ଅଚିହ୍ନା ବୃଦ୍ଧଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ।


————————————————-
ଥୁଆମୂଳ ରାମପୁର, ୯|୪ ରଖେ ହରି ତ ମାରେ କିଏ।ଦେବଦୂତ ସାଜି ନୂତନ ଜିବନ ପ୍ରଦାନ କରିବାରେ ଉଦ୍ୟମ କରି ଠିକଣାହିନ ଅସହାୟ ବୃଦ୍ଧକୁ ଉଦ୍ଧାର କଲେ ଯୁବ ସମାଜସେବୀ।ମାନବିକତାର ପରିଚୟ ଦେଇ ବୃଦ୍ଧଙ୍କ ସେବାରେ ଲାଗିପଡିଲେ ଯୁବ ସମାଜସେବୀ।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଡୁମେରପଦର ଗ୍ରାମରେ ଶୁକ୍ରବାର ବିଜୁ ଛାତ୍ର ନେତା ସୁଜନ ନାଏକ ଏବଂ କୁନାଲ ନାଏକଙ୍କ ସମେତ ସ୍ଥାନୀୟ କିଛି ଯୁବ ସମାଜସେବୀ ଏକ ଅପରିଚିତ ଅସହାୟ ବୃଦ୍ଧଙ୍କୁ ମୁମୂର୍ଷ ଅବସ୍ଥାରେ ଏକ ଖାଲରୁ ଉଦ୍ଧାର କରି ସେବା କରିବା ଭଳି ମହତ କାର୍ଯ୍ୟ ଅଞ୍ଚଳରେ ପ୍ରଶଂସାର ଚର୍ଚ୍ଚା ହେଉଛି।ଏହି ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ପ୍ରଥମେ ତାକୁ ଗୋଧୋଇ ପରିଷ୍କାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ।ବୃଦ୍ଧ ଜଣକ ଦୀର୍ଘ କିଛିଦିନ ହେବ ଭୋକିଲା ଅବସ୍ଥାରେ ରହିଥିବା ଏବଂ ଅପରପକ୍ଷରେ ତାର ଏକ ଅଙ୍ଗ ପକ୍ଷାଘାତ ଆକ୍ରାନ୍ତ ଥିବା ଜାଣି ତାକୁ ଉତ୍ତମ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ।ଯୁବ ସମାଜସେବୀ ସୁଜନ ନାଏକ ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ସୁଭକାନ୍ତ ନାଏକ, ଜିପିଇଓ ଜ୍ଞାନ ରଞ୍ଜନ ଭୋଇ,ଡବ୍ଲ୍ୟୁ ଇଓ ଗଙ୍ଗାଧର ବେହେରା ଏବଂ ବ୍ଲକ ଯୋଗାଣ ଅଧିକାରୀ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ବୃଦ୍ଧ ଜଣକର ସ୍ବାସ୍ଥ୍ୟବସ୍ଥା ବୁଝି ବୃଦ୍ଧ ଜଣକର ଆଶ୍ରୟ ପାଇଁ କିଭଳି ଥଇଥାନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ।ଯୁବ ସମାଜସେବୀ ସୁଜନ ନାଏକ ବୃଦ୍ଧଙ୍କ ସେବାରେ ନିଜ ମାନବିକତା ପୂର୍ବକ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୂ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନେଇ ସେଠାରେ ଚିକିତ୍ସା କରାଇଥିଲେ।ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ହେଲାପରେ ଜିଲ୍ଲା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବିଭାଗର କର୍ମଚାରୀ ଅରୁଣ ମହାପାତ୍ରଙ୍କ ଉପସ୍ଥିତିରେ ବୃଦ୍ଧଙ୍କୁ ଧର୍ମଗଡ ଯଶୋଦା ଅନାଥାଶ୍ରମରେ ଛାଡିଛନ୍ତି।ଏଥିରେ ଖୁସି ଚେରିଟେବୁଲ ଟ୍ରଷ୍ଟର ଯଶୋବନ୍ତ ରଣା ଏବଂ ରାଜେଶ ଗଉଡ ସହଯୋଗ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଆଜିକୁ ଏକ ବର୍ଷ କାଳ ହେଲା ଡୁମେରପଦର ଗାଁରେ ଏହି ଅଜଣା ବୃଦ୍ଧ ରହିଆସୁଥିଲେ।ବୃଦ୍ଧ ଜଣକର କୌଣସି ପରିଚୟ ନାହିଁ ଘର କେଉଁଠି ସେ କେଉଁ ଭାଷାରେ କଥା ହେଉଛନ୍ତି ତାହା ମଧ୍ୟ ସ୍ଥାନୀୟ ଲୋକେ ବୁଝିପାରୁନଥିବା ଜାଣିବାକୁ ମିଳୁଛି।ଘରଘର ବୁଲି ଭିକ୍ଷାବୃତ୍ତି କରି ନିଜ ଜୀବନ ଅତିବାହିତ କରିଆସୁଥିଲେ।ଖରା ବର୍ଷା ଶୀତ ଓ କାକରରେ, କେବେ ଗଛତଳେ ତ କେବେ ରାସ୍ତା କଡ଼ରେ ତ ପୁଣି କେବେ ଭଂଗା କୁଡିଆରେ ରାତ୍ରି ଯାପନ କରି ଆସୁଥିବା ଜଣାପଡିଛି।ଦିନକୁ ଦିନ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇପଡୁଥିବା ବେଳେ ମୃତ୍ୟୁ ସହିତ ସଂଗ୍ରାମ କରିଚାଲିଥିଲେ ଏହି ଅସହାୟ ଠିକଣାହିନ ବୃଦ୍ଧ ଜଣକ।ଯୁବ ସମାଜସେବୀଙ୍କ ଏହି ଅସହାୟ ବୃଦ୍ଧଙ୍କୁ ଏପରି ସେବା ମନୋଭାବ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ଆଜି ବୃଦ୍ଧି ଜଣଙ୍କୁ ଧର୍ମଗଡ ଯୋଶଦା ଅନାଥାଶ୍ରମରେ ଛାଡ଼ିଥିବା ସୁଚନା ମିଳିଛି ମିଳିଛି।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

Related post

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ ଆରାମ ପାଇପରିବେ |

ବାରମ୍ବାର ଛିଙ୍କିବା ଟେନସନ ବଢିଥାଏ କି? ଏହି ଘରୋଇ ଉପଚାରରୁ ଆପଣ…

ସ୍ୱାସ୍ଥ୍ୟ10/12(ଫୋକସ ପ୍ଲସ)ବାରମ୍ବାର ଛିଙ୍କରୁ କିପରି ମୁକ୍ତି ପାଇବେ: ଛିଙ୍କିବା ଅତି ସାଧାରଣ, କିନ୍ତୁ ଶୀତଦିନେ କିମ୍ବା ପାଗ ପରିବର୍ତ୍ତନ ହେଲେ ଏହାର ଆବୃତ୍ତି ଯଥେଷ୍ଟ ବୃଦ୍ଧି ପାଇଥାଏ |…
ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦୀ |

ସୋମବାର ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ…

ନୂଆଦିଲ୍ଲୀ10/12(ଫୋକସ ପ୍ଲସ); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକାଶ ଭାରତ @ 2047: ଭଏସ୍ ଅଫ୍ ୟୁଥ୍’ ଲଞ୍ଚ କରିବେ ।ଏହି କାର୍ଯ୍ୟକ୍ରମରେ ମୋଦି…
ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ |

ମାୟାବତୀଙ୍କ ବଡ ନିଷ୍ପତ୍ତି,ପୁତୁରା ଆକାଶ ଆନନ୍ଦ ଉତ୍ତରାଧିକାରୀ ଭାବରେ ମନୋନୀତ କଲେ…

ଉତ୍ତରପ୍ରଦେଶ10/12(ଫୋକସ ପ୍ଲସ); ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବାହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରବିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଦଳ ବୈଠକରେ ତାଙ୍କ ପୁତୁରା…

Leave a Reply

Your email address will not be published. Required fields are marked *