ଚାନ୍ଦବାଲି ମେଡିକାରେ ପୁରଣ ହେଉନି ଡାକ୍ତରଙ୍କ ସଂଖ୍ୟା I

 ଚାନ୍ଦବାଲି ମେଡିକାରେ ପୁରଣ ହେଉନି ଡାକ୍ତରଙ୍କ ସଂଖ୍ୟା I

ଫୋକସ ପ୍ଲସ 24/4(ଚାନ୍ଦବାଲି): ରୋଗୀ ସେବାରୁ ବଞ୍ଚିତ ହେଉଛନ୍ତି ଚାନ୍ଦବାଲି ବାସି, ପ୍ରସୂତି ବିଭାଗର ଡ଼ାକ୍ତରଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟସେବା lଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି ,ଫଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ବାରମ୍ବାର ରୋଗୀ ସେବା ବ୍ୟାହତ ହେଉଛି । ଏଥିପ୍ରତି ସ୍ଵାସ୍ଥ୍ୟ ବିଭାଗର କୌଣସି ଗୁତୁତ୍ଵ ରହିଛି ନା ଜନ ପ୍ରତିନିଧୂଙ୍କର ଧାନ ରହିଛି । ମେଡ଼ିକାଲରେ ଅଫିସର ଦିର୍ଘଦିନ ହେବ ନାହାନ୍ତି ଏବେ ୫ଜଣ
ଡ଼ାକ୍ତର ଓ ୬ ଜଣ ସେବୀକାଙ୍କୁ ନେଇ ଚାଲିଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କୁ ଠିକ୍ ଭାବରେ ସ୍ଵାସ୍ଥ୍ୟ ସେବା ମିଳି ପାରୁ ନଥିବା ବେଳେ କେବଳ ପ୍ରସୂତି ବିଭାଗର ଡାକ୍ତର ପ୍ରଦୁନ୍ନ ସାହୁ ସପ୍ତାହ ରେ 5 ଦିନ କାର୍ଯ୍ୟଭାର ତୁଲାଉ ଥିବା ବେଳେ ଅନ୍ୟ ବିଭାଗ ର ଡାକ୍ତର 3 ଦିନ କାର୍ଯ୍ୟ କରୁଛନ୍ତି ,ବାକି ସମସ୍ତ ସମୟରେ ଆୟୁସ ଡାକ୍ତର ଭରସା ରେ ଚାଲିଛି ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର । ଦୀର୍ଘ ୫ ବର୍ଷ ହେବ ଶିଶୁ ବିଭାଗର ଡ଼ାକ୍ତରଙ୍କ ନିଯୁକ୍ତି ପାଇଁ ଅନୁମତି ମିଳିଥିଲେ ମଧ୍ଯ ଆଜି ପର୍ଯ୍ୟନ୍ତ ଡାକ୍ତରଙ୍କ ଆସିବାକୁ ନେଇ କାହାର ଧ୍ୟାନ ନାହିଁ ।

ଭୌଗଳିକ ଦୃଷ୍ଟିକଣରୁ ଚାନ୍ଦବାଲି ବ୍ଲକର ୩୬ଟି ଫଚାୟତ ଓ ଏନ ଏ ସିର ୱାର୍ଡ ଗୁଡ଼ିକ ମାନଙ୍କରେ ମୋଟ ୧ ଲକ୍ଷ ୭୬ ହଜାର ଜନସଂଖ୍ୟାରୁ ପ୍ରାୟ ୧ ଲକ୍ଷ ଜନସାଧାରଣ ଏହି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ମଧ୍ୟ କିଛି ଫଚାୟତର ଜନସାଧାରଣ ଚାନ୍ଦବାଲିର ଏହି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥାନ୍ତି । ଏହି ସ୍ଵାସ୍ଥ୍ୟ କେନ୍ଦ୍ରରେ ବହୁ ଗୁରୁତ୍ବ ପୂର୍ଣ୍ଣ ବିଭାଗରେ ଡ଼ାକ୍ତର ପଦବୀ ଖାଲି ପଡ଼ିଛି । ଡ଼ାକ୍ତରଖାନା ଚତୁଃପାର୍ଶ୍ବରେ ବେଆଇନ୍ ଭାବରେ ରକ୍ତ ,ମଳ, ମୂତ୍ର ପରିକ୍ଷା ବାହାନରେ ଡ଼ାକ୍ତରଙ୍କ ସହ ମିଶି ଗରିବ ଶ୍ରେଣୀର ରୋଗିଙ୍କୁ ଲୁଟୁଥିବା ମଧ୍ୟ ନଜର ଆସିଛି ।ସରକାରଙ୍କର ନିରାମୟ ଯୋଜନା ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫେଲ ମାରିଛି । ନିରାମୟ ଯୋଜନାରେ ଏବେସୁଧା ବର୍ହିବିଭାଗ ୧୦୯ ଓ ଆନ୍ତବିଭାଗକୁ ୬୩ ମୋଟ ୧୭୨ ଯୋଗାଣ ବ୍ୟବସ୍ଥା ଥିବାବେଳେ ମାତ୍ର ସେଥିରୁ ୭୫ ପ୍ରକାର ମେଡ଼ିସିନ ଯୋଗାଣ ହୋଇଥିବାବେଳେ ବାକି ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଁଚି ପାରି ନାହିଁ । ଏବେ ଗୋଟିଏ ମାସ ହେବ ନିରାମୟ ଯୋଜନାରେ କୌଣସି ମେଡ଼ିସନ ଆସୁନଥିବାରୁ ରୋଗିମାନେ ହନ୍ତସନ୍ତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଡ଼ାକ୍ତରଙ୍କ ଉପରେ ଅଙ୍କୁସ ନଥିବାରୁ ମନଇଛା ଡାକ୍ତର ମାନେ ବାହାରୁ ମେଡ଼ିସିନ ଲେଖୁଛନ୍ତି । ଚାନ୍ଦବାଲି ଗୋଷ୍ଠୀକେନ୍ଦ୍ରରେ ରୋଗିଙ୍କୁ ସଠିକ ଭାବେ ସେବା ମିଳୁନଥିବାରୁ ଅନେକ ସମୟରେ ଶିଶୁମୃତ୍ୟ ଓ ପ୍ରସୂତି ମୃତ୍ୟକୁ ନେଇ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଉତେଜନା ପରିସ୍ଥିତି ସୃଷ୍ଟି ହେବା ସହ ଭଙ୍ଗାରୁଜା ମଧ୍ୟ ହୋଇଛି । ତେବେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ପଦବୀ ପାଇଁ ତୁରନ୍ତ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି ହେଉଛି।

Related post

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଡ୍ୟୁଟି ସମୟରେ ମେଡ଼ିକାଲ କାର୍ଯ୍ୟାଳୟରେ ପଡ଼ିଛି ତାଲା।

ଫୋକସ ପ୍ଲସ 8/5/22 (ଚାନ୍ଦବାଲି):ମେଡ଼ିକାଲ ଅଛି କିନ୍ତୁ ତାଲା ପଡ଼ିଛି, ରୋଗୀ ଅଛନ୍ତି କିନ୍ତୁ ମେଡିକାଲରେ ଡାକ୍ତର ନାହାନ୍ତି।  ଏଠି ନାଁ ଅଛନ୍ତି ଡାକ୍ତର ନାଁ ଡାକ୍ତରଙ୍କ ସହଯୋଗୀ…
ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା  I

ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା I

ଫୋକସ ପ୍ଲସ 16/4 (ଚାନ୍ଦବାଲି): ବୈତରଣୀ ବ୍ରିଜ୍ ରୁ ଡେଇଁ ଛାତ୍ରୀ ନିଖୋଜ ଘଟଣା, ଛାତ୍ରୀଙ୍କ ମୃତ ଦେହ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ…
ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ଫୋକସ ପ୍ଲସ 14/4 (ଚାନ୍ଦବାଲି): ଧାମରା ନରସିଂହପୁର ରାସ୍ତା କଡ଼ରୁ ଆହାତ ଯୁବତୀ ଉଦ୍ଧାର, ଯୁବତୀଙ୍କ ଅଭିଯୋଗ ଆଧାରରେ ୩ ଅଭିଯୁକ୍ତ ଗିରଫ। ଧାମରା ଥାନା ଅନ୍ତର୍ଗତ ନରସିଂହପ୍ରସାଦ…

Leave a Reply

Your email address will not be published. Required fields are marked *