ଚାକିରୀ ପ୍ରଲୋଭନର ଶିକାର ହେଇ ବନ୍ଧକ ପଡିଥିବା ଆଦିବାସୀ ଝିଅକୁ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଗିରଫ।
- ଅପରାଧରାଜ୍ୟ
- April 18, 2022
- No Comment
- 121
ଥୁଆମୂଳ ରାମପୁର,୧୮|୪ ଜଣେ ଆଦିବାସୀ ବାଳିକାକୁ ଚାକିରୀର ପ୍ରଲୋଭନ ଦେଖାଇ ବନ୍ଧକ ରଖିବା ଭଳି ଘଟଣାକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ପୋଲିସ ତତ୍ପରତା ପ୍ରଦର୍ଶନ କରିଛି।ସୁଚନା ଅନୁସାରେ ଥୁଆମୂଳ ରାମପୁର ଥାନା ଅଧୀନସ୍ଥ ଟେଭାମହୁଲ ଗାଁର ଜନୈକା ବାଳିକା ଶୁକଲ ଦେଇ ମାଝୀଙ୍କୁ ଏକ ଫୋନ କଲ ମାଧ୍ୟମରେ ପୁଲିଙ୍ଗପଦର ଗ୍ରାମର ଅନ୍ୟ ଏକ ଝିଅ ଯୋଗାଯୋଗ କରିଥିଲା।ତାର ସୁଚନା ଅନୁସାରେ ଏକ କମ୍ପାନୀ ଖୋଲାଯାଇଛି।ସେଠାରେ ରହି କାମ କଲେ ମାସିକ ୧୦ ହଜାର ଟଙ୍କା ଦରମା ମିଳିବ ବୋଲି ସୂଚନା ଦେଇଥିଲା।ଏହି ସୂଚନା ମୁତାବକ ଶୁକଲ ଦେଇ ଉକ୍ତ ଯୁବତୀର ସହ ଯୋଗଯୋଗ କରି ଗତ ୪.୪.୨୦୨୨ ଦିନ ନିଜ ଘରରୁ ବାହାରି ଉକ୍ତ ଯୁବତୀଙ୍କ ଠିକଣା ମୁତାବକ ଯାଜପୁର ରୋଡରେ ପହଂଚି ଥିଲା। ସେଠାରେ ପହଂଚିବା ପରେ ୬.୪.୨୦୨୨ ଦିନ ଶୁକଲ ଦେଈର ସମ୍ପର୍କୀୟ ଭଇଙ୍କୁ ଫୋନ କରି ଚାକିରୀରେ ପ୍ରବେଶ କରିବା ପାଇଁ ୨୫ଶହ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇଥିଲେ। ପରେ ଟଙ୍କା ନଥିବାରୁ ୨ ହଜାର ଟଙ୍କା ପରିବାର ଲୋକ ପଠାଇଥିଲେ।କିନ୍ତୁ ପରବର୍ତି ଦିନ ପୁଣି ୧୫ ହଜାର ଟଙ୍କା ଦାବି କଲେ।ଏତେ ଟଙ୍କା ଦେବାରେ ଅସମର୍ଥ ଥିବା ଶୁକଲ ଦେଇର ବାପା ପୁୟୁ ମାଝୀ ଜଣାଇବା ପରେ ତୁମ ଝିଅକୁ ବାହାରେ ବାହାର କରିଦେବୁ ତାର ଭବିଷ୍ୟତ ପାଇଁ ଆମେ ଦାୟୀ ନୁହେଁ ବୋଲି ରୋକ ଠୋକ ଶୁଣାଇଥିଲେ।ଯାହା ଶୁଣିବା ପରେ ଶୁକଲ ଦେଇ ପରିବାର ଲୋକ ଚିନ୍ତାରେ ରହିଥିଲେ।
ଏହି ବିଷୟ ନେଇ ପିଡିତାଙ୍କ ବପା ଗତ ୧୩ ତାରିଖରେ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଏହି ବିଷୟ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ କଳାହାଣ୍ଡି ପୋଲିସ ପକ୍ଷରୁ ଏସ୍ ଡି.ପି.ଓ।ସୁନାରାମ ହେମ୍ବ୍ରମଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ ପାଇଁ ଯାଜପୁର ପହଞ୍ଚି ଯାଜପୁର ରୋଡରେ ଥିବା ଏସ୍.ଏଚ୍.ପି.ଏଲ୍ କମ୍ପାନୀକୁ ପହଞ୍ଚି ସେଠାରୁ ପିଡିତାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଜେରା ପାଇଁ ଥୁଆମୂଳ ରାମପୁର ଥାନାକୁ ଅଣାଯାଇଥିଲା। ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗାଁର ଗୋବିନ୍ଦ ସାହୁ ନାମକ ଜଣେ ଯୁବକ କୁ ପୋଲିସ ଗିରଫ କରି ଅଭିଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପିଡିତାକୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ।ଏହି ଘଟଣାକୁ ନେଇ ପୋଲିସ ଆଉ ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍