ପୁରୁଣା ପେନସନ ନୀତି ଲାଗୁ କରିବା ଦାବିରେ ରାଜରାସ୍ତାରେ ସରକାରୀ କର୍ମଚାରୀ ସଙ୍ଘ

ଫୋକସ ପ୍ଲସ 13/4(କଳାହାଣ୍ଡି): ନୂତନ ପେନସନ ବ୍ୟବସ୍ଥା-୨୦୦୫ କୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ଧର୍ମଗଡ଼ ଠାରେ ଉପଖଣ୍ଡ ଶିକ୍ଷକ ସଂଘ,VAW, ନରସିଂ ସଂଗଠନ, ରାଜସ୍ୟ ଅମଲା ସଙ୍ଘ ଏକ ବିରାଟ ଶୋଭାଯାତ୍ରା ମାଆ ଭଣ୍ଡାର ଘରଣୀ ମନ୍ଦିର ଠାରୁ ସହର ପରିକ୍ରମା କରି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଂମ୍ମୁଖରେ ଏକ ସଭା କରାଯାଇଥିଲା l ଗତ ୧.୧.୨୦୦୫ରେ ନୂତନ ପେନସନ ସ୍କିମ ଲାଗୁ ହେବା ପରଠାରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀ ଙ୍କ ଜମା ଅର୍ଥ ରାଶି ଏନଏସଡିଏଲ ଦ୍ୱାରା ସେୟାର ବଜାରରେ ନିବେଶ କରାଯାଉଛି ଫଳରେ ଜମା ଅର୍ଥ ରାଶିର ନିବେଶ କରଯୁକ୍ତ ରହିଛି ଯଦ୍ୱାରା ୩୦ ବର୍ଷ ଚାକିରି କାଳ ଅତିବାହିତ କରି ଅବସର ଗ୍ରହଣ କଲାପରେ ମଧ୍ୟ ଜଣେ କର୍ମଚାରୀ ହଜାରେ, ବାରଶହ ତ ଆଉ କିଏ ମାତ୍ର ଦୁଇହଜାର ପେନସନ ପାଉଛନ୍ତି ଫଳରେ ଅବସର ଜୀବନରେ ଏହି ଟଙ୍କା ରେ ତାଙ୍କର ପରିବାର ପୋଷଣ କରିବେ କେମିତି। ଏହି ନୀତି କୁ ନେଇ ସରକାରୀ କର୍ମଚାରୀ ସଙ୍ଘ ର ନେତା ମାନେ ପ୍ରତିବାଦ ସଭାରେ ପ୍ରକାଶ କରିଛନ୍ତି l ତେଣୁ ରାଜ୍ୟ ସରକାର ନୂତନ ପେନସନ ନୀତି କୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଇଛନ୍ତି l

Related post

ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଟିକିରି ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ସପ୍ତାହ କାର୍ଯକ୍ରମ I

ଫୋକସ ପ୍ଲସ ୨୮/୧/୨୩(ବରଗଡ଼): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ‌ ଜଗନ୍ନାଥ ମନ୍ଦିର ଠାରୁ ଗୋକୁଳମୁଣ୍ଡା ହାଟ ପଦା ପର୍ଯନ୍ତ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ…
ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଫୋକସ ପ୍ଲସ ୨୮/୧/୨୩(ବରଗଡ଼):ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଏକ ମାତ୍ର ଝିଅର ହତ୍ୟା ପରେ ଉଜୁଡ଼ି ଯାଇଥିଲା ସୁନାର ସଂସାର। ଝିଅକୁ ସବୁବେଳେ…
ଶାହରୁଖଙ୍କ ପ୍ରେମରେ ଉର୍ଫି

ଶାହରୁଖଙ୍କ ପ୍ରେମରେ ଉର୍ଫି

ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ): ନିଜର ଆଉଟ ଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଉର୍ଫି ଯାଭେଦ । କାରଣ ସବୁବେଳେ ଭିନ୍ନ ଧରଣର ପୋଷାକ ପିନ୍ଧି ଲୋକଙ୍କ ସାମ୍ନାକୁ…

Leave a Reply

Your email address will not be published.