ପଣାସଂକ୍ରାନ୍ତି ର ବିଶେଷତା : ଆସନ୍ତୁ ଜାଣିବା

ପଣାସଂକ୍ରାନ୍ତି ର ବିଶେଷତା : ଆସନ୍ତୁ ଜାଣିବା

ଆଜି ହେଉଛି ଏପ୍ରିଲ ୧୪ ତାରିଖ ମାନେ, ଓଡିଶାବାସୀଙ୍କ ପାଇଁ ଏକ ନୂତନବର୍ଷର ଅୟମାରମ୍ଭ। ଏହାକୁ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଜାନୁୟାରୀ ୧ ତାରିଖକୁ ସାରା ବିଶ୍ଵ ନବବର୍ଷ ଭାବେ ପାଳନ କରୁଥିବା ବେଳେ ଓଡିଶା କିନ୍ତୁ ଏପ୍ରିଲ ୧୪ ତାରିଖରେ ନବବର୍ଷ ପାଳନ କରେ। ଏହିଦିନ ବସନ୍ତ ଋତୁର ଶେଷ ହୋଇ ପୁଣି ଥରେ ଗ୍ରୀଷ୍ମ ଋତୁ ଫେରିଥାଏ। ସେହିପରି ଏହି ଦିନରେ ବୈଶାଖ ମାସର ମଧ୍ୟ ଆଗମନ ହୋଇଥାଏ। ଅର୍ଥାତ ଓଡିଆ ମାସ ହିସାବରେ ଏହାହିଁ ବର୍ଷର ପ୍ରଥମ ଦିନ । ତେଣୁ ଏହାକୁ ନବବର୍ଷ ଭାବେ ପାଳନ କରନ୍ତି ସବୁ ଓଡିଆ।

କେହି କେହି ଏହି ପର୍ବକୁ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କହିଥାନ୍ତି । ଘର ଅଗଣାର ଚଉରା ମୂଳରେ ଠେକି ବାନ୍ଧି ପଣା ବସାଯାଇଥାଏ। ଠେକିରେ ଗୋଟିଏ ଛୋଟ କଣା ହୋଇଥାଏ, ଯେଉଁଥିରୁ ଧିରେ ଧିରେ ପାଣି ଝରିଥାଏ। ଏହା ଆଗାମୀ ବର୍ଷାକୁ ସୂଚାଇଥାଏ । ଚଉରାରେ ବସିଥିବା ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ। ଛତୁଆ, ଦହି, ଗୁଡ, କଦଳୀ ଏବଂ ନଡିଆ ଇତ୍ୟାଦିକୁ ଭୋଗ ଲଗାଯାଏ। ଏହି ଦିନ ବେଲ ପଣା କରି ମଧ୍ୟ ସେବନ କରାଯାଇଥାଏ, ସେଥିପାଇଁ ଏହାକୁ ପଣା ସଂକ୍ରାନ୍ତି ବୋଲି ମଧ୍ଯ କୁହାଯାଏ। ଏହି ଦିନରୁ ବିରଜା, ଚଣ୍ଡୀ ଏବଂ ଶାରଳା ଆଦି ପୀଠରେ ପାଳନ ହୋଇଥାଏ ପ୍ରସିଦ୍ଧ ଝାମୁ ଯାତ୍ରା I

ପଣା ସଂକ୍ରାନ୍ତି ଦିନରୁ ବୃକ୍ଷ ଏବଂ ତୃଷାର୍ଥ ଜୀବଜନ୍ତୁମାନଙ୍କୁ ଜଳପ୍ରଦାନ କରାଯାଇଥାଏ। ତେଣୁ ଏହା ଜଳ ସଂକ୍ରାନ୍ତି ନାମରେ ମଧ୍ୟ ଜଣାଯାଏ। ଏହିଦିନରୁ ବାୟୁର ବେଗରେ ମଧ୍ୟ ବୃଦ୍ଧି ଘଟିଥାଏ। ତେଣୁ ଅଗ୍ନି ଏବଂ ବାୟୁଙ୍କ କୋପରୁ ବଞ୍ଚିବା ପାଇଁ ମହାବୀର ଶ୍ରୀ ହନୁମାନଙ୍କୁ ପୂଜା କରାଯାଇଥାଏ। ଆଜିର ଦିନରେ ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ ହୋଇଥାଏ। ତେବେ ଏ ହେଉଛି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିର ବିଶେଷତ୍ଵ । ତେବେ ଆସନ୍ତୁ ପ୍ରତିଦିନ ଆମେ ବି ଶୋଷିଲା ଜୀବଜନ୍ତୁ ଏବଂ ପଥିକ ମାନଙ୍କ ପାଇଁ ଜଳଦାନର କିଛି ବ୍ୟବସ୍ଥା କରିବା।ଆଉ ଓଡ଼ିଆ ନବ ବର୍ଷକୁ ସ୍ୱାଗତ କରିବା I ତେବେ ଆମ ଫୋକସ ପ୍ଲସ ପରିବାର ତରଫରୁ ଆପଣ ମାନଙ୍କୁ ଓଡ଼ିଆ ନବ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା I

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *