ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ରାଜମିସ୍ତ୍ରୀରୁ ଆଜି ପାଳ ଛତୁର ସଫଳ ଚାଷୀ l

ଫୋକସ ପ୍ଲସ 16/4 (ଅନୁଗୁଳ):ରାଜମିସ୍ତ୍ରୀ ରୁ ଆଜି ସଫଳ ଚାଷୀ l ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ପରାଛାଟ ପଂଚାୟତ କଣ୍ଟିଆପଶି ଗ୍ରାମରେ ବାସ କରନ୍ତି ଛତୁ ଚାଷୀ ଜଗବନ୍ଧୁ ସାହୁ l ଦିନ ଥିଲା ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ପରିସର ଭିତରେ ରାଜମିସ୍ତ୍ରୀ ଭାବରେ କାମ କରୁଥିଲେ, ସେ କୃଷି ବିଜ୍ଞାନ କେନ୍ଦ୍ରରେ କେମିତି ଛତୁ ଚାଷ ହୁଅ ଦେଖି ଦେଖି କାହିଁକି କେଜାଣି ନିଜେ ଛତୁ ଚାଷ କରିବାକୁ ମନ ବଳାଇଲେ l ଗାଁ ଆସି ନିଜେ ଦୁଇ ପଢୁଆ ପୁଅ ଧରି ଗାଁ କିଛି ସରାଂକ୍ଷିତ ଜଙ୍ଗଲରେ ଗାଁ ଲୋକଙ୍କ ମତାମତ ନେଇ ଏକ ଏକର ଜାଗାରେ ପାଳ ଛତୁ ଚାଷ ଆରମ୍ଭ କରିଥିଲେ, ଦିନକୁ ଦିନ ଛତୁ ଚାଷରେ ଲାଭ ହେବାରେ ଲାଗିଲା ଏବଂ ପରବର୍ତୀ ସମୟରେ ସେ ଗାଁ ସଂରକ୍ଷିତ ଏକ ରୁ ଦୁଇ ଏକର ଜଙ୍ଗଲରେ ଛତୁ ଚାଷ କରୁଛନ୍ତି l ସିଧା ଯଦି କହିବା ଇଛା ଶକ୍ତି ଆଗରେ ହାର ମାଣିଛି ଛତୁ ଚାଷ l ଜଗବନ୍ଧୁ ଏବେ ଏ ଅଂଚଳ ଜଣେ ସଫଳ ଚାଷୀ ଗଣନାରେ ଗଣିତ l   

ଦୁଇ ଇଞ୍ଜିନିଅର ପଢୁଆ ପୁଅ ଚାକିରୀ ପଛରେ ନ ପଡି ଦୁହେଁ ବି ବାପା ଜଗବନ୍ଧୁଙ୍କୁ ସାହାଯ୍ୟ କରୁଛନ୍ତି l ବର୍ତମାନ ସୁଦ୍ଧା ଏ ଜଗବନ୍ଧୁ 25 ଜଣ ବେକାରୀ ପିଲାଙ୍କୁ ରୋଜଗାର ଦେଉଛନ୍ତି, ପ୍ରତିଦିନ ଛତୁର ଚାହିଦା ବଜାର ଥିବାବେଳେ ଏହି ଉତ୍ପାଦନ ଛତୁ ସମ୍ବଲପୁର, ବଣେଇ, ଦେବଗଡ଼, କେନ୍ଦୁଝର, କୋଲକାତା, ଅନୁଗୋଳ ସମେତ ସ୍ଥାନୀୟ ବଜାର ଖମାର ଏବଂ ପାଲଲହଡା ଅଂଚଳକୁ ଛତୁ ରପ୍ତାନି ହେଉଛି I ବଡ ଦୁଃଖର କଥା ବଖାଣି ଛନ୍ତି ଜଗବନ୍ଧୁ ସରକାରଙ୍କୁ ଯେ ମୋର ନିଜସ୍ୱ ଛତୁ ଚାଷ ପାଇଁ ଭଲ ଜାଗା ନାହିଁ, ସରକାର ଯଦି ଚାହାଁନ୍ତେ ତେବେ ସରକାରୀ ଜାଗା ଖଣ୍ଡେ ଲିଜରେ ଦେଲେ ମୁଁ ଆହୁରି ଭଲ ଛତୁ ଚାଷ କରି ପାରିବି ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି I

ପାଲଲହଡାରୁ ଖଗେଶ୍ୱର ପିଙ୍ଗୁଆଙ୍କ ରିପୋର୍ଟ ଫୋକସ ପ୍ଲସ I

 

Related post

ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ପର୍ଯ୍ୟଟନଙ୍କ ମନମୋହୁଛି ପରାଛାଟ ଗ୍ରାମୀଣ ପାର୍କ l

ଫୋକସ ପ୍ଲସ 15/4 (ଅନୁଗୁଳ):ଅନୁଗୁଳ ଜିଲ୍ଲାରେ ପ୍ରତି ପଂଚାୟତକୁ ଓଡିଶା ସରକାର ତଥା ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗ୍ରାମୀଣ ପାର୍କ ତିଆରି କରିବାରେ ଆଦେଶ ମିଳି ସାରିବାପରେ…
ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଅନଗୁଳ ରୋଟାରୀ ସ୍କୁଲ ର ସାଙ୍ଘାତିକ ଅଭିଯୋଗ

ଫୋକସ ପ୍ଲସ :07/04(ତାଳଚେର ):    ରାଜ୍ୟସରକାର ବାରମ୍ବାର ନିର୍ଦେଶ ଦେବାସହ CBSE ତରଫ ରୁ ମଧ୍ୟ NCERT ବହିଛଡା ଅନ୍ୟ ବେଆଇନ ବହି ନଦେବାକୁ କୁହାଯାଇଥିଲେ ମଧ୍ୟ…
୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସାନହୁଲ୍ଲାର କୋଅପରେଟିଭ ସୋସାଇଟି ସମ୍ପାଦକ ।

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ…

ଫୋକସ ପ୍ଲସ:06/04( ଅନୁଗୁଳ) ଲାଞ୍ଚ ନେଉଥିବା ବେଳେ ପୁଣି ଥରେ ଧରାପଡ଼ିଲେ ଆଉ ଜଣେ ସରକାରୀ ବାବୁ। ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା…

Leave a Reply

Your email address will not be published. Required fields are marked *