ଚୋର ଙ୍କ ସହ ସଂସଦରେ ବସିବି ନାହିଁ : ଇମ୍ରାନ ଖାନ

ଚୋର ଙ୍କ ସହ ସଂସଦରେ ବସିବି ନାହିଁ : ଇମ୍ରାନ ଖାନ

ଫୋକସ ପ୍ଲସ (ବ୍ୟୁରୋ )12.04.22 : ପାକିସ୍ତାନ ର ରାଜନୀତି ପ୍ରତେକ ଦିନ ମୋଡ଼ ପରିବର୍ତନ ହେଉଛି l ପ୍ରତେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି l ସଂସଦରେ ସଂଖ୍ୟାଗରିଷ୍ଠତା ଦେଖାଇବାରେ ପାକିସ୍ତାନ ପ୍ରଧନମନ୍ତ୍ରୀ ଇମ୍ରାନ ଖାନ ସମ୍ପୂର୍ଣ ଭାବେ ଫେଲ ମାରିଥିଲେ ପରେ ତାଙ୍କର ସମର୍ଥନ ଲୋକ ମାନେ ଉତ୍ତେଜିତ ହେବା ସହ ରାଜରାସ୍ତା କୁ ଓଲ୍ଲାଇଥିଲେ l ଆଗକୁ ସେମାନେ ଏ ଆନ୍ଦୋଳନ କୁ ଜୋରଦାର କରିବେ ବୋଲି ଉତ୍ତେଜନା ବଢିଛି l ନୂତନ ସରକାର ତାଙ୍କୁ ଫାସ ରେ ପକାଇଦେଇଛି l ତାଙ୍କ ନାଁ ରେ ଅନେକ ଅପରାଧିକ ମାମଲା ଜଡି ଦିଆଯାଇଛି l ତେବେ ଇମ୍ରାନ ମଧ୍ୟ ନୂଆ ସରକାର କୁ ଚାପରେ ରଖିବା ପାଇଁ ଆନ୍ଦୋଳନ କୁ ଅସ୍ତ୍ର କରିବେ ବୋଲି କୁହାଯାଉଛି l ଆଜି ନେସନାଲ ଆସେମ୍ବ୍ଲି ଇସ୍ତଫା ଦେଇଥିବା ଇମ୍ରାନ ଖାନ କହିଛନ୍ତି , ମୁଁ ଚୋର ଙ୍କ ସହ ସଂସଦ ରେ ଏକାଠି ବସିପାରିବିନି l 16 ଶହ କୋଟି ଟଙ୍କା ଦୁର୍ନୀତି ମାମଲା ରେ ସିଧାସଳଖ ଅଭିଯୁକ୍ତ କୁ ଆଜି ପ୍ରଧାନମନ୍ତ୍ରୀ ପଦବୀ ରେ ବସାଯାଉଛି ଏହା ଠାରୁ ବଡ ଲଜ୍ୟାଜନକ କଥା ଆଉ କଣ ହୋଇପାରେ l

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *