ଦୁଇ ମିରିଗକୁ ଉଦ୍ଧାର କରି ବନବିଭାଗକୁ ଗାଁ ଲୋକ  |

ଦୁଇ ମିରିଗକୁ ଉଦ୍ଧାର କରି ବନବିଭାଗକୁ ଗାଁ ଲୋକ |

ଫୋକସ ପ୍ଲସ 24/4(ପୁରୀ):ଚିଲିକା ନୁଆପଡା ବନାଞ୍ଚଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସିପିଆ ଗାଁ ଲୋକଙ୍କ ଦ୍ବାରା ଆହତ ଅବସ୍ଥାରେ ଦୁଇ ମିରିଗକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି | ରବିବାର ଭୋର ୭ ଘଣ୍ଟା ସମୟରେ ଦୁଇ ମିରିଗ ସିପିଆ ଗାଁ ମୁହାଁ ହୋଇଛନ୍ତି | ଦୁଇଟି ମିରିଗ ମଧ୍ୟରୁ ଗୋଟିଏ ମିରିଗ ଗୋଡରେ ଶକ୍ତ ଆଘାତ ଲାଗି ରକ୍ତଶ୍ରାବ ହେଉଥିବା ଦେଖିବାକୁ ମିଳିଥିଲା | ବନବିଭାଗର ବନପାଳ ମୀନା କୁମାରୀ ନାୟକ ସିପିଆ ଠାରେ ପହଞ୍ଚି ମିରିଗ ଦୁଇଟିକୁ ବନବିଭାଗ କାର୍ଯ୍ୟାଳୟକୁ ଆଣି ପଶୁ ଚିକିସ୍ଚା ଅଧିକାରୀଙ୍କୁ ଡାକି ତାହାର ଚିକିସ୍ଚା କରାଇଥିଲେ | ମିରିଗକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା | ଆହତ ମିରିଗକୁ ଚିକିସ୍ଚା ପରେ ନୁଆପଡା ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନପାଳ କହିଛନ୍ତି |

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *