ଧୁମ ଧାମ ରେ ପାଳିତ ହେଲା ମହାବୀର ଜନ୍ମୋତ୍ସବ l

ଧୁମ ଧାମ ରେ ପାଳିତ ହେଲା ମହାବୀର ଜନ୍ମୋତ୍ସବ l

ନର୍ଲା/୧୬/୦୪:- (ରଞ୍ଜନ କୁମାର ମହାନ୍ତି)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଠାରେ ମହାବୀର ହନୁମାନ ଜନ୍ମୋତ୍ସବ ଧୁମ୍ ଧାମ ରେ ପାଳନ କରାଯାଇଛି l ବିଗତ ଦୁଇ ବର୍ଷ ଧରି ଅଞ୍ଚଳରେ କରୋନା କଟକଣା ଯୋଗୁଁ ଏଭଳି କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାବୀର ହନୁମାନ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଛି l ରୁପ୍ରାରୋଡ଼ ଦୁର୍ଗାମଣ୍ଡପ ପରିସରରେ ଥିବା ହନୁମାନ ମନ୍ଦିର ରୁ ଶତାଧିକ ଭକ୍ତ ଏକ ଭବ୍ୟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲେ l ରୁପ୍ରାରୋଡ଼ର ପୁରୁଷ ଭକ୍ତ ମାନଙ୍କ ସହିତ ବହୁ ସଂଖ୍ୟାରେ ମହିଳା ଭକ୍ତ ମାନେ ମଧ୍ୟ ଏହି ଶୋଭାଯାତ୍ରା ରେ ଯୋଗଦେଇଥିଲେ l ଜୟ ଶ୍ରୀ ରାମ ଏବଂ ଜୟ ହନୁମାନ ନାରା ଲଗେଇବା ସହିତ ସମୂର୍ଣ୍ଣ ରୁପ୍ରାରୋଡ଼ ନଗର କୁ ଭଗବା ମୟ କରି ଦେଇଥିଲେ l ଜୟ ହନୁମାନ ଧ୍ବନୀ ଦେଇ ରୁପ୍ରାରୋଡ ବଜରଂଗ ଦଳ ତରଫରୁ ମଧ୍ୟ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭଯାତ୍ରାରେ ହଜାର ହଜାର ବଜରଂଗ ଦଳର ସମର୍ଥକ ଓ ଭକ୍ତ ମାନେ ଏକତ୍ରିତ ହୋଇ ହନୁମାନ ମଦିରରେ ପୂଜାର୍ଚନା କରି ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରି ତାଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ । ଶହ ଶହ ସଂଖ୍ୟାରେ ମହିଳା ଭକ୍ତ ମାନେ ହାତରେ ଗେରୁଆ ରଙ୍ଗର ଭାଗବା ଧ୍ୱଜ ଧରି ଅନେକ ଉତ୍ସାହ ର ସହ ଏହି ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ l ହନୁମାନ ଜୟନ୍ତୀ କମିଟି ର ସଦସ୍ୟ ଶ୍ରୀ ରତନ ଅଗ୍ରୱାଲ ସମେତ ଦିନେଶ କୁମାର ଅଗ୍ରୱାଲ,ନିରଜ୍ ଶର୍ମା,ଆଲୋକ ଅଗ୍ରୱାଲ, ସୁମିତ୍ ଅଗ୍ରୱାଲ, ଅମିତ୍ ଅଗ୍ରୱାଲ, ଚନ୍ଦନ ମହାନ୍ତି, ପାର୍ଥ ଦତ୍ତା, ଅଜୁ ଅଗ୍ରୱାଲ,ଧୀରେନ୍ଦ୍ର ଖେତାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଷ୍ଣୁ ଶର୍ମା ପୂଜକ ଭାବରେ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ |

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *