
ସାମ୍ବାଦିକଙ୍କ ମାତୃ ବିୟୋଗ I
- Breaking newsଦେଶ ବିଦେଶମୁଖ୍ୟ ଖବରରାଜ୍ୟ
- April 15, 2022
- No Comment
- 888
ଫୋକସ ପ୍ଲସ 15/4 (ଗଞ୍ଜାମ): ପାତ୍ରପୁର ଗ୍ରାମ ବଡବ୍ରାହ୍ମଣ ସାହି ଅବସର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ପାତ୍ରପୁର ବ୍ଳକ ସର୍ବସାଧାରଣ ଦୈନିକ ଖବର କାଗଜର ସାମ୍ବାଦିକଙ୍କ ମାତା ଦମୟନ୍ତି ପଟ୍ଟନାୟକ ୬୨ ବର୍ଷ ବୟସରେ ଆଜି ରାତି ୮ଘଣ୍ଟା ସମୟରେ ହୃଦଘାତ ରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଜି ସନ୍ଧ୍ୟାରେ ଛାତି ଯନ୍ତ୍ରଣା ସହ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃ୍ତ୍ୟୁ ହୋଇଥିବା ଜଣାପଡିଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ, ଧର୍ମପରାୟଣା ଥିଲେ । ତାଙ୍କର ମୃତ୍ୟୁରେ ଶୋକରଛାୟା ଖେଳିଯାଇଛି । ଦମୟନ୍ଥିଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ବାମୀଙ୍କ ସହ ପୁତ୍ର ସନ୍ତୋଷ, ସୁଶାନ୍ତ, ସୁରେଶ ପ୍ରମୁଖଙ୍କ ସହ ପୁତ୍ରବଧୁ ମାନେ ଉପସ୍ଥିତ ଥିଲେ । ସେହିଭଳି ଅନ୍ୟ ଦୁଇ ପୁତ୍ର ସୁନିଲ୍, ସୁଜିତ ଓ ଏକମାତ୍ର କନ୍ୟା ସସ୍ମିତା ଦୁରରେ ଥିବା ହେତୁ ଓ୍ବାଟ୍ସଆପ ମାଧ୍ୟମରେ ଦୁଃଖଦ ଖବର ପାଇଥିଲେ । ଉକ୍ତ ଖବର ଜଣାପଡିବା ପରେ ବିଭିନ୍ନ ମହଲରୁ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ।