ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I

ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I

ଫୋକସ ପ୍ଲସ 14/4 (ସୁନ୍ଦରଗଡ଼): ସୁନ୍ଦରଗଡ଼ ଓଡ଼ିଶା ଡ୍ରାଇଭର ମହାସଂଘ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର I ରାଜ୍ୟବ୍ୟାପୀ ସଂଘର୍ଷ କରୁଥିବା ଗାଡ଼ି ଡ୍ରାଇଭର ଓ ତାଙ୍କ ପରିବାରର ଜୀବନ ଜୀବିକାର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ସୁନ୍ଦରଗଡ଼ ଡ୍ରାଇଭର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।ଏହି ସଂଘ ପୂର୍ବରୁ ଗତ ସେପ୍ଟେମ୍ବର ଏକ ତାରିଖ ଦିନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଡ୍ରାଇଭର ସଂଘ ଦାବିପତ୍ର ଦେବା ସହ ଅକ୍ଟୋବର ୨୯ ତାରିଖ ଦିନ ଏକ ପଦଯାତ୍ରା କରି ସ୍ମାରକ ପତ୍ର ଦେଇ ୧୧ ଦଫା ଦାବି ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ,ଏନେଇ ରାଜ୍ୟ ସରକାର ଙ୍କ ଉଚ୍ଚ ପଦାଧିକାରୀ ଓ ମନ୍ତ୍ରୀ ମାନେ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଫଳରେ ସରକାରଙ୍କ ଉପରେ ଭରସା କରି ଷ୍ଟେରିଙ୍ଗ ଛାଡ ଆନ୍ଦୋଳନରୁ ଓହରି ଯାଇଥିଲେ,ଇତି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ସମେତ ପୌର ନିର୍ବାଚନ ମଧ୍ୟ କରି ସାରିଲେଣି ।ତେବେ ମାନ୍ୟବର ଓଡ଼ିଶା ସରକାର କରୋନା ସମୟରେ ସାରଥୀ ସାଜିଥିବା ଡ୍ରାଇଭର ମାନଙ୍କ ଦ୍ଵାରା ଦିଆଯାଇଥିବା ନ୍ୟାୟୋଚିତ ୧୧ ଦଫା ଦାବି ପୂରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଡ୍ରାଇଭର ତଥା ସେମାନଙ୍କ ପରିବାରବର୍ଗ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିଲେ,ଅନ୍ୟ ପକ୍ଷରେ ଆସନ୍ତା ୭ ଦିନ ଭିତରେ ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ରାଜ୍ୟ ବ୍ୟାପି ଡ୍ରାଇଭର ମାନେ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଡ୍ରାଇଭର ସଂଘର ସଭାପତି ସନ୍ତୋଷ ଜୁରା ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Related post

୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ  ।

୩ ଲକ୍ଷ ୭୦ ହଜାର ଫାଇନ,ବସ ଜବତ ।

ଫୋକସ ପ୍ଲସ 24/4(ସୁନ୍ଦରଗଡ଼):ବସ କୁ ୩ ଲକ୍ଷ ୭୦ ହଜାର ଫାଇନ , ବସ ଜବତ ।ଝାରଖଣ୍ଡ ର କୁର୍ଡେଗ କୁ ବାହାଘର ବରାତ ଯାଇ ଫେରୁଥିବା ବେଳେ…
ନଳକୂଅ ଅଚଳ ମରାମତି ପାଇଁ ଚକବନ୍ଦୀ ପଡା ବାସୀ ଙ୍କ ଦାବି ।

ନଳକୂଅ ଅଚଳ ମରାମତି ପାଇଁ ଚକବନ୍ଦୀ ପଡା ବାସୀ ଙ୍କ ଦାବି…

  ଫୋକସ ପ୍ଲସ( ଥୁଆମୂଳ ରାମପୁର) ୭/୪:     କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର      ଗ୍ରାମପଞ୍ଚାୟତ ଅଧିନସ୍ଥ…
ଭୋଟ ହାତେଇବା ପାଇଁ ଦିଆଯାଇଥିଲା ନକଲି ରାସନକାର୍ଡ ।

ଭୋଟ ହାତେଇବା ପାଇଁ ଦିଆଯାଇଥିଲା ନକଲି ରାସନକାର୍ଡ ।

ଫୋକସ ପ୍ଲସ 7/4(ଚିଲିକା):ପଞ୍ଚାୟତ ନିର୍ବାଚନ ରେ ଭୋଟ ହାତେଇବା ପାଇଁ ଦିଆଯାଇଥିଲା ନକଲି ରାସନକାର୍ଡ ।ଚକିତ କରିଦେଲା ଭଳି ଆସିଛି ସାଂଘାତିକ ଅଭିଯୋଗ। ସେ ପୁଣି ଆସିଛି ସରପଞ୍ଚ…

Leave a Reply

Your email address will not be published. Required fields are marked *