ବିକଳାଙ୍ଗ ଶିଶୁ ଙ୍କୁ ସାହା ହେବ କିଏ ?

ବିକଳାଙ୍ଗ ଶିଶୁ ଙ୍କୁ ସାହା ହେବ କିଏ ?

ଫୋକସ ପ୍ଲସ 14/4 (ବାଲେଶ୍ୱର): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ସଂପେଇ ଗ୍ରାମ ର ଗୀତା ଶ୍ରୀବସ୍ତା ଙ୍କ ଦୁଇ ପୁତ୍ର କୃଷ୍ନା ଶ୍ରୀବସ୍ତା ବୟସ 12 ।ସାନପୁଅ ଅଭିଦେଵ ଶ୍ରୀବସ୍ତା ବୟସ 7 ବର୍ଷ।ପୁତ୍ର ଟିଏ ଯେତେବେଳେ ଜନ୍ମ ନିଏ ସେତେବେଳେ ସାରା ପରିବାର ଖୁସି ହୋଇଥାନ୍ତି।ହେଲେ ଗୀତା ଙ୍କ ଭାଗ୍ୟରେ ପୁଅ ଜନ୍ମ ହେଉ ହେଉ ଦୁଃଖ ହିଁ ଦୁଃଖ ଗୀତା ଙ୍କ ର 4 ପିଲା ଦୁଇ ଝିଅ ଦୁଇ ପୁଅ ।ହେଲେ ତାଙ୍କ ଉପରେ ଭାଗ୍ୟ ଦାଉ ସାଜିଲା ଦୁଇ ପୁଅ ସିନା ଜନ୍ମ ହେଲେ ।ଦୁଃଖର କଥା ବଡ଼ ପୁଅ ଜନ୍ମ ରୁ ବିକଳାଙ୍ଗ ନା ଚାଲିପାରୁଛି ନା କିଛି କରି ପାରୁଛି ନା କହିପାରୁଛି ଖାଲି ବିକଳାଙ୍ଗ ନୁହେଁ ତାଙ୍କୁ ମଧ୍ୟ ଆକାଶମାରି ବାତ ରୋଗ ହୋଇଛି।ସାନ ପୁଅ ମଧ୍ୟ ଜନ୍ମ ରୁ ଦୃଷ୍ଟି ଶକ୍ତି ହରାଇଛି ଓ ଗୋଟେ ହାତ କାମ କରୁନି।ମା ଗୀତା ପାଖରେ ଯାହା କିଛି ଥିଲା ବିକି ଦୁଇ ପୁଅଙ୍କୁ ବଡ ବଡ ମେଡିକାଲ ଦେଖେଇ ସାରିଲେଣି ହେଲେ କିଛି ସୁଫଳ ମିଳୁନି ସବୁଆଡୁ ନିରାଶ ହୋଇ ଫେରିଲେଣି।ଗୀତାଙ୍କ ଦୁଇ ପୁଅ ଙ୍କ ଦୁଃଖ ନା ବୁଝୁଛି ବ୍ଲକ ନା ବୁଝୁଛନ୍ତି ସରକାର ସରକାର ଙ୍କ ଯୋଜନା ମାଳ ମାଳ ଥାଇ ମଧ୍ୟ ଏ ଦୁଇ ନିଷ୍ପାପ ଶିଶୁ ଙ୍କ ପାଖରେ ପହଂଚି ପାରିନି।ସରକାର କେବେଳ ବଡ଼ ପୁଅ କୁ ମାସିକ 5 kg ଚାଉଳ ଆଉ 700 ଟଙ୍କା ଭର୍ତ୍ତା ଦେଇ ତାଙ୍କର ଦ୍ବାଇତ୍ୱ ସାରିଦେଇଛନ୍ତି।ହେଲେ ସାନପୁଅ ପାଇଁ କିଛି ନାହିଁ ନା ଅଛି ଭର୍ତ୍ତା ନା ଅଛି ରାସନ।ତେଣୁ ଗୀତା ସରକାରଙ୍କୁ ନିବେଦନ କରିଛନ୍ତି ଯେ ସରକାର ଏ ଗରୀବର ଦୁଃଖ ବୁଝି ବଡ ପୁଅ କୁ ଗୋଟେ ଟ୍ରାଏସାଇକେଲ ଓ ସାନ ପୁଅ କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେଲେ ସେମାନଙ୍କ ଚିକିତ୍ସା ହୋଇପାରିବ ଓ ସେମାନଙ୍କ ଜୀବନ ଖୁସି ରେ କଟିବ।ବାଲେଶ୍ଵର ଜିଲ୍ଲା

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ମଦୁଆ ବାପର ଉନ୍ମତକାଣ୍ଡ।

ମଦୁଆ ବାପର ଉନ୍ମତକାଣ୍ଡ।

ଫୋକସ ପ୍ଲସ 8/5/22 (ବାଲେଶ୍ୱର):  ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସି ପହଞ୍ଚିଛି; ସିମୁଳିଆ ର ଜଣେ ମଦୁଆ ବାପା ତାର ୫ବର୍ଷ ଝିଅକୁ ବାଡିରେ ପିଟି ପିଟି ଲହୁଲୁହାଣ…
ବିଜେପି ର ପ୍ରତିଷ୍ଠା ଦିବସ

ବିଜେପି ର ପ୍ରତିଷ୍ଠା ଦିବସ

ଫୋକସ ପ୍ଲସ :07/04(ବାଲେଶ୍ୱର ):ବିଜେପିର ୪୩ ତମ ପ୍ରତିଷ୍ଠା ଦିବସ ସାରା ଦେଶରେ ପାଳନ ହେଉଥିବା ବେଳେ ବାଲିଆପାଳ ବ୍ଲକ ରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।ଆଜି…

Leave a Reply

Your email address will not be published. Required fields are marked *