୩୦ ମଇଁଷି ଉପରେ ମାଡିଗଲା ଟ୍ରେନ ରାୟଗଡା I

୩୦ ମଇଁଷି ଉପରେ ମାଡିଗଲା ଟ୍ରେନ ରାୟଗଡା I

ଫୋକସ ପ୍ଲସ 24/4(ରାୟଗଡା) ଟ୍ରେନ ଧକ୍କାରେ ମଇଁଷି ପଲର ୩୦ରୁ ଉର୍ଦ୍ଧ ମଇଁଷିଙ୍କ ହୋଇଛି ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ପୀତାମହଲ ରେଳ ଧାରଣାରେ । ଆଜି ଅପରାହ୍ନରେ ଆଲିପେ- ଧାନବାଦ ଏକ୍ସପ୍ରେସ ଟ୍ରେନ ରାୟଗଡା ଅଭିମୁଖେ ଆସୁଥିବା ବେଳେ ଡାଉନ ଟ୍ରାକର ପୀତାମହଲ ରେଳ ଧାରଣାର ପୋଲ୍ ନମ୍ବର ୩୪୬/୨୭ ଠାରୁ ୧୮ ମଧ୍ୟରେ ମଇଁଷି ପଲର ୩୦ରୁ ଉର୍ଦ୍ଧ ମଇଁଷି ଯାଉଥିବା ବେଳେ ଟ୍ରେନ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩୦ଟି ଛୋଟ ବଡ ମଇଁଷିଙ୍କ ମୃତ୍ୟୁ ହୋଇଥିଲା । ଆହୁରି ଅଧିକ ମଇଁଷି ତେବେ ରେଳ ଧାରଣା ଦେଇ ଏତେ ଗୁଡାଏ ମଇଁଷି କେଉଁ ଆଡେ ଯାଉଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବା ବେଳେ ମଇଁଷି ବ୍ୟବସାୟୀ ମାନେ ଚୋରାଚାଲାଣ କରି ନେଇ ଯାଉଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଟ୍ରେନ ଧକ୍କାରେ ମଇଁଷିଙ୍କ ମୃତ୍ୟୁ ଖଵର ପାଇ ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ଓ ଗ୍ୟାଙ୍ଗମ୍ୟାନ ଟିମ ପଂହଚି ମୃତ ମଇଷିମାନଙ୍କ ମୃତଦେହକୁ ଟ୍ରାକ କଡକୁ ବାହାର କରିବା ସହ ଟ୍ରାକ ମରାମତି କରିଥିବା ବେଳେ ରେଳ ଟ୍ରାକ ଦେଇ ଏତେ ବଡ ମଇଷି ପଲକୁ କିଏ ନେଇ ଯାଉଥିଲା ତାହାର ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି ରାୟଗଡା ରେଳବାଇ ପାେଲିସ ସୁରକ୍ଷା ବଳ (ଆରପିଏଫ)ଥାନା ଅଧିକାରୀ ଶ୍ରୀ ପଙ୍କଜ କୁମାର ।

ରାୟଗଡ଼ା ରୁ ଦୀପକ ପୃଷ୍ଟିଙ୍କ ରିପୋର୍ଟ ଫୋକସ ପ୍ଲସ I

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *