ଯେଉଁ ହାତରେ ଥିଲା ଦିନେ କ୍ରୁର ବନ୍ଧୁକ, ସେ ହାତରେ ଆଜି କୋମଳ ବରଣମାଳ। ଯେଉଁ ଯୁବକ ଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଅନ୍ୟର ଜୀବନ ନେବାକୁ ବି ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏ ହେଉଛନ୍ତି ରାମଦାସ ଓ କଲମଦେଇ। ଦିନେ ମାଓବାଦୀଙ୍କ ସହ ମିଶିଥିଲେ, ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି। ଦିନେ ପୋଲିସ ବିରୁଦ୍ଧରେ ରଣହୁଙ୍କାର ଦେଉଥିଲେ, ଆଜି ପୋଲିସ କନ୍ୟାଦାନ କରୁଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ନିରେଖି ଦେଖନ୍ତୁ ଏହି ନବଦମ୍ପତିଙ୍କୁ। ନିରୀହ ଦିଶୁଥିବା ଏହି ପୁଅଝିଅ ଦିନେ ଲାଲ ବାହିନୀ ସହ ମିଶି ପ୍ରଶାସନକୁ ଲାଲ ଆଖି ଦେଖାଉଥିଲେ।

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପଞ୍ଚକୁଳ ଗାଁର କଲମଦେଇ ୫ ବର୍ଷ ତଳେ ମାଓ ସଂଗଠନ ରେ ସାମିଲ ହୋଇଥିଲେ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବନ୍ଧୁକ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।ସେହିଭଳି ମାଓ ସଂଗଠନ ଜଣେ ହାର୍ଡକୋର କର୍ମୀ ଛତିଶଗଡ଼ ରାଜ୍ୟର ରାମଦାସ।ଦୀର୍ଘ ୧୦ ବର୍ଷ ଧରି ମାଓ କାର୍ଯ୍ୟକଳାପ ରେ ସାମିଲ ହୋଇଥିଲେ ୨୦୧୯ ମହିସା ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ଏକଦା ମାଓ ସଂଗଠନରେ ସାମିଲ ଥିବା ରାମଦାସ ଓ କଲମଦେଇ ସରକାରଙ୍କ ଆହ୍ୱାନ କ୍ରମେ ଭିନ୍ନ ଭିନ୍ନ ସମୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ମାଓ ସଂଗଠନରେ ଥିଲା ବେଳେ ହିଁ ଦୁହିଁଙ୍କ ମନ ଭିତରେ ପ୍ରୀତିର ବାସ୍ନା ଚହଟି ଥିଲା। ତେବେ କେହି କାହାକୁ କହିପାରି ନଥିଲେ। ଏବେ ସମାଜର ମୁଖ୍ୟ ସ୍ରୋତକୁ ଆସିଲା ବେଳକୁ ଦୁହେଁ ଦୁହିଁଙ୍କୁ ମନକଥା କହିଛନ୍ତି। ଆଉ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି କଳାହାଣ୍ଡି ପୋଲିସ । ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଛି କଳାହାଣ୍ଡି ପୋଲିସ। ସେମାନେ ବି ଖୁସି ପ୍ରକଟ କରିଛନ୍ତି। ଅନ୍ୟ ପକ୍ଷରେ କଳାହାଣ୍ଡି ଏସପି ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଲାଲ ବାହିନୀର ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି।

 

Related post

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ,ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜ୍ୟର ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଗଲା ପାଞ୍ଚଟି ଏନଏସି ଯଥା ବୌଦ୍ଧଗଡ଼ ଆସ୍କା ଛତ୍ରପୁର କରଞ୍ଜିଆ ଓ କଣ୍ଟାବାଞ୍ଝି…
ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ପ୍ରତାପଙ୍କ ଦ୍ୱାରା ଭତ୍ତା ଓ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ l

ମାହାଙ୍ଗା୨୪/୦୨/୨୦୨୪: ମାହାଙ୍ଗାରେ ପ୍ରତାପ ଜେନାଙ୍କ ଲୋକାଭୀମୁଖୀ କାର୍ଯ୍ୟକ୍ରମରେ ହଜାର ହାଜର ଲୋକଙ୍କ ସମାବେଶ l ମାହାଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖ୍ୟ ଶ୍ରୀକୃଷ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ…
ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ ଜବତ, ଦୁଇ ଗିରଫ l

ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଟ୍ରକ…

ବୌଦ୍ଧ୨୪/୦୨/୨୦୨୪: ବୌଦ୍ଧ ପୋଲିସ ହାତରେ 10 କୁଇଣ୍ଟାଲ 25 କେଜି ଗଂଜେଇ ଜବତ, ଓ ଗୋଟିଏ ଟ୍ରକ ସହ 2ଜଣ ଅଭିଯୁକ୍ତକୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା…

Leave a Reply

Your email address will not be published. Required fields are marked *