ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ I

ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ I

ଫୋକସ ପ୍ଲସ 26/4 (ଗଞ୍ଜାମ):ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସୁରକ୍ଷା ଦେବା ଓ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ହିଞ୍ଜିଳିକାଟୁ ସହର ସ୍ଥିତ ରଜାସାହି ଛକରେ ଏକ ଜଳଛତ୍ର ପ୍ରେସକ୍ଲବର ସଭାପତି ଦ୍ବିତିକୃଷ୍ଣ ସାବତଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି । ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ୧୨ ନଂ ୱାର୍ଡର ୱାର୍ଡମେମ୍ବର ରୁକୁମଣି ବିଶୋୟୀ ଉପସ୍ଥିତ ଥିଲେ I I ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ରାସ୍ତାରେ ଶତାଧିକ ବାଟୋଇ ଯାଉଥିବା ବେଳେ ଜନସାଧାରଣଙ୍କୁ ପ୍ରଥମ ଦିନରେ ପାନୀୟ ଜଳ ଓ ଦହି ଚଲା ଯୋଗାଇ ଦିଆଯାଇଥିଲା l ଯେ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନ କମିଛି ସେ ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଦିଆଯିବ ନେଇ ନିଷ୍ପତି ନିଆଯାଇଛି I ଏହି କାର୍ଯ୍ୟକ୍ରମରେ ପ୍ରେସକ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I

ହିଞ୍ଜିଳିକାଟୁ ରୁ ପପୁ ରଣା ଙ୍କ ରିପୋର୍ଟ ଫୋକସ ପ୍ଲସ

 

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *