ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ଫୋକସ ପ୍ଲସ 16/4 (ପୁରୀ): ଦ୍ବିତୀୟ ବାଲିଯାତ୍ରା ଭାବେ ପରିଚିତ ପାରିକୁଦର ଦେଉଳପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ପଣାଯାତ୍ରାରେ ଠାକୁରମାନଙ୍କର ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଣାଯାତ୍ରାର ପ୍ରଥମ ସନ୍ଧ୍ୟାରେ ପାରିକୁଦର ଆରାଧ୍ୟ ଦେବ ତଥା ପଣାପଡିଆର ପ୍ରତିଷ୍ଠିତ ବାବା କମଳେଶ୍ବର ଦେବ ପଡିଆରେ ପ୍ରବେଶ କରି ଆସ୍ଥାନ ବିଜେ କରିବା ପରେ ଅଞ୍ଚଳର ନିମନ୍ତ୍ରିତ ଠାକୁରମାନେ ବିଭିନ୍ନ ପାଟ ପଟୁଆରରେ ପଣାପଡିଆରେ ଠାକୁରଙ୍କ ମହାମିଳନ ହୋଇଛି | ପଣାପଡିଆରେ ୧୬ ଠାକୁର ଆସ୍ଥାନ ବିଜେ କରିଥିବା ବେଳେ ଚଳିତବର୍ଷ ରାମନବମୀ ଯୋଗୁଁ କମଳାସିଂହର ରଘୁନାଥ ଦେବ ଯାତ୍ରା ପଡିଆରେ ପହଞ୍ଚି ପାରିନାହାନ୍ତି | ରାମନବମୀ ଶେଷରେ ରଘୁନାଥ ଦେବ ପଡିଆରେ ବିଜେ କରିବା ପରେ ଠାକୁରମାନଙ୍କର ମେଳନ ଉତ୍ସବ ଆୟୋଜନ କରାଯିବ ବୋଲି ୩୫ ମୌଜା ପଣାଯାତ୍ରା ପରିଚାଳନା କମିଟି ସଭାପତି ଦାମୋଦର ବିଶ୍ବାଳ ,ସମ୍ପାଦକ ବଟକୃଷ୍ଣ ତରେଇ ପ୍ରମୁଖ କହିଛନ୍ତି | ମାସନ୍ତ ଦିନ ରାତି ୮ ଟାରେ କମଳେଶ୍ବର ପଣାପଡିଆକୁ ଯିବା ପରେ ଅନ୍ୟ ଠାକୁରମାନଙ୍କୁ କମିଟିର ୧୨୦ ଜଣ ସଭ୍ୟଙ୍କ ସହଯୋଗରେ ଠାକୁର ମାନଙ୍କୁ ନେଇ ଆସିଥିବା ଗ୍ରାମବାସୀମାନେ ବିଭିନ୍ନ ପାଟ ପଟୁଆରରେ ପଣାପଡିଆରେ ବିରାଜମାନ କରାଇଛନ୍ତି | କମିଟି ତରଫରୁ ଆତସବାଜୀ ପରିବେଷଣ ଓ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ମହାବିଷୁବ ପଣାସଂକ୍ରାନ୍ତି ଦିନ ପଡିଆରେ ସମସ୍ତ ଠାକୁରଙ୍କୁ କମିଟି ତରଫରୁ ବାଳଭୋଗ ଲାଗି ହେବା ପରେ ଦିନ ୧୧ ଘଣ୍ଟା ସମୟରେ ଠାକୁରମାନେ ମନ୍ଦିରକୁ ଯାଇଥିଲେ | ସେଠାରେ ଠାକୁରମାନଙ୍କ ବିଧିବଧ ଭାବେ ସଂକୁଡି ଭୋଗ ଲାଗି ହୋଇଥିଲା | ସଂକ୍ରାନ୍ତି ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ମନ୍ଦିରରେ ଠାକୁରଙ୍କୁ ପଣାଭୋଗ ଲାଗି ହେବା ପରେ ୭ ଘଣ୍ଟା ସମୟରେ ସଂକୁଡି ଭୋଗ ପୁଜା ହେବା ପରେ ଠାକୁରମାନେ ମନ୍ଦିର ବେଢା ପରିକ୍ରମା କରି ଯାତ୍ରା ପଡିଆକୁ ଯାଇ ବିମାନରେ ବିଜେ କରିଥାନ୍ତି | ପଣାଯାତ୍ରାର ଦ୍ବିତୀୟ ସଂଧ୍ୟାରେ ଆତସବାଜି ପ୍ରତିଯୋଗିତା ,ସଂକୀର୍ତନ ଓ ପାଇକଆଖଡ଼ା ପ୍ରତିଯୋଗିତା ପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି | କମିଟି ତରଫରୁ ଯାତ୍ରା ପଡିଆରେ ଦୁଇ ମେଳ ଅପେରା ,ଦୁଇ ମେଳ ଭାରତଲୀଳା ଯାତ୍ରା ପରିବେଷଣ କରିବେ ବୋଲି କମିଟି ତରଫରୁ ସୁଚନା ମିଳିଛି | ଦୀର୍ଘ ଦୁଇ ଦିନ ଧରି ତହସିଲଦାର ଉଲାସ କୁମାର ସେଠୀ,ଥାନା ଆରକ୍ଷୀ ନିରୀକ୍ଷକ ଅଧିକାରୀ ଦିଲିପ କୁମାର ସ୍ବାଇଁଙ୍କ ତରଫରୁ ଯାତ୍ରା ପଡିଆକୁ କଡା ସୁରକ୍ଷା ଦିଆଯାଇଛି | ପଣାଯାତ୍ରା ପରିଚାଳନା ନିମନ୍ତେ ୩୫ ମୌଜା କମିଟି ସଭ୍ୟମାନେ ସକ୍ରିୟ ହୋଇପଡିଛନ୍ତି | କୃଷ୍ଣପ୍ରସାଦରୁ ପବିତ୍ର ମୋହନ ଦାସଙ୍କ ରିପୋର୍ଟ ଫୋକସ ପ୍ଲସ I

 

Related post

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ…

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ସାମୁଦ୍ରିକ ଝଡ଼ ଅସାନୀ…
ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ

ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ…

ଫୋକସ ପ୍ଲସ 7/5/22 (ପୁରୀ):ଲେମ୍ବୁ ପରେ ଟମାଟୋ ବଜାର ଚଢ଼ା ଦର ରେ ଅତିଷ୍ଟ ହୋଇପଡିଲେଣି ଗ୍ରାହକ. ଲେମ୍ବୁ ପରେ ହଟାତ ଟମାଟୋ ଦର ଆକାଶ ଛୁଆଁ. ଯାହାକି…
ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର ଦାସବର୍ମା I

ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର…

ଫୋକସ ପ୍ଲସ31/3(ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ରେ କନକ ଲତା ଫାଉଣ୍ଡସନ କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଛନ୍ତି…

Leave a Reply

Your email address will not be published. Required fields are marked *