
ଅନାଦିଙ୍କର ବିଶାଳ ଶୋଭାଯାତ୍ରା…
- Breaking newsଦେଶ ବିଦେଶମନୋରଞ୍ଜନମହାନଗରରାଜ୍ୟ
- April 24, 2022
- No Comment
- 358
ଫୋକସ ପ୍ଲସ 24/4(ଚିଲିକା):ପାଖା ପାଖି 150 ରୁ ଉର୍ଦ୍ଧ କାର 300 ରୁ ଅଧିକ ବାଇକ ଏବଂ 500 ରୁ ଉର୍ଦ୍ଧ ରେ ପ୍ରାୟ 1000 ରୁ 1500 ଭକ୍ତ ଙ୍କ ସହିତ ଏକ ସଚେତନତା ମୂଳକ ଯାତ୍ରା ରେ ରଣପୁର ବ୍ଲକ ର ବନ୍ଧମୁଣ୍ଡା ପଞ୍ଚାୟତ ଠାରୁ ଆରମ୍ଭ କରି ପାଇକ ସାହି, ପଟିଆ, ଗିରିଣ୍ଡା, ସିଙ୍ଗରମା, ଗୋଡି ସାହି, ବଦି ସାହି, ଝରିଆ, ବଡ଼ପାରି ଦେଇ କୁହୁଡି ବାଟେ ପ୍ରବେଶ କରି ଛକଡ଼ିପୁର ଏବଂ ଗାଈନଡ଼ା ଦେଇ ହାତବରଡ଼ି ଗ୍ରାମ କୁ ଗ୍ରାମବାସୀଙ୍କ ତରଫରୁ ନିମନ୍ତ୍ରଣ କୁ ରକ୍ଷା କରି ଯାଇଥିଲେ l ଯେହେତୁ ସମଗ୍ର ହାଟବରଡ଼ିହ ବାସି ଅନାଦି ଙ୍କ ବିଚାର ସହିତ ଜଡିତ ତେଣୁ ସମଗ୍ର ହାଟବରଡ଼ିହ ଗ୍ରାମବାସୀ ଅନାଦିଙ୍କ ସ୍ୱାଗତ ପାଇଁ ସମଗ୍ର ଗ୍ରାମ କୁ ସଫା କରିବା ସହିତ ଚିତା ଏବଂ ପାହାଡ଼ା ପକେଇଥିଲେ ଯାହା ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ର ସୂଚକ ଦେଉଥିଲା l ଏପଟେ ଅନାଦିଙ୍କ ଆଗମନ ଦେଖି ଭକ୍ତ ମାନେ ଭାବ ବିଭୋର ହୋଇ ଯାଇଥିଲେ l ତେବେ ଅନାଦି ନିଜ ମାଟି କୁ ଦୀର୍ଘ ୬ ବର୍ଷ ପରେ ଯାଇଥିଲେ ତେଣୁ ନିଜ ଗ୍ରାମବାସୀ ଙ୍କ ସହିତ ଚିଲିକା କୂଳରେ ପରଂବ୍ରହ୍ମ ଅନାଦି ଙ୍କ ନାମ ନେଇ ପାଖା ପାଖି ୨ ରୁ ଅଢେଇ ଘଣ୍ଟା ସତସଙ୍ଗ କରି ଥିଲେ ଏବଂ କିଛି ଅମୃତ ବାଣି ଦେବା ସହ ଗ୍ରାମ ର ଏକ ମନ୍ଦିର ର ଉଦଘାଟନ କରିଥିଲେ l ଭୋଜନ ସାରିବା ପରେ ଅନାଦି ହରିପୁର ଗ୍ରାମ ଦେଇ ଫେରି ଯାଇଥିଲେ l ତେବେ ସାଧାରଣ ରେ ଏହି ବିଶାଳକାୟ ଆଧ୍ୟାତ୍ମିକ ଯାତ୍ରା କୁ ପ୍ରଶଂସା କରା ଯାଉଥିବା ଅଂଚଳ ସାରା ଚର୍ଚ୍ଚା ର ବିଷୟରେ ପାଲଟିଛି l ଏହି ବିଶାଳ ସଚେତନତା ଯାତ୍ରା ର ମୁଖ୍ୟ ଆୟୋଜକ ସନାତନ ବିଶ୍ୱାଶାନ୍ତି ସେବା ସଙ୍ଘ ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ପଟନାୟକ ଖୋର୍ଦ୍ଧା ପୋଲିସ ପ୍ରଶାସନ ବାଲୁଗାଁ ଏସ.ଡ଼ି.ପି.ଓ. ମାନସ ବାରିକ ଟାଙ୍ଗୀ ଥାନା IIC ବିଜୟ ମଲ୍ଲିକ ଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ଟ୍ରାଫିକ ଏବଂ ଆଇନ ବ୍ୟବସ୍ତା ରେ ସମ୍ପୂର୍ଣ ସହଯୋଗ କରିଥିବାରୁ l