ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ଫୋକସ ପ୍ଲସ 14/4 (ଚାନ୍ଦବାଲି): ଧାମରା ନରସିଂହପୁର ରାସ୍ତା କଡ଼ରୁ ଆହାତ ଯୁବତୀ ଉଦ୍ଧାର, ଯୁବତୀଙ୍କ ଅଭିଯୋଗ ଆଧାରରେ ୩ ଅଭିଯୁକ୍ତ ଗିରଫ। ଧାମରା ଥାନା ଅନ୍ତର୍ଗତ ନରସିଂହପ୍ରସାଦ ନିକଟରୁ ଜଣେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ଧାମରା ପୁଲିସ । ଗତକାଲି ବିଳମ୍ବିତ ରାତିରେ ଯୁବତୀଜଣକ ରାସ୍ତାକଡ଼ରେ ଆହତ ଅବସ୍ଥାରେ ପଡ଼ିଥିବାବେଳେ ତାଙ୍କ ପାଖରେ ୩ ଜଣ ଯୁବକ ବୁଲା ବୁଲି କରୁଥିବା ଦେଖି ସ୍ଥାନୀୟ ଲୋକ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବତୀଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ସେଠାରୁ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ହେଉଛନ୍ତି ସ୍ଥାନୀୟ ସମିପାଟିଆ ଗ୍ରାମର ରବୀନ୍ଦ୍ରନାଥ ଜେନା, ପାଇକସାହି ଗ୍ରାମର ପାଗୁଳୁ ଦାସ ଓ ଚନ୍ଦନ ବେହେରା। ତେବେ ରାସ୍ତା କଡ଼ରୁ ଉଧାର ହୋଇଥିବା ଆହତ ଯୁବତୀ ଜଣକ ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳର ବୋଲି ଜଣାପଡିବା ପରେ ପୁଲିସ ତାଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଛି ।

Related post

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

ଫୁଣି ଥରେ ଦେଖିବାକୁ ମିଳିଲା ମାଓ ପୋଷ୍ଟର I

କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ ତୁଜୁଙ୍ଗ ରେ ଥିବା ଶ୍ରୀ ଏଜୁକେସନ କଲେଜ କୁ ନେଇ ଏଥର ମାଓ ବାଦୀ ଙ୍କ ଧମକ ପୁର୍ଣ ପୋଷ୍ଟର I କଲେଜ…
ବିଚାରାଧୀନ କଏଦୀ ମୃତ୍ୟୁ ।

ବିଚାରାଧୀନ କଏଦୀ ମୃତ୍ୟୁ ।

ଫୋକସ ପ୍ଲସ 10/5/22 (ମୟୁରଭଞ୍ଜ): ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ…
ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା

ଯୌତୁକ ନିର୍ଯାତନା ସହି ନ ପାରି ବୋହୂର ଆତ୍ମ ହତ୍ୟା ଅଭିଯୋଗ ଆସିଛି ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି ପଞ୍ଚାୟତ ଚକ୍ର ପଡ଼ା ସତ୍ୟବାଦୀ ବ୍ଲକ୍ ରାୟ ଖଣ୍ଡି…

Leave a Reply

Your email address will not be published. Required fields are marked *