ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟାଘାତ I

ଉପାନ୍ତ ଅଞ୍ଚଳରେ ନେଟୱର୍କ ସେବା ବ୍ୟାଘାତ I

ଫୋକସ ପ୍ଲସ 15/4 (କୋରାପୁଟ): ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ପହଞ୍ଚି ପାରୁନି ମୌଳିକ ସୁବିଧା । ଉପାନ୍ତ ପାହାଡ଼ି ଲୋକଙ୍କ ପାଇଁ ଆମେ ପାଉଥିବା ସୁବିଧା ଏବେ ବି ପହଞ୍ଚି ପାରୁନାହିଁ । ଆଜି ବି ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ନେଟୱାର୍କ । ଆଜିକା ଡିଜିଟାଲ ଯୁଗରେ ବି ଲୋକେ ନୋ ନେଟୱର୍କ …ନୋ ଇଣ୍ଟରନେଟରେ ରହୁଥିବା ଦେଖା ଦେଇଛି । ସାଧାରଣତ ଯୁବପିଢିଙ୍କ ପ୍ରଥମ ପସନ୍ଦ ନେଟ କନେକ୍ସନରୁ ଆଜି ବି ବଞ୍ଚିତ ପାହାଡ଼ି ଇଲାକାର ଯୁବପିଢି । ଗୁଗୁଲ ଓ ଫେସବୁକ ସହ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ କଣ ଏମାନେ ଜାଣି ନାହାଁନ୍ତି । ଟାୱାର ନ ହେବା ଯୋଗୁଁ ଯୋଗା ଯୋଗ ମଧ୍ୟ ହୋଇ ପାରୁନାହିଁ ।ଏହି ଭଳି ସମସ୍ୟା ରେ ପଡି କଲବଲ ହେଉଛନ୍ତି ବୋରିଗୁମ୍ମା ବ୍ଲକ ଚମ୍ପାପଦର ଓ ହରଡ଼ାଗୁଡା ପଂଚାୟତର ଶହ ଶହ ଲୋକେ । ସୂଚନା ଥାଉକି ଯେ ବୋରିଗୁମ୍ମା ସଦର ମହକୁମା ଠାରୁ 30 କିମି ଦୂର ଉପାନ୍ତ ଅଞ୍ଚଳରେ ଏହି ଦୁଇ ଗ୍ରାମପଂଚାୟତ ଅବସ୍ତିତ । ଏମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ନେଟୱର୍କ ନ ପାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନେଟୱାର୍କ ପାଈଁ ତଳ ଗାଁ କାଠରଗଡା କୁ ଆସି ସମ୍ପର୍କୀୟଙ୍କ ସହିତ ଯୋଗା ଯୋଗ କରୁଛନ୍ତି । ଘରେ ବସି ସାଧାରଣ ଲୋକେ ଇଣ୍ଟରନେଟ ଉପଭୋଗ କରୁଥିବା ବେଳେ ଏମାନଙ୍କ ପାଇଁ ଏହି ସେବା ସାତସପନ । ତେଣୁ ଏଠାକାର ଲୋକେ ଟାୱାର ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । ନେତା ମନ୍ତ୍ରୀ ଅଫିସରଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସୁବିଧା ପାଇପାରୁନଥିବା କହିଛନ୍ତି ।
ତେବେ ଏମାନଙ୍କୁ କେବେ ନେଟୱର୍କ ଭଳି ମୌଳିକ ସୁବିଧା ମିଳୁଛି ତାହାହିଁ ଦେଖିବା ବାକି ରହିଲା I

ବୋରିଗୁମ୍ମାରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ ।

Related post

Leave a Reply

Your email address will not be published. Required fields are marked *