୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ ଗିରଫ I

୨ ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ,୩ ଜଣ ଗିରଫ I

ଫୋକସ ପ୍ଲସ 16/4 (ଢେଙ୍କାନାଳ):ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କରଡାପାଳ ଗାଁ ପାଖ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ତିନି ଜଣ ଜନ୍ତୁ ଶିକାରୀଙ୍କ ସହ ଦୁଇଟି ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରିଛି ବନବିଭାଗ । ଗିରଫ ତିନି ଜନ୍ତୁ ଶିକାରୀ ହେଉଛନ୍ତି କରଡ଼ାପାଳ ଗାଁର ସାଗର ଦେହୁରୀ, କାନ୍ତୋଲ ଗାଁର ବିକାଶ ମୁଣ୍ଡା ଓ ରଇଆ ମୁଣ୍ଡା । ଜନ୍ତୁ ଶିକାରୀ ମାନେ ଦୀର୍ଘଦିନ ହେବ ଏହି ଅଞ୍ଚଳରେ ଜନ୍ତୁ ଶିକାର କରିବାରେ ସକ୍ରିୟ ଥିବାର ସୂଚନା ରହିଥିଲା। ଆଜି ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ ରଞ୍ଜାଗଡ଼ ଜଙ୍ଗଲରେ ଚଢ଼ାଉ କରିଥିବାର ଦେଖିବାକୁ ମିଳିଥିଲା । ତିନି ଅଭିଯୁକ୍ତକୁ ଗିରଫ କରିବା ସହ କୋଭିଡ ଟେଷ୍ଟ କରି କୋର୍ଟ ଚାଲାଣ କରିଛି ବନ ବିଭାଗ।

କଙ୍କଡ଼ାହାଡ଼ ରୁ ପ୍ରବୀଣ ନାଏକ ଙ୍କ ରିପୋର୍ଟ ଫୋକସ ପ୍ଲସ।

Related post

ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ I

ପୋଖରୀ ଭିତରେ କିଆରୀ ଏବଂ ବନ୍ଧ ଖୋଳି ଲକ୍ଷାଧିକ ଟଙ୍କା ହଡ଼ପ…

ଫୋକସ ପ୍ଲସ 27/4( ଢେଙ୍କାନାଳ): କେନ୍ଦ୍ର ସରକାରଙ୍କ ଏକ ଉନ୍ନତ ଯୋଜନା ହେଉଛି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା I ଦେଶର ବିକାଶ କରିବା ପାଇଁ…
ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଆଖୁ ଚାଷ କରି, ଦୁଃଖରେ ଚାଷୀ ।

ଫୋକସ ପ୍ଲସ 24/4(ଢେଙ୍କାନାଳ): ଆଖୁ ଚାଷ କରି ଚାଷୀ ଉପକୃତ ହେବାପାଇଁ, ଚାଷୀ ନିଜର ଉତ୍ତମ ପ୍ରୟାସ ଜାରି ରଖିଥିବା ବେଳେ, ଆଖୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା…

Leave a Reply

Your email address will not be published. Required fields are marked *